ପାଣିରେ ବୁଡ଼ି ଦୁଇ ନାବାଳକ ଶିଶୁଙ୍କ ମୃତ୍ୟୁ…

ବୀରମିତ୍ରପୁର :ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନସ୍ଥ ସଲଙ୍ଗାବାହାଲ ପଞ୍ଚାୟତ ଅନ୍ତର୍ଗତ ଭୂୟାଁ ବସ୍ତୀ ଅଞ୍ଚଳର ଯ୍ୟୋନେକ ବ୍ୟକ୍ତିଙ୍କ ଦୁଇ ନାବାଳକ ଶିଶୁ ଘର ପଛପଟ ବିଲ ମଧ୍ୟରେ ଥିବା ଏକ ଗାଡ଼ିଆ ପାଣିରେ ବୁଡି ମୃତ୍ୟୁ ଘଟିଥିବା ବେଳେ ଏହା ଜାଣିବା ପରେ ଭୂୟାଁ ବସ୍ତୀ ଅଞ୍ଚଳରେ ଏକ ସୋକର ଛାୟା ଖେଳି ଯାଇଛି ! ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ ଯେ ପଙ୍କଜ ସାହୁଙ୍କ ଦୁଇ ନାବାଳକ ଶିଶୁ ପୁତ୍ର ସୁରଜ ସାହୁ ୬ ବର୍ଷ ଏବଂ ସୁରୟାନ୍ସୁ ସାହୁ ୪ ବର୍ଷ ନିଜ ଘରରୁ ୧୦୦ ମିଟର ଦୂରରେ ଥିବା ଏକ ଗାଡ଼ିଆ ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି ! ଘର ଲୋକଙ୍କ କହିବା ଅନୁଯାୟୀ ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଦୁଇ ଭାଇ ସ୍ୱର୍ଗୀୟ ସୁରଜ ଓ ସୁରୟାନ୍ସୁ ନିଜ ଘରୁ ହାତରେ ଟିପିନ ନେଇ ଖେଳିବା ପାଇଁ ବାହାରି ଥିଲେ ! ଦୀର୍ଘ ସମୟ ଘରକୁ ଫେରି ନଥିବାରୁ ଘର ଲୋକେ ସଙ୍ଗେ ସଙ୍ଗେ ଆଖ ପାଖ ଖୋଜା ଖୋଜି କରିଥିଲେ ! ଘର ପଛପଟେ ଥିବା ବିଲ ଆଡକୁ ଯାଇ ଗାଡ଼ିଆ ପାଣିରେ ଦେଖିଲେଜେ ଦୁଇ ଶିଶୁ ପାଣିରେ ଭାସୁଛନ୍ତି ! ଏହା ଦେଖିବା ପରେ ସଙ୍ଗେ ସଙ୍ଗେ ଶିଶୁଙ୍କ ପିତା ଓ ପରିବାର ଲୋକେ ଭାସୁଥିବା ସ୍ୱର୍ଗୀୟ ସୁରଜ ଓ ସୁରୟାନ୍ସୁଙ୍କୁ ଉଦ୍ଧାର କରି ନିକଟସ୍ଥ ଅଣ୍ଡାଳି ଜମ୍ବାହାଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବଞ୍ଚିଥିବା ବାଲି ନେଇଥିଲେ ! ସେଠାରେ ଡାକ୍ତର ପରୀକ୍ଷା କରି ଦେଖି ମୃତ୍ୟୁ ଘୋଷଣା କରିଥିଲେ ! ଏହା ଜାଣିବା ପରେ ପିତା ପଙ୍କଜ କୁମାର ସାହୁ ରାଏବଗା ଥାନାରେ ଏକ ଲିଖିତ ଦରଖାସ୍ତ ଦେଇଥିଲେ ! ରାଏବଗା ପୋଲିସ ଏସ ଆଇ ପ୍ରହଲ୍ଲାଦ କୁମାର ପ୍ରଧାନ, ଏ ଏସ ଆଇ ସୁରେଶ ଚନ୍ଦ୍ର ସାମଲ ଓ ତାଙ୍କ ସୋହକର୍ମୀଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚି ସବ ଜବତ କରିବା ପରେ ତଦନ୍ତ ଆରମ୍ଭ କରିଥିବା ପୋଲିସ ପକ୍ଷରୁ ପ୍ରକାଶ l

nis-ad
Leave A Reply

Your email address will not be published.