ମାଁ ଫୁଲକେଶନୀଙ୍କ ଯାତ୍ରା : ସପ୍ତ ଠାକୁରାଣୀଙ୍କ ଘଟ ପରିକ୍ରମା

ଆସିକା : ଫୁଲକେଶନୀଙ୍କ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସହର । ସପ୍ତଠାକୁରାଣୀଙ୍କ ଘଟ ପରିକ୍ରମା ସାଙ୍ଗକୁ ବିଭିନ୍ନ ମେଢ଼ ସାଙ୍ଗକୁ ରଙ୍ଗୀନ ଆଲୋକ ମାଳା ଭକ୍ତ ମାନଙ୍କୁ ଆକୃଷ୍ଟ କରିଛି । ଶହ ଶହ ମାନସିକଧାରୀ ଭକ୍ତ ମା ଙ୍କୁ ଦର୍ଶନ କରି କୃତାର୍ଥ ଲାଭ କରୁଛନ୍ତି । ପଞ୍ଚମ ଦିନରେ ପହଞ୍ଚି ଥ‌ିବା ମାଁ ପୋଲକାଶୁଣି ଯାତ୍ରା ସପ୍ତ ଠାକୁରାଣୀ ସାହି ସାହି କୁ ଘଟ ପରିକ୍ରମା ବେଳେ ଭକ୍ତ ଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲା ଆସିକା ଠାରେ ମା ପୋଲକାଶୁଣୀଙ୍କ ତ୍ରିବାର୍ଷିକ ଠାକୁରାଣୀ ଯାତ୍ରା ବେଶ୍ ଧୁମ ଧାମରେ ପାଳନ ହେଉଛି । ସାତ ଭଉଣୀ ଅବା ସପ୍ତ ଠାକୁରାଣୀ ମା ଫୁଲକେଶନୀ, ମା ଖମ୍ବେଶ୍ଵରା, ମା କାଳମୁଖୀ, ମା’ ମାଣିକେଶ୍ଵରୀ, ମା ବୁଢ଼ି ଠାକୁରାଣୀ, ମା ଗ୍ରାମଦେବତୀ,ମା ବିମଳା,ମା ମାଣିକେଶ୍ୱରୀ ମିଶି ଅସ୍ଥାୟୀ ମଣ୍ତପରେ ପୂଜା ପାଉଛନ୍ତି। ତେବେ ମା ଙ୍କ ଦର୍ଶନ ପାଇବା ପାଇଁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟୁଥ‌ିବା ଦେଖିବାକୁ ମିଳିଛି । ମାନସିକ ଧାରା ମାନେ ନିଜ ମାନସିକ ପୂର୍ଣ୍ଣ କରିବା ପାଇଁ ମା ଙ୍କ ପାଖକୁ ଛୁଟି ଆସନ୍ତି | ମା ଙ୍କ ଠାରେ ଭୋଗ ରାଗ ଦେଇ ପୂଜାଅର୍ଚ୍ଚନା କରିବା ସହ ନିଜ ନିଜର ମାନସିକ ପୂର୍ତ୍ତି କରନ୍ତି ।ଅପର ପକ୍ଷରେ ଯାତ୍ରା ପାଇଁ ବିଭିନ୍ନ ପ୍ରକାର ଦୋଳି ଓ ମିନା ବଜାର ଯାତ୍ରାକୁ ଅଧିକ ଆକର୍ଷିତ କରୁଛି।ଯାତ୍ରାକୁ ଆସୁଥିବା ମା ଙ୍କ ଦର୍ଶନ ସାରି ଲୋକେ ମାନେ ଆନନ୍ଦ ଉପଭୋଗ କରୁଛନ୍ତି । ଯାତ୍ରା ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହେଉଛି । ଯାତ୍ରା କମିଟି ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି ଲୋକ ମନେ କିଭଳି ଶୃଙ୍ଖଳାର ସହ ମାଙ୍କୁ ଦର୍ଶନ କରିବେ ସେଥି ପ୍ରତି ବ୍ୟାରିକେଟର ବ୍ୟବସ୍ଥା କରାଯାଇଛି।ଭିଡ଼କୁ ନିୟନ୍ତ୍ରିତ କରିବା ପାଇଁ ପୋଲିସ ପ୍ରଶାସନକୁ ନିୟୋଜିତ କରା ଯାଇଛି।ଅପର ପକ୍ଷରେ ଭକ୍ତଙ୍କ ସୁରକ୍ଷା ପାଇଁ ବିଭିନ୍ନ ବିଭାଗକୁ ଆଲର୍ଟ କରାଯାଇଛି । ଏହି ଯାତ୍ରା ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଛି ।ଅସ୍ଥାୟୀ ମଣ୍ଡପରେ ମା ସପ୍ତ ଠାକୁରାଣୀଙ୍କୁ ଦର୍ଶନ କରି ଭକ୍ତ ନିଜକୁ ଭାଗ୍ୟବାନ ମଣୁଛନ୍ତି।

nis-ad
Leave A Reply

Your email address will not be published.