ଓଡ଼ିଶାରେ ନିଶା ନିବାରଣ ଆଇନ କାର୍ଯ୍ୟକାରୀ ପାଇଁ ଦାବୀ…

ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ତିରୋଧାନ ଦିବସରେ ଜନ ସଭା

ବ୍ରହ୍ମପୁର, ତା.୨୪.୬.୨୦୨୪ରିଖ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ୪୦ତମ ତିରୋଧାନ ଦିବସରେ ତାଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ ପରେ ସମାଜସେବୀ ଦେବରାଜ ଦାଶଙ୍କ ଅଧ୍ୟକ୍ଷତାରେ ମଦ ମୁକ୍ତ ଓଡିଶା ଗଠନ ଦାବିନେଇ ଏକ ଜନସଭା ଆୟୋଜିତ ହୋଇଯାଇଛି l ମେଡିକାଲ କଲେଜ ପରିସରରେ ଆୟୋଜିତ ଏହି ସଭାରେ ଓଡିଶା ଓ ଓଡିଶାବାସୀଙ୍କୁ ନବକୃଷ୍ଣ ଚୌଧୁରୀଙ୍କ ବଳିଷ୍ଠ ଅବଦାନ ସମ୍ପର୍କରେ ଆଲୋଚନା ହୋଇଥିଲା l ୧୯୫୪ମସିହାରେ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଓଡିଶାରେ ନିଶା ନିବାରଣ ଆଇନକୁ ଲାଗୁ କରାଯାଇଥିଲା l ମଦର ପ୍ରଚାର ପ୍ରସାର ଯୋଗୁଁ ଆଜି ଓଡିଶାରେ ଲୋକଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟା ବୃଦ୍ଧି ସହ ଆର୍ଥିକ ଭାବେ ସେମାନଙ୍କୁ ବିପର୍ଯ୍ୟସ୍ତ ପରିସ୍ଥିତି ମଧ୍ୟକୁ ଠେଲି ଦିଆଯାଇଛି l ସାଂସ୍କୃତିକ ଭାବେ ଅଧପତନ ଘଟି ଲୋକଙ୍କ ସାମାଜିକ ଚଳଣି ଗଭୀର ଭାବେ ପ୍ରଭାବିତ ଘଟୁଛି l ମଦ୍ୟ ପାନ କରି ଆଇନ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ ଲୋକମାନେ ପଛଉନାହାନ୍ତି l ଛାତ୍ର ଯୁବକମାନଙ୍କ ଭବିଷ୍ୟତ ଧ୍ବଂସ ହେବାସହ ଦେଶକୁ ଅନ୍ଧାର ଭବିଷ୍ୟତ ଆଡକୁ ଠେଲିଦିଆଯାଉଛି l ବର୍ତମାନ ରାଜ୍ୟର ବିଭିନ୍ନ ସହର ଗାଁ ତଥା ପ୍ରତ୍ୟେକ ଛକ ଠାରେ ଦେଶୀ ବିଦେଶୀ ମଦ ଦୋକାନ ଖୋଲିଦିଆଯାଇଛି l ମଦ ଭଳି ଅସଭ୍ୟ ଅଦରକାରୀ ବିଷାକ୍ତ ନିଶା ଦ୍ରବ୍ୟକୁ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର କରିବା ଓ ସାରକାର ଏହାର ବିକ୍ରିକୁ ଲାଇସେନ୍ସ ଦେବା ଅତ୍ୟନ୍ତ ନିର୍ଲଜ ଓ ଘୃଣ୍ୟ ବ୍ୟବସ୍ଥାର ଉଦାହରଣ l ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଦ୍ୱାରା ଲାଗୁକରାଯାଇଥିବା ନିଶା ନିବାରଣ ଆଇନକୁ ଦୃଢ଼ତାର ସହ କାର୍ଯ୍ୟକାରୀ କରିବା ପାଇଁ ଆଜି ବୈଠକରେ ଦାବୀ ହୋଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ସମ୍ପାଦକ ସୁବାଷ ଚନ୍ଦ୍ର ମିଶ୍ର, , ଡ. ଡମ୍ବୁରୁଧର ସାହୁ, କାହ୍ନୁ ଚରଣ ପାତ୍ର,ଅବନୀ ଗୟା ପ୍ରମୁଖ ସଭାରେ ମତ ବ୍ୟକ୍ତ କରିଥିଲେ l ଶେଷରେ ବିଜୟ ଚନ୍ଦ୍ର ବିଶୋଇ ଧନ୍ୟବାଦ ଜଣାଇଥିଲେ l

nis-ad
Leave A Reply

Your email address will not be published.