କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ସମୀକ୍ଷା ବୈଠକ…


ଆରଏମସି, ବଣାଇଁ ଓ ପାନପୋଷ ଉପଖଣ୍ଡର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ର କଲେ ସମୀକ୍ଷା
ସୁନ୍ଦରଗଡ/ରାଉରକେଲା::କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମଙ୍କ ଅଧ୍ୟକ୍ଷତାରେ ଆରଏମସି ସଭାଗୃହରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ବଣାଇଁ ଓ ପାନପୋଷ ଉପଖଣ୍ଡର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ଓ ଯୋଜନା ଗୁଡ଼ିକର ସମୀକ୍ଷା କରିଥିଲେ। ପାନପୋଷ ଉପଜିଲ୍ଲାପାଳ ବିଜୟ ନାୟକ ପାନପୋଷ ଉପଖଣ୍ଡ ଓ ବଣାଇଁ ଉପଜିଲ୍ଳାପାଳ ଅକ୍ଷୟ ପିଲ୍ଳେ ବଣାଇଁ ଉପଖଣ୍ଡ ଅନ୍ତର୍ଗତ ନିର୍ମାଣଧୀନ ବିଭିନ୍ନ ପ୍ରକଳ୍ପ ବିଷୟରେ ଅବଗତ କରାଇଥିଲେ l

ସେହିପରି ରାଉରକେଲା ମହାନଗର ନିଗମ ଅଞ୍ଚଳରେ ନିର୍ମାଣାଧୀନ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତିର ବିଷୟରେ ଆରଏମସି କମିଶନର ଆଶୁତୋଷ କୁଲକର୍ଣ୍ଣି ଜଣାଇଥିଲେ l ଶ୍ରୀ ଓରାମ ପ୍ରକଳ୍ପଗୁଡିକର ସମୀକ୍ଷା କରି ସେଗୁଡ଼ିକୁ ତ୍ଵରିତ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏଥିସହ ନୂତନ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଆରମ୍ଭ ପାଇଁ ସେ ପରାମର୍ଶ ଦେଇଥିଲେ। ସେ ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସମସ୍ୟା ଉପରେ ବିଶେଷ ଧ୍ୟାନ ଦେବାକୁ କହିଥିଲେ l ସେ ଜମି ଅଧିଗ୍ରହଣ ରେ ସ୍ଥାନୀୟ ଲୋକ ମାନଙ୍କ ଥଇଥାନ ଓ ଆର୍ଥିକ ସହାୟତା ପ୍ରଦାନ କରିବା ଉପରେ ଜୋର ଦେଇଥିଲେ l ଅଧିଗ୍ରହଣ ସମସ୍ୟା କୁ ସମାଧାନ ପାଇଁ ଉକ୍ତ ଅଂଚଳର ସରପଂଚ , ଜନ ପ୍ରତନିଧି ଓ ଜନସାଧାରଣଙ୍କ ସହିତ ମିଶି ମିଳିତ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ l

ଏହି ବୈଠକରେ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, କେନ୍ଦ୍ରୀୟ ମନ୍ତ୍ରୀଙ୍ ବ୍ୟକ୍ତିଗତ ସଚିବ ପରାଗ ହର୍ଷଦ ଗାଭାଲି, ଜିଲ୍ଲାପାଳ ମନୋଜ ମହାଜନ ସମେତ ବଣାଇଁ ଓ ପାନପୋଷ ଉପଖଣ୍ଡର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.