ଛତ୍ରପୁରରେ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ଐତିହାସିକ ଯାତ୍ରା

ବିରାଟ ପଟୁଆରରେ ସହର ପରିକ୍ରମା କରି ରିକାପଲ୍ଲୀରେ ରାଜଭୋଗ ଗ୍ରହଣ କଲେ ମା’

ଛତ୍ରପୁର : ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ଗତ ୨୭ ତାରିଖ ଠାରୁ ଆରମ୍ଭ ହୋଇଯାଇଛି । ଏହି ଅବସରରେ ବୁଧବାର ମା’ ରାମାୟାଣାମ୍ମା ଠାକୁରାଣୀ ତାଙ୍କ ବାପ ଘର ତଥା ଅସ୍ଥାୟୀ ମଣ୍ଡପରୁ ଏକ ବିରାଟ ପଟୁଆରରେ ବାହାରି ରିକାପଲ୍ଲୀ ସ୍ଥିତ ସ୍ୱର୍ଗୀୟ ପ୍ରତିଷ୍ଠିତ ବ୍ୟକ୍ତି ୱାଇ. କାମରାଜୁଙ୍କ ଘରକୁ ଯାଇ ରାଜଭୋଗ ଗ୍ରହଣ କରିଛନ୍ତି । ମଙ୍ଗଳବାର ମା’ ରାମାୟାଣାମ୍ମା ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ମା’ ଙ୍କ ଘଟ ଆଗରେ କାଳୀ ନୃତ୍ୟ, ବିଭିନ୍ନ ଦେବାଦେବୀ, କଣ୍ଡେଇ ନାଚ ସହ ବାଘ ଓ ଷଣ୍ଠ ନୃତ୍ୟ , ଧୁମ ଧଡକା ସିଙ୍ଗ ବାଜା ଏବଂ ବିଭିନ୍ନ ବାଜ୍ୟ ବାଜଣା ବେଶ୍ ମନଲୋଭା ହୋଇଛି । ମାଙ୍କ ଏହି ଘଟ ଦର୍ଶନ କରିବା ପାଇଁ ଛତ୍ରପୁର ସହର ଏବଂ ଆଖପାଖ ଅଂଚଳର ବହୁ ଭକ୍ତ ମାନେ ଭିଡ ଜମାଇଥିଲେ । ମାଙ୍କ ଏହି ଯାତ୍ରାକୁ ସୁରୁଖୁରରେ ସମ୍ପାଦନ କରିବା ପାଇଁ ଛତ୍ରପୁର ଥାନା ର ପୋଲିସ, ସେବାୟତ, କମିଟି ମେମ୍ବର ମାନେ ମାଙ୍କ ଘଟ ପରିକ୍ରମା ସମୟରେ ଉପସ୍ଥିତ ଥିଲେ । ଏହା ବ୍ୟତୀତ ପିଲାଙ୍କ ମନୋରଞ୍ଜନ ପାଇଁ ଆସନ୍ତା ୧୨ ତାରିଖରୁ ରାମଦୋଳି, ମୀନା ବଜାର ସମେତ ବିଭିନ୍ନ କାର୍ଯ୍ୟକ୍ରମ ର ଆୟୋଜନ କରାଯିବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି । ସମସ୍ତ କାର୍ଯ୍ୟକ୍ରମକୁ ଯାତ୍ରା କମିଟି ମ୍ୟାନଜର ସି. ଏଚ, ଦୟାନନ୍ଦ ରେଡ୍ଡୀ, ଆସିଷ୍ଟାଣ୍ଡ ମ୍ୟାନେଜର ସମରେନ୍ଦ୍ର ସେନାପତି,କେସିଅର ପି. ରାଜୁ ରେଡ୍ଡୀ ଏବଂ ସମସ୍ତ କମିଟି ମେମ୍ବର, ସ୍ୱେଚ୍ଛାସେବୀ ମାନେ ପରିଚାଳାନାରେ ସହଯୋଗ କରୁଛନ୍ତି ।

nis-ad
Leave A Reply

Your email address will not be published.