ବେଆଇନ ଚୋରା ମଦ ବିକ୍ରୀ, ଅଭିଯୋଗ କଲେ ଶୁଣୁନି ପ୍ରଶାସନ


ହିଞ୍ଜିଳିକାଟୁ ୨୯/୫ : ଗଞ୍ଜାମ ଜିଲ୍ଲା ବେଲଗାଁ ଥାନା ହିଞ୍ଜିଳିକାଟୁ ବ୍ଲକ ମଧ୍ୟରୁ ଗଣ୍ଡଳା ପଞ୍ଚାୟତ ବିଭିନ୍ନ କ୍ଷେତ୍ରରେ ଏହାର ସ୍ୱତନ୍ତ୍ରତା ରହିଛି । ଏଠାରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବାଣିଜ୍ୟ ବ୍ୟବସାୟ, ରାଜନୈତିକ , କୃଷି ତଥା ଅନ୍ୟାନ୍ୟ ଦୃଷ୍ଟିରୁ ଏହି ପଞ୍ଚାୟତ ତାର ସ୍ୱତନ୍ତ୍ର ଗାରିମ ରକ୍ଷା କରି ଆସୁଅଛି । ଏଠାକାର ସରଳ,ପରୋପକାର, ସହ ଯୋଗୀ ମନୋଭାବ ଯୋଗୁଁ ଏହି ଅଂଚଳକୁ ଲୋକେ କାର୍ଯ୍ୟ କରିବା ପାଇଁ ପସନ୍ଦ କରିଥାନ୍ତି । କିନ୍ତୁ ଏହି ଶାନ୍ତିପ୍ରିୟ ଅଂଚଳରେ ବେଆଇନ, ବେଧଡକ ନିଶାକାରବାର ଯୋଗୁଁ ଅଶାନ୍ତ ହୋଇ ଉଠୁଛି । ବେଲଗାଁ ଥାନା ଅଧୀନ ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଗଣ୍ଡଳା ପଞ୍ଚାୟତ ର ପଳାସୀ ଗ୍ରାମ ତଳ ଶୁଣ୍ଡି ସାହିରେ ପୋଷ୍ଟ ଅଫିସ ଓ ଦିଲିପ ସାହୁଙ୍କ ଘର ପାଖରେ ଦୈନିକ ଦୋକାନୀ ଚୋରା ମଦ ବିକ୍ରୀ କରୁଥିବା ଅଭିଯୋଗ କରିଛନ୍ତି ସାହି ବାସିନ୍ଦା। । ଦୋକାନରୁ ବେଧଡ ଭାବରେ ଖୋଲାଖୋଲି ଭାବରେ ଚଢା ଦରରେ ୨୪ଘଣ୍ଟିଆ ମଦ ବିକ୍ରୀ ଚାଲିଛି । ଯାହାକି ଉଦ୍ୱେଗ ଜନକ । ବେଧଡକ ଆଉ ନିର୍ଭୟରେ କେମିତି ବିକ୍ରୀ ହେଉଛି ସେ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକଟରେ ପୋଖରୀ ହୁଡ଼ାରେ ମଦ୍ୟପଙ୍କ ଅଡ଼ା ଜମୁଛି। । ଯାହାକୁ ଏହାର ଗାଇଡ ଲାଇନକୁ ଉଲଙ୍ଘନ ସହିତ ଅଂଚଳରେ ଏହାର କୁପ୍ରଭାବ ପଡୁଛି । ପୋଖରୀରେ ଗାଧୋଇବାପାଇଁ ମହିଳା ନିଜକୁ ସୁରକ୍ଷିତ ମଣୁନାହାନ୍ତି।କେବେ ପଡିବ ବେଆଇନ ଚୋରା ମଦର ପୂର୍ଣ୍ଣଚ୍ଛେଦ, ଏ ନେଇ ବେଲଗାଁ ଥାନା ରେ ଅଭିଯୋଗ କଲେ ଶୁଣୁ ନାହାନ୍ତି , ଅଂଚଳରେ ଦେଶୀ ବିଦେଶୀ ମଦର ବନ୍ୟା, ସଚେତନ ମହଲରେ କ୍ଷୋଭ ଦେଖାଦେଇଛି।
ବେଆଇନ ଦେଶୀ ବିଦେଶୀ ମଦର ପ୍ରାବଳ୍ୟ ଯୋଗୁଁ ଅଂଚଳରେ ଅଶାନ୍ତି ସୃଷ୍ଟି କରୁଛି । ସଂଧ୍ୟା ସମୟରେ ମହିଳା ମାନେ ନିଜକୁ ଅସୁରକ୍ଷିତ ମନେ କରି ବାହାରି ପାରୁ ନାହାନ୍ତିା ସଂଧ୍ୟା ନଇଁଲେ ଗାଁ ଗୁଡିକରେ ମଦୁଆମାନଙ୍କ କବଜାକୁ ଗାଁ ଚାଲି ଯାଉଛି । ଅବକାରୀ ବିଭାଗ ନିଜର ମାସିକିଆ କୋଟା ପାଇ ଖୁସ ଥିବା ବେଳେ ନିରିହ ଗ୍ରାମବାସୀ ଏହାର ଦୁଃଖ ଭୋଗୁଛନ୍ତି । ଅଭିଯୋଗ କିମ୍ବା ଗଣମାଧ୍ୟମରେ ଖବର ପ୍ରକାଶ ହେଲେ ମଧ୍ୟ କେହି ନଶୁଣିବା ଅଧିକ ଦୁଃଖ ଦାୟକ ଅଟେ । ଏଣୁ ଉଚ୍ଚକର୍ତ୍ତୃପକ୍ଷ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ଉଚିତ |

nis-ad
Leave A Reply

Your email address will not be published.