ବିଦ୍ୟୁତ ଆଘାତରେ କର୍ମଚାରୀ ଗୁରୁତର : କଟକ ରେଫର୍

ଫୁଲବାଣୀ : ଫୁଲବାଣୀ କୋର୍ଟ ଛକ ନିକଟସ୍ଥ ବିଜୁଳି ଟ୍ରାନଫର୍ମରରେ ଆଜି ତା ୧୦/୦୬/୨୦୨୪ ରିଖ ସକାଳ ୮ଘଟିକା ସମୟରେ କାମ କରୁଥିବା ବେଳେ ବିଦ୍ୟୁତ ତାର ଲାଗି କର୍ମଚାରୀ ଗୁରୁତର । ସଙ୍ଗେ ସଙ୍ଗେ ଫୁଲବାଣୀ ବଡମେଡିକାଲରେ ଭର୍ତ୍ତି କରାଯାଇଥିଲା l ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର lଗତ କିଛି ମାସ ତଳେ ଫୁଲବାଣୀ ମାଷ୍ଟ୍ରପଡା଼ ଅଞ୍ଚଳର ଜଣେ ଯୁବକଙ୍କ ର ମଧ୍ୟ ଏହି ଭଳି ଘଟଣାରେ ପ୍ରାଣ ଯାଇଥିବା ବେଳେ ଏହି ଭଳି ଘଟଣା ପୁନର୍ବାର ଘଟିବା ବିଦ୍ୟୁତ ବିଭାଗର ଅବହେଳା ସାମନାକୁ ଆସିଛି । କାର୍ଯ୍ୟ ରତ ବିଦ୍ୟୁତ କର୍ମଚାରୀଙ୍କୁ ଯଥେଷ୍ଟ ସୁରକ୍ଷା ସାମଗ୍ରୀ ଦିଆଯାଉନଥିବାରୁ ଏପରି ଦୁର୍ଘଟଣା ବାରମ୍ବାର ଘଟୁଥିବା କଥା ସାଧାରଣରେ ଚର୍ଚ୍ଚା ହେଉଥିବା ଦେଖାଯାଉଛି । ଆହତ ଯୁବକ ଜଣକ ଫୁଲବାଣୀ ଡାକପାଲା ଅଞ୍ଚଳର ବୋଲି ଜଣାପଡିଛି ।

nis-ad
Leave A Reply

Your email address will not be published.