ନବରଙ୍ଗପୁର ଜିଲ୍ଲା ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଧର୍ମକୁ ଆଖିଠାର…

ବଟି ଦେଲେ ମିଳୁଛି ପ୍ରଧାନମନ୍ତ୍ରୀ ଆବାସ ଗୃହ…!!

ପ୍ରକୃତ ହିତାଧିକାରୀ ଏଠାରେ ଜଳକା…

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଦୁର୍ନୀତି ରେ ଉବୁଟୁବୁ କହିଲେ କିଛିବି ଭୁଲ ହେବ ନାହିଁ l ସରକାରୀ ମାଳ ମାଳ ଯୋଜନା ହେଉଛି ବାଟ ମାରାଣ l ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ ଯେପରି କଥାରେ ଅଛି ତୁ ଗୁହାରି କରିବୁ ଯାହାକୁ ମୁଁ ଘଇତା କରିଛି ତାହାକୁ ନ୍ୟାୟ ରେ ଚାଲିଛି ଜିଲ୍ଲା l ଜିଲ୍ଲାର ଦୁର୍ନୀତି ନିବାରଣ ବିଭାଗ କଥା ନକହିବା ଭଲ ମାସିକ ବଟି ନେଇ ବାବୁ ମାନେ ଚୁପ ବୋଲି ସାଧାରଣ ରେ ଅଭିଯୋଗ ଆସୁଛି l ଜିଲ୍ଲାର ବ୍ଲକ ମାନଙ୍କ ଦୁର୍ନୀତି ଏବେ ଚରମ ସୀମା ରେ କହିଲେ କିଛି ଭୁଲ ହେବ ନାହିଁ ସେହି ଦୃଷ୍ଟି ରେ ଦେଖିଲେ ଝରୀଗାଁ ଓ ରାଇଘର ବ୍ଲକ ସର୍ବ ଶୀର୍ଷରେ l ସୂଚନା ଥାଉକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କଥା ନକହିବା ଭଲ ଏଠାରେ ପ୍ରକୃତ ହିତାଧିକାରୀ ପାଉନି ଖଣ୍ଡେ ଘର, ତେଲିଆ ମୁଣ୍ଡରେ ତେଲ ସଦୃଶ୍ୟ ଏହି ଯୋଜନା l ପ୍ରକୃତ ହିତାଧିକାରୀଙ୍କ ଦିନ ବିତୁଛି ଭଙ୍ଗା ଦଦରା ଘରେ। କେନ୍ଦ୍ର ସରକାର ଦେଶର ସମସ୍ତ ଗରିବ ଶ୍ରେଣୀର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ପକ୍କାଘର ଯୋଗେଇ ଦେଉଛି କହି ବାହାସ୍ପୁଟ ମାରୁଛନ୍ତି। ହେଲେ ଦେଖିଲା ବେଲକୁ ଏହି ଯୋଜନାର ଲାଭ ଉଠାଉଛନ୍ତି ମଧ୍ୟବିତ ଶ୍ରେଣୀର ଲୋକ ମାନେ, ଟଙ୍କା ନଦେଲେ ମିଳୁନି ଖଣ୍ଡିଏ ଆବାସ ବିଚାରା ଗରିବ ବଟି ଦେବାକୁ କୁଆଡୁ ଆଣିବ ଟଙ୍କା । ଯାହାକୁ ଘର ଖଣ୍ଡିଏ ନିହାତି ଦରକାର ତାକୁ ତ ଘର ମିଳୁନି, ଆଉ ଯାହାର ଭଲ ଘର ଅଛି ତାକୁହିଁ ଏହି ଯୋଜନାରେ ସାମିଲ କରି ଘର ଯୋଗେଇ ଦିଆ ଯାଉଛି ଏହା ସବୁଠୁ ଆଶ୍ଚର୍ଯ୍ୟ ର ବିଷୟ !ଗରିବ ଶ୍ରେଣୀର ଲୋକେ ଘର ଖଣ୍ଡିକ ପାଇବା ପାଇଁ ଗ୍ରାମ ପଲ୍ଲୀସଭା ରୁ,ୱାର୍ଡମେମ୍ବରଙ୍କ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରୀ କରି ହତାଶ ହୋଇ ପଡୁଛନ୍ତି ସିନା ଘର ମିଳୁନି । ଆଉ ଏପଟେ ମଧ୍ୟବିତ ମାନେ ଘରେ ବସି ବସି ଘର ସବୁ ହାତେଇ ନେଉଛନ୍ତି କି ପରି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ଖଟିଖିଆ ସାଧାରଣ ଜନତା । ଗରିବ ବିଚାରା ପଂଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଧାଇଁ ଧାଇଁ ପାଦର ଚପଲ ଛିଣ୍ଡି ଯାଉଛି କିନ୍ତୁ ଗରିବ ଦୁଃଖୀର କଥା କେହି ଶୁଣିବାକୁ ରାଜି ନାହିଁ। ସୂଚନା ଥାଉକି ଝରୀଗାଁ ବ୍ଲକରେ ପ୍ରହସନ ପାଲଟି ଯାଇଛି ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ବ୍ଲକର ଅନେକ ପ୍ରକୃତ ହିତାଧିକାରୀଙ୍କୁ ମିଳୁନାହିଁ ଏହି ଆବାସ ଯୋଜନା। ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବଡ଼ ଟେମରା ପଂଚାୟତ ଅଧିନସ୍ଥ ପିପଲଗୁଡା ଗ୍ରାମର ଦଶରୁ ଯାନୀ (୬୫), ସ୍ତ୍ରୀ ଆମଦାଏ ଯାନୀ ଓ ଗୋଟିଏ ୧୬ବର୍ଷୀୟା ଝିଅ ସାବିତ୍ରୀ ଯାନୀଙ୍କୁ ଧରି ବର୍ଷ ବର୍ଷ ଦିନ କାଟୁଛନ୍ତି ଏକ ଭଙ୍ଗା ଦଦରା ଘରେ, ସରପଞ୍ଚ କି ଗ୍ରାମର ୱାର୍ଡ ମେମ୍ବର ଓ ପ୍ରଶାସନର ନଜର ପଡ଼ୁନାହିଁ କହି ଦଶରୁ ଜାନୀ ଅଭିଯୋଗ କରିଛନ୍ତି। ତାଙ୍କର ବଳ ବୟସ ଥିବା ସମୟରେ ତୋଳିଥିବା ଘରଟି ଏବେ ସମ୍ପୂର୍ଣ୍ଣ ଭାଙ୍ଗି ଗଲାଣି,ଘରେ ଲାଗିଥିବା ଆଡ଼ଭେଷ୍ଟ ଟିଣ ସବୁ ଭାଙ୍ଗି ଯିବାରୁ ତାରି ଉପରେ ଜରି ଟାଙ୍ଗୀ ରହୁଛନ୍ତି। ଆଉ କାନ୍ଥ କଥା ନ କହିବା ଭଲ କାନ୍ଥ ସବୁ ଫାଟି ଆଁ କରିଛି,ଏବେ ଆଉ କଣ ଦେହରେ ବଳ ଅଛି ଯେ ସେ ଘରକୁ ସଜାଡିବ ? ସେ ସରକାରଙ୍କ ଘର ଅପେକ୍ଷାରେ ଦିନ କାଟୁଛି କିନ୍ତୁ ପ୍ରଧାନ ମନ୍ତ୍ରୀ ଘର ତାଙ୍କ ପାଇଁ ସାତ ସପନ। ସରକାର ଘରଟିଏ ଦେଲେ ସେ ତାର ସ୍ତ୍ରୀ ଓ ବଢ଼ୁଆ ଝିଅକୁ ଧରି ଶାନ୍ତିରେ ରହିବ କହି ମନରେ କେତେ ସପ୍ନ କେତେ ଆଶା ନେଇ ପ୍ରଶାସନ ପାଖରେ ଦୌଡ଼ି ଦୌଡ଼ି ନିୟନ୍ତ ହୋଇ ଫେରୁଛିନ୍ତି ହେଲେ ସରକାରଙ୍କୁ କିମ୍ବା ପ୍ରଶାସନ କୁ ଦଶରୁ ର ଦୁଃଖ ଦେଖା ଯାଉନି।ଦଶରୁର କହିବା କଥା ରାତିରେ ଶୋଇଲେ ଚିନ୍ତାରେ ନିଦ ହେଉନି ଘରର ଅବସ୍ଥା ଏମିତି ଶୋଚନୀୟ ହୋଇ ପଡ଼ିଛି ଯେ କେତେବେଳେ ମାଡି ବସିବ କିଛି କହି ବି ହେବନି ପୁଣି ରାତିରେ ବିଷଧର ସାପ, ସରୀସୃପ ଆରାମରେ ଭିତରେ ପଶିଯିବେ ଏବଂ ଜୀବନ ପ୍ରତି ବି ବିପଦ ରହିଛି । ତା ଛଡା ଘରେ ଗୋଟେ ଯୁବା ଝିଅ ଟିଏ ରହିଥିବାରୁ ସେଥିପାଇଁ ମଧ୍ୟ ସେ ଚିନ୍ତିତ। ପ୍ରଶାସନ ଦଶରୁ ଯାନୀର ପରିସ୍ଥିତିକୁ ଆକଳନ କରି ଦେଖି ଶୁଣି ଗୁରୁତ୍ୱ ଦେଇ ଅତିଶୀଘ୍ର ଘରଟିଏ ଯୋଗାଇ ଦେବା ଉଚିତ ବୋଲି ଗ୍ରାମବାସୀମାନେ ମଧ୍ୟ ଦାବୀ କରିବା ସହିତ ଜ଼ିଲ୍ଲା ପ୍ରଶାସନ ପାଖରେ ଗୁହାରି କରିଛନ୍ତି । ଦେଖା ଯାଉ ଜିଲ୍ଲା ପ୍ରଶାସନ ର ନିଦ କେବେ ଭାଙ୍ଗିବ ଏବଂ ଦଶରୁ ଯାନୀର ଆଖିରୁ ଲୁହ କେବେ ସୁଖିବ ତାହା ସମୟ କହିବ l

nis-ad
Leave A Reply

Your email address will not be published.