କଳାଘୋଡ଼ା ନାଲ ମୁଦି ପଛରେ ଯୁବପିଢି

ହିଞ୍ଜିଳିକାଟୁ ୨୯/୫ : ହିଞ୍ଜିଳିକାଟୁ ସହରରେ ଵୁଧବାର ଉତ୍ତର ପ୍ରଦେଶର ବରେଲି ସହରର କଳା ଘୋଡ଼ା । ଗୋଟିଏ କଳା ରଙ୍ଗର ଘୋଡ଼ା ସହିତ ଘୋଡ଼ା ନାଲରେ ନିର୍ମିତ ମୁଦି ବିକ୍ରି କରୁଥିବା ବେଳେ ଏହା କିଣିବାକୁ ବେଶ ଭିଡ଼ ଜମିଥିଲା । କୁହାଯାଏ ଘୋଡାନାଲ ର ବ୍ୟବହାର ଦ୍ୱାରା ପ୍ରଭୁ ଶନି ଙ୍କ ପ୍ରକୋପ ରୁ ମୁକ୍ତି ମିଳିଥାଏ । ଯଦି ବାରମ୍ବାର ଅସଫଳତା ଲାଗି ରହୁଥାଏ , କୌଣସି ବି କାମ ସଫଳ ହେଉନାହିଁ ତେବେ ଘୋଡ଼ାନାଲରୁ ମୁଦି ତିଆରି କରି ଡାହାଣ ହାତର ମଧ୍ୟମା ଆଙ୍ଗୁଳି ରେ ଧାରଣ କରିବା ଦ୍ୱାରା କାମରେ ସଫଳତା ମିଳିଥାଏ । କଳା ଘୋଡ଼ା ନାଲ ତିଆରି ମୁଦି ପିନ୍ଧିବା ଦ୍ବାରା ବିଭିନ୍ନ ଗ୍ରହ ଜନିତ ସମସ୍ୟାର ସମାଧାନ ହୋଇପାରିବ ବୋଲି ବିକ୍ରେତା କହୁଥିଲେ। ମହିଳା, ପୁରୁଷସମେତ ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଜମିଥିଲା।

nis-ad
Leave A Reply

Your email address will not be published.