ବିକାଶ ଲକ୍ଷ୍ୟ ହାସଲରେ ପ୍ରତିଶୃତିବଦ୍ଧତା ଓ ଗୋଷ୍ଠିଗତ ସହ‌ଭାଗିତା ପ୍ରଭାବ

ସ୍ୱାତୀ ସିଲ୍‌ଭର୍ ଜୁବଲି ପାଳନ ଅବସରରେ

ଫୁଲବାଣୀ : ନାଗରୀକ ସମାଜ ବା ସାମାଜିକ ଅନୁଷ୍ଠାନ ଗୁଡିକର ପ୍ରତ୍ୟକ୍ଷ ସ‌ହଯୋଗ ଏବଂ ଗୋଷ୍ଠୀର ଭାଗୀଦାରିତା ବିନା ବିକାଶର ଲକ୍ଷ୍ୟକୁ ହାସଲ କରିବା ସମ୍ଭବ ହେବ ନାହିଁ ବୋଲି ସ୍ଵାତି ଦ୍ଵାରା ଆୟୋଜିତ ସିଲ୍‌ଭର୍ ଜୁବଲି ପାଳନ ଅବସରରେ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି । ରାଜ୍ୟର ଅଗ୍ରଣୀ ସେଛାସେବୀ ଅନୁଷ୍ଠାନ ସ୍ୱାତୀ ଦ୍ବାରା ଦୁଇଦିନ ଧରି ଅନୁଷ୍ଠାନର ଜି.ଉଦୟଗିରି ସ୍ଥିତ କାର୍ଯ୍ୟାଳୟ ଠାରେ ଏହାର ୨୫ ବର୍ଷ ପୁର୍ତ୍ତୀ ଅବସରରେ ପୂରାତନ ଓ ନୂତନ କର୍ମୀ ମାନଙ୍କୁ ଏକାଠି କରି ଏକ ସମ୍ମିଳନୀ ଆରମ୍ଭ ହୋଇଯାଇଛି । ପ୍ରଥମ ଦିବସରେ ଅନୁଷ୍ଠାନ ଦ୍ଵାରା କନ୍ଧମାଳ, ଗଂଜାମ, ଖୋର୍ଦ୍ଧା, ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଗୁଡିକର ପୂରାତନ ଓ ନୂତନ କର୍ମୀମାନେ ଯୋଗଦେଇ ଥିଲେ । ପ୍ରଥମ ଦିନ ମୂଖ୍ୟ ଅତିଥି ଭାବେ ଜି.ଉଦୟଗିରି ବିଧାୟକ ଶ୍ରୀ ପ୍ରଫୁଲ୍ଲ କୁମାର ପ୍ରଧାନ ଯୋଗ ଦେଇ ସ୍ୱାତୀ ଅନୁଷ୍ଠାନର ଆରମ୍ଭ ସମୟର କିଛି ଅଭୂଲା କଥାକୁ ଉପସ୍ଥାପନା କରିବା ସହ ସମ୍ପାଦକ ହରି ଶଙ୍କର ରାଉତଙ୍କ ନିଷ୍ଠାପର ଉଦ୍ୟମ କୁ ପ୍ରଶଂସା କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ସମାଜର ବିକାଶରେ ଏହିପରି ସମାଜସେବା ଅନୁଷ୍ଠାନ ଗୁଡିକର ଆବଶ୍ୟକତା ରହିଛି ବୋଲି କହିଥିଲେ । ସେହିପରି ସମାଜସେବୀ ଓ ପୂର୍ବତନ ମୃତିକା ସଂଗ୍ରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ରାଘବ ମଲ୍ଲିକ ଉପସ୍ଥିତ ରହି ଜଳଛାୟା ପ୍ରକଳ୍ପରୁ କିପରି ସ୍ୱାତୀର ଯାତ୍ରା ଆରମ୍ଭ ହୋଇ ଆଜି ୨୫ ବର୍ଷରେ ପଦାର୍ପଣ କରି ପାରିଛି ତାହାର କିଛି ନିଃଛକ ବାର୍ତା ଦେଇଥିଲେ । ତତ୍ ସହିତ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ତୁସାରକାନ୍ତି ସାମଲ ଅନୁଷ୍ଠାନର ଏହି ଯାତ୍ରାରେ ସାମିଲ ସମସ୍ତ କର୍ମୀ ଓ ସୁଭାକାଂକ୍ଷୀ ଙ୍କୁ ସୁଭେଛା ଦେବା ସହ ଆଗାମୀ ଦିନରେ ଗୋଷ୍ଠୀ ସହଭାଗିତାକୁ ଭୂଲି ନଯାଇ ସେମାନଙ୍କ ସହ ସଦାସର୍ବଦା ଯୋଡି ହୋଇ ରହିବାକୁ ଆହ୍ଵାନ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ବନ୍ୟପ୍ରଣୀ ଙ୍କୁ ଭଲପାଉଥିବା ଜଣେ ନିଆରା ମଣିଷ ଓ ପୂର୍ବତନ ବନ କର୍ମଚାରୀ ସୂଳପାଣୀ ସତପଥୀ ଗୋଷ୍ଠି ସହଭାଗିତାକୁ ଗୁରୁତ୍ଵ ଦେବା ସହ ଆଜିର ସମୟରେ ହେଉଥିବା ପାଣିପାଗ ପରିବର୍ତନକୁ ଆଖିଆଗରେ ରଖି ସମସ୍ତେ ଗୋଟିଏ ଲେଖାଏଁ ଗଛ ଲଗାଇବା ପାଇଁ ଅନୁରୋଧ ରଖିଥିଲେ । ଅନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷ ଓ ପ୍ରଦାତା ଅନିଷ୍ଠାନ ର ପରିଚାଳନା ସମ୍ପାଦକ ପ୍ରଦିପ କୁମାର ଦାସ ସ୍ୱାତୀ ଅନୁଷ୍ଠାନର ସିଲ୍‌ଭର୍ ଜୁବୁଲି ପାଳନ ଅବସରରେ ସମସ୍ତଙ୍କୁ ସୁଭେଛା ଦେବାସହ ଆଗାମି ଦିନରେ ସମାଜ ପାଇଁ ଆହୁରି ଅଧିକରୁ ଅଧିକ ବୋଝ ଉଠାଇବାକୁ ହେବ ଯାହା ଆଜି ପ୍ରମାଣିତ ହେଉଛି । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ପୂର୍ବତନ କର୍ମୀ ମାନଙ୍କୁ ସେମାନଙ୍କ ର ଏହି ୨୫ ବର୍ଷର ଯାତ୍ରା ପାଇଁ ଥିବା ଅବଦାନକୁ ମନେପକାଇବା ପାଇଁ ମାନପ‌ତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂମ୍ପାଦକ ହରି ଶଙ୍କର ରାଉତ ପରିଚାଳନା କରିଥିବା ବେଳେ ଦ୍ଵିତୀୟ ଦିବସରେ ଅନିଷ୍ଠାନ ର ପ୍ରତିଷ୍ଠା ଦିବସ ଥିବାରୁ ଏକ ସେଛାକୃତ ରକ୍ତଦାନ ଶିବିର ର ଆୟୋଜିତ ହୋଇଥିବା କଥା କହିବା ସହ ସମସ୍ତେ ଏଥିରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀ ସମ୍ମିଳନୀକୁ ଅଧ୍ୟକ୍ଷତା କରିଥିବା ବେଳେ କୋଷାଧ୍ୟକ୍ଷ ସାନ୍ତନୁ କୁମାର ମିଶ୍ର ସମସ୍ତେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପ୍ରଦୀପ କୁମାର ସାଇଁ, ବିଶ୍ଵରଞ୍ଜ କର, ଗିରିଶ ଚନ୍ଦ୍ର ସାମଲ, ସୁସ୍ମିତା ଜେନା ପ୍ରମୂଖ ପରିଚାଳନାରେ ସହେଯାଗ କରିଥିଲେ l

nis-ad
Leave A Reply

Your email address will not be published.