ନିସର୍ତ୍ତ ନିଉଜରେ ଖବର ପ୍ରକାଶ ପରେ ରନ୍ଧନ ଗ୍ୟାସ ସିଲିଣ୍ଡର ଫେରି ପାଇଲେ ତେଲାମଗୁଡା ଗ୍ରାମବାସୀ

ମାଲକାନଗିରି : ଦୁଇଦିନ ତଳେ ରନ୍ଧନ ଗ୍ୟାସ ଲୁଟ ଖବର ନିସର୍ତ ନିଉଜରେ ପ୍ରକାଶ ପରେରନ୍ଧନ ଗ୍ୟାସ ସିଲିଣ୍ଡର ଫେରିପାଇଲେ ତେଲାମଗୁଡା ଗ୍ରାମବାସୀ । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ତେଲାମଗୁଡା ଗ୍ରାମରେ ଗ୍ରାମବାସୀଙ୍କୁ ଭୁଆ ବୁଲାଇ ଗ୍ୟାସ ସିଲିଣ୍ଡର ଲୁଟି ନେଇଥିବା ନେଇ ଅଭିଯୋଗ ପରେ ସିଲିଣ୍ଡର ନେଇଥିବା ବିତରକ ସଂସ୍ଥା ଏହି ସିଲିଣ୍ଡର ଗୁଡ଼ିକ ତୁରନ୍ତ ଆଜି ଗ୍ରାହାକଙ୍କୁ ଫେରାଇ ଦେଇଛନ୍ତି । ସୂଚନା ଅନୁଯାୟୀ ଜିଲ୍ଲାର ପଡିଆ ବ୍ଲକ ଅନ୍ତର୍ଗତ ତେଲାମଗୁଡା ଗ୍ରାମରୁ ଗତ ଚାରିମାସ ତଳେ ପ୍ରାୟ ୧୬ ଜଣ ଗ୍ରାମବାସୀଙ୍କ ଠାରୁ ପୁରୁଣା ଗ୍ୟାସ ସିଲିଣ୍ଡର ବଦଳ କରିବା ସହ ନୂତନ ଗ୍ୟାସ ସିଲିଣ୍ଡର ନିର୍ବାଚନ ପରେ ତୁମମାନଙ୍କୁ ଦିଆଯିବ କହି ଏହି ଗ୍ୟାସ ସିଲିଣ୍ଡର ନିଆଯାଇଥିଲା । ବିତରକ ସଂସ୍ଥା ପକ୍ଷରୁ ଏହି ସିଲିଣ୍ଡର ନିଆଯାଇଥିବା ବେଳେ ନିର୍ବାଚନ ପରେ ଏହା ପୁନଃ ଫେରାଇ ନଥିଲେ ସମ୍ପୃକ୍ତ ସଂସ୍ଥାର କର୍ମଚାରୀ । ବାରମ୍ବାର ନିଜ ଗ୍ୟାସ ସିଲିଣ୍ଡର ମାଗିଲେ ବି ନ ମିଳିବାରୁ ଲୋକେ ପୁଣି ଥରେ ଜାଳେଣି କାଠ ଉପରେ ନିର୍ଭରଶିଳ ହୋଇପଡ଼ିଥିବା ପ୍ରକାଶ କରିଥିଲେ l ତେବେ ଏନେଇ ବିଭିନ୍ନ ଅଧିକାରୀଙ୍କ ସହ ଯୋଗାଯୋଗ କରି ସକାଳ ଖବର କାଗଜରେ ଖବର ପ୍ରକାଶ ପରେ ଗ୍ରାହାକଙ୍କୁ ଆଜି ସକାଳୁ ଉକ୍ତ ବିତରକ ସଂସ୍ଥା ପକ୍ଷରୁ ଗ୍ୟାସ ସିଲିଣ୍ଡର ଗୁଡିକ ଫେରାଇ ଦିଆଯାଇଛି । ତେବେ ଏହି ଗ୍ଯାସ ସିଲିଣ୍ଡର ଗୁଡିକ ସମ୍ପୂର୍ଣ ଖାଲି ଥିବା ବେଳେ ଗ୍ରାହକ ମାନେ ଏହାକୁ ରଖିବାକୁ ଅନିଚ୍ଛା ପ୍ରକାଶ କରିବା ସହ କହିଛନ୍ତି ଯେ ଆମେ ଯେଉଁ ସିଲିଣ୍ଡର ଦେଇଥିଲୁ ସେଥି ମଧ୍ୟରୁ ଅନେକରେ କିଛି କିଛି ପରିମାଣର ଗ୍ଯାସ ରହିଥିଲା । ଏବେ ଏତଦିନ ପରେ ଖାଲି ସିଲିଣ୍ଡର କିପରି ଗ୍ରହଣ କରିବୁ ବୋଲି ଗ୍ରାହକ ଅଭିଯୋଗ କରିଛନ୍ତି ।

nis-ad
Leave A Reply

Your email address will not be published.