ବିକାଶ ର ନଗ୍ନ ଚିତ୍ର : ଗାଁ କୁ ନାହିଁ ରାସ୍ତା ,ନା ଅଛି ପିଇବା ପାଣିର ସୁବିଧା…

ଶୁଣିବା ହେଉ ହେ ସରକାର…

କୁଆଁରମୁଣ୍ଡା : ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା ପଞ୍ଚାୟତର ଜମନକିରା ପୋଖରାଟଲି ଗାଁ କୁ ଯିବା ପାଇଁ ମାଟି ରାସ୍ତା ରହିଛି ଯାହାର ଅବସ୍ଥା ଖାଲ ଖମାରେ ପରିପୂର୍ଣ ! ବର୍ଷା ସମୟରେ ଏହି ରାସ୍ତାଟିଏ କାଦୁଅରେ ପରିଣତ ହୋଇଥାଏ, ରାସ୍ତାରେ ଗୋଟିଏ ଝରଣା ମଧ୍ୟ ରହିଛି ଏହି ଝରଣାରେ ବର୍ଷା ସମୟରେ ପ୍ରବଳ ବର୍ଷା ପାଣି ଆସିଥାଏ ଯାହା ଦ୍ଵାରା ଛୁଆଙ୍କ ସ୍କୁଲ, ସ୍ୱାସ୍ଥ୍ୟ ସେବା, ଓ ଜରୁରୀ କାର୍ଯ୍ୟ କରିବାକୁ ଯିବା ଆସିବା କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ କରନ୍ତି ଗ୍ରାମ ବାସୀ l ଗାଁ କୁ ଯିବା ଆସିବା କରିବାକୁ ଗୋଟିଏ ପୋଲ ହେଲେ ପୋଖରାଟଲି ଗ୍ରାମ ବାସିମାନେ ଉପକୃତ ହୋଇଥାନ୍ତି ବୋଲି ଗ୍ରାମ ବାସୀ ମାନେ ଅଭିଯୋଗ କରୁଛନ୍ତି କିନ୍ତୁ ପ୍ରଶାସନ ଶୁଣିବାକୁ ନାରାଜ ! ସୂଚନା ଥାଉକି ଏହି ଗ୍ରାମରେ ୧୫ଟି ପରିବାର ବର୍ଷା ସମୟରେ ପାଣି ଘେରାଉରେ ରହିଥିବା ଦେଖିବାକୁ ମିଳେ ! କୌଣସି ଜରୁରୀ କାଳୀନ ପରିସ୍ଥିତି ରେ ଆମ୍ବୁଲାନ୍ସ କୁ ଡାକିଲେ ତାହା ଗାଁ ନିକଟରେ ପହଞ୍ଚି ପାରେ ନାହିଁ ! ଯଦି କେହି ଗୁରୁତର ଅବସ୍ଥାରେ ରୋଗୀଙ୍କୁ ଚିକିତ୍ସା ପାଇଁ ନେବାକୁ ହେଲେ ରୋଗୀଙ୍କୁ ଖଟରେ ବୋହି ମୁଖ୍ୟ ରାସ୍ତା ଯାଏ ନେବାକୁ ପଡି ଥାଏ ଏବଂ ସେଠାରୁ ଆମ୍ବୁଲାନ୍ସ କୁ ଡକାଇ ଚିକିତ୍ସା ପାଇଁ ନେଇଥାନ୍ତି ! ଜମନକିରା ମେନ ରୋଡରୁ ପୋଖରାଟଲି ଏକ କିଲୋମିଟର୍ ର ରାସ୍ତା l କେବଳ ରାସ୍ତା ସମସ୍ୟା ନୁହଁ ଏହି ଗାଁରେ ପିଇବା ପାଇଁ ସ୍ୱଚ୍ଛ ପାଣିର ସୁବିଧା ମଧ୍ୟ ନାହିଁ ଯାହା ଫଳରେ ମହିଳା ପୁରୁଷ ଓ ଛୋଟ ଛୋଟ ଛୁଆ ମାନେ ଦୂଷିତ ପାଣି ପିଇ ବିଭିନ୍ନ ରୋଗର ଶିକାର ହେଉଛନ୍ତି ! ଏହି ଗ୍ରାମରେ ପିଇବା ପାଇଁ ସ୍ୱଚ୍ଛ ପାଣିର ସୁବିଧା ନାହିଁ ! ଲୋକମାନେ ଗୋଟିଏ ଖୁଳା କୂଅରୁ ପାଣିକୁ ନେଇ ପିଇବା ପାଇଁ ବ୍ୟବହାର କରନ୍ତି ! ଗୋଟିଏ ନଳକୂପ ଅଛି କିନ୍ତୁ ସେଠାରୁ ଦୂଷିତ ନାଲି ରଙ୍ଗର ପାଣି ବାହାରେ l ଯାହାକୁ ନେଇ ଗ୍ରାମବାସୀ ମାନେ ବାରମ୍ବାର ରାଏବଗା ସରପଞ୍ଚ, ସମିତି, କୁଆଁରମୁଣ୍ଡା ବ୍ଲକ ଉନ୍ନୟନ ଅଧିକାରୀ ଓ ନେତା ମାନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହିବି ଧ୍ୟାନ ଦେଉନାହାନ୍ତି ବୋଲି ଅଭିଯୋଗ ହେଉଛି, ଯାହାଫଳରେ ଏହି ଗ୍ରାମରେ ଥିବା ୧୫ଟି ପରିବାର ଅନେକ ସମସ୍ୟା ଓ ଦୁଃଖରେ ଜୀବନ ଯାପନ କରୁଛି ! ସୂଚନା ଥାଉକି ଓଡ଼ିଶା ସରକାର, ଓ କେନ୍ଦ୍ର ସରକାର ରାସ୍ତା ଓ ପିଇବା ପାଣିକୁ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ବୋଲି ଡିମ ଡିମା ମାରୁଛନ୍ତି କିନ୍ତୁ ଏହି ଗ୍ରାମପାଇ ପ୍ରଶାସନ ର ଦରଦ ହିଁ ନାହିଁ ! ବିକାଶ ର ନଗ୍ନ ଚିତ୍ର ର ଦୃଶ୍ୟ ସ୍ଥାନୀୟ ପ୍ରଶାସନ ଦେଖି ପାରୁ ନାହିଁ l ଗାଁ ଗାଁ କୁ ରାସ୍ତା ଘର ଘର କୁ ପାଣି ର ସ୍ଲୋଗାନ ଧର୍ମକୁ ଆଖି ଠାର କହିଲେ କିଛି ବି ଭୁଲ ହେବ ନାହିଁ l ତେଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବୀ ହେଉଛି l

nis-ad
Leave A Reply

Your email address will not be published.