ମହିଳାଙ୍କ ଉପରେ ଚଢିଗଲା ଗାଡି

ପାତ୍ରପୁର : ପାତ୍ରପୁର ବ୍ଲକ ଆନ୍ତର୍ଗତ ସୁରଙ୍ଗୀ ଗ୍ରାମର ଜଣେ ମହିଳା ଉପରେ ଗାଡି ଚଢିଯାଇଥିବା ସୂଚନା ମିଳିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ଦଶ ଘଂଟିକା ସମୟରେ l ଚଞ୍ଚଳା ରସୁଆ (45) ନାମକ ମହିଳା ଜଣକ ବଜାରରେ ବାଉଁଶ ସାମଗ୍ରୀ ବିକ୍ରି କରୁଥିବା ସମୟରେ ଏକ ପିକଅପ ଭ୍ୟାନଟି ମହିଳାଙ୍କ ପଛ ପଟୁଆସି ମହିଳାଙ୍କ ଗୋଡ ଉପରେ ଚଢି ଯାଇଛି l ମହିଳା ଜଣକ ଗୁରୁତ୍ତର ଅବସ୍ଥାରେ ସୁରଙ୍ଗୀ ସରକାରୀ ମେଡିକାଲରେ ଭର୍ତ୍ତି ହୋଇଥିଲେ l ପ୍ରାଥମିକ ଚିକିତ୍ସା ସାରିବା ପରେ ଏମ. କେ. ସି. ଜି ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାଯାଇଛି l

nis-ad
Leave A Reply

Your email address will not be published.