ବିଜେପିର ସୁକାନ୍ତ ପାଣିଗ୍ରାହୀ ହେଲେ କନ୍ଧମାଳର ସାଂସଦ…

ଫୁଲବାଣୀ : କନ୍ଧମାଳ ଲୋକସଭା ଆସନର ସଂସାଦ ଭାବେ ବିଜେପିର ସୁକାନ୍ତ କୁମାର ପାଣିଗ୍ରାହୀ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ହେଭିୱେଟ ନେତା ତଥା କିଟ କିସର ପ୍ରତିଷ୍ଠାତା ଡଃ ଅଚ୍ୟୁତାନନ୍ଦ ସାମନ୍ତଙ୍କୁ ୨୧ହଜାର ୩୭୧ ଭୋଟରେ ହରାଇ ବିଜୟୀ ହୋଇଛନ୍ତି l ବିଜେପିର ସୁକାନ୍ତ କୁମାର ପାଣିଗ୍ରାହୀ
୪ ଲକ୍ଷ ୧୬ ହଜାର ୪୧୫ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ଵନ୍ଦ୍ରୀ ତଥା ବିଜେଡି ପ୍ରାର୍ଥୀ ଅଚ୍ୟୁତାନନ୍ଦ ସାମନ୍ତ୍ର ୩ ଲକ୍ଷ ୯୫ ହଜାର ୪୪ ଭୋଟ ପାଇଛନ୍ତି।ସେହିପରି କଂଗ୍ରେସ ପ୍ରାର୍ଥୀ ଅମିର ଚାନ୍ଦ ନାୟକ ୧ ଲକ୍ଷ ୪୪ ହଜାର ୩୨୨, ମାନସ ଲୋକଶକ୍ତି ଦଳର ପ୍ରାର୍ଥୀ ଭାଗିରଥ୍ ବଳିଆରସିଂ ୭୩୩୦ଟି, ସ୍ବାଧୀନ ପ୍ରାର୍ଥୀ କନକ ମଞ୍ଜରୀ ରଥ ୫୨୦୫ଟି, ବହୁଜନ ସମାଜ ପାର୍ଟି ପ୍ରାର୍ଥୀ ୫୧୩୭ଟି, ନ୍ୟାସନାଲ୍ ଜନତା ଦଳର ପ୍ରାର୍ଥୀ ସୁବାଷ ମହାପାତ୍ର ୪୧୩୭ଟି ଏବଂ କଳିଙ୍ଗସେନାର ପ୍ରାର୍ଥୀ ପର୍ଶୁରାମ ପ୍ରଧାନ ୨ ୭୮୧ ଭୋଟ ପାଇଛନ୍ତି। କନ୍ଧମାଳ ଲୋକସଭା ଆସନରେ ୧୫ ହଜାର ୭୨୦ ଜଣ ନୋଟାରେ ଭୋଟ ଦେଇଥିବା ସୂଚନା ରହିଛି । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫୁଲବାଣୀ ଗସ୍ତ ରେ କନ୍ଧମାଳର ବିଜେପି ପାର୍ଥିଙ୍କୁ ବିପୁଳ ପରିମାଣର ଭୋଟ ଦେଇ ଜିତାଇବାକୁ ଭୋଟ ଭିକ୍ଷା କରଯାଇଥିଲା ବୋଲି ବହୁମତ ମିଳିଥିବା ଚର୍ଚ୍ଚା ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନଙ୍କ ଫୁଲବାଣୀ ଗସ୍ତରେ କନ୍ଧମାଳ ଜିଲ୍ଲାର ସାଂସଦ ଓ ବିଧାୟକ ପାଇଁ ପଦୁଟିଏ ବି ପ୍ରଚାର ନକରିବା କନ୍ଧମାଳ ସଂସାଦ ଓ ଦୁଇ ବିଧାୟକଙ୍କ ପରାଜୟ ବରଣର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି l

nis-ad
Leave A Reply

Your email address will not be published.