ଓଏଲଏମ କ୍ୟାଡର ମାନଙ୍କ ସାତ ମାସର ବକେୟା ଦରମା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ…

ଫୁଲବାଣୀ : ଓଡିଶା ଜୀବିକା ମିଶନ ୨୦୧୪ ମସିହା ଠାରୁ ଆରମ୍ଭ ହୋଇ ସିଆରପି,ଏମବିକେ,ବ୍ୟାଙ୍କ ମିତ୍ର,ପ୍ରାଣୀମିତ୍ର, କୃଷିମିତ୍ର , ଉଦ୍ୟୋଗ ମିତ୍ର ଭଳି କ୍ୟାଡରଙ୍କ ଦ୍ୱାରା କାର୍ଯ୍ୟ ହୋଇଆସୁଛି। କିନ୍ତୁ ଗତ ଏପ୍ରିଲ ମାସ ଠାରୁ ସେମାନଙ୍କ ପାରିଶ୍ରମିକ ପ୍ରଦାନ କରାଯାଇନାହିଁ।ପ୍ରତ୍ୟହ ସେମାନଙ୍କର ମଧ୍ୟ କ୍ଷେତ୍ର ପରିଦର୍ଶନ ରହିଛି। ତେଣୁ କନ୍ଧମାଳ ଜିଲ୍ଲାର କ୍ୟାଡର ମାନେ ଏକତ୍ରିତ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ଅଶୋକ କୁମାର ଭୋଇଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରିଥିଲେ। ପରେ କନ୍ଧମାଳ ଜିଲା ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶମ୍ଭୁନାଥ ନନ୍ଦୀ ଏବଂ ଓଡିଶା ଜୀବିକା ମିଶନର ଜିଲା ପ୍ରକଳ୍ପ ପରିଚାଳକ ସନ୍ତୋଷ କୁମାର ରଥଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଗତ ସରକାର ରୁଣରେ ସ୍କୁଟି କେତେକ କର୍ମଚାରୀଙ୍କୁ ଯୋଗାଇ ଦେଇଥିବାରୁ ମାସିକ କିସ୍ତି ନ ଦେଲେ ସେପଟେ ସୁଧ ବଢୁଛି ଏବଂ ଗାଡି ସିଜ କରିବାକୁ ବ୍ୟାଙ୍କ ଧମକ ଦେଉଛି।ଏପଟେ ମାସମାସ ଧରି ଦରମା ନ ମିଳିବାରୁ ଘର ଚଳାଇବା ସହ ଫିଲଡକୁ ଯିବା ଆସିବା କରିବା ଅସମ୍ଭବ ହୋଇପଡୁଛି।ସ୍ୱଳ୍ପ ବେତନ ଭୋଗୀ ତୃଣମୂଳ ସ୍ତରର କର୍ମଚାରୀଟି ମାସ ମାସ ଧରି ବିନା ବେତନରେ ସେବା କିପରି ଯୋଗାଇବ ତାର ସମୀକ୍ଷା କରିବାକୁ ଅନୁରୋଧ କରିଛନ୍ତି। କ୍ୟାଡର ମାନଙ୍କୁ ପାଞ୍ଚ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଥିଲା।ଏବଂ ଗତ ୨୦୨୪ ମାର୍ଚ୍ଚ ମାସରେ ଯେଉଁ ମାନଙ୍କର ପାଞ୍ଚ ବର୍ଷ ପୂରିଯାଇଛି ସେମାନେ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ(ଜିପିଏଲଏଫ)ର ଆୟରୁ ଦରମା ନେବାର ନିୟମ ରହିଛି ଏବଂ କ୍ୟାଡର ମାନେ ସେହି ଅନୁଯାୟୀ ଚୁକ୍ତିନାମା ସ୍ୱାକ୍ଷର କରିଥିବା ଜିଲା ଅଧିକାରୀ ସୂଚନା ଦେଇଛନ୍ତି ଯାହା ମାର୍ଚ୍ଚ ମାସରେ ସେମାନଙ୍କୁ ଚଠିକରି ଜଣାଇଦେଵା ଆବଶ୍ୟକ ଥିଲା।ଜିପିଏଲଏଫକୁ ଦିଆଯାଇଥିବା ଗୋଷ୍ଠୀ ଉନ୍ନୟନ ପାଣ୍ଠି ଯଥେଷ୍ଟ ନଥିବାରୁ ପଞ୍ଚାୟତ ସ୍ତରୀୟ କ୍ୟାଡର ମାନଙ୍କ ମାସିକ ଖର୍ଚ୍ଚ ତୁଲାଇବା ସମ୍ଭବ ନୁହେଁ। ଜିପିଏଲଏଫ ସ୍ତରରେ ୧୨ରୁ ୧୫ ଜଣଙ୍କ ମାସିକ ଦରମା, ଗସ୍ତଖର୍ଚ୍ଚ, ଫୋନ ବିଲ,ପୋଷାକ ଏବଂ ଅଫିସ ଘରଭଡା, ବିଦ୍ୟୁତ ବିଲ,ପ୍ରଶିକ୍ଷଣ ଇତ୍ୟାଦି ଖର୍ଚ୍ଚ ତୁଲାଇ ଆତ୍ମନିର୍ଭରଶୀଳ ହେବାକୁ ହେଲେ କେତେ ଟଙ୍କା ମାସିକ ଆୟ ଆବଶ୍ୟକ ତାର ସମୀକ୍ଷା କରି ପୁଞ୍ଜି ଯୋଗାଇ ଦେବା ଆବଶ୍ୟକ।ରାଜ୍ୟ ସରକାର ତୁରନ୍ତ ଏହାର ସମାଧାନ କରି ବକେୟା ପାରିଶ୍ରମିକ ସହ ନିୟମିତ ଦରମା ପ୍ରଦାନ ପାଇଁ ସୁପାରିଶ କରିବାକୁ ବି ଏମ ଏସର ଜିଲା ସଭାପତି ଅଶୋକ ପରିଡା ଜିଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।

nis-ad
Leave A Reply

Your email address will not be published.