ମାଲକାନଗିରି (କୋରୁକୋଣ୍ଡା) : ସ୍ୱାଧିନତାର ସାତ ଦଶନ୍ଧି ପୁରିଯାଇ ଥିଲେ ମଧ୍ୟ ଆଜି ମଧ୍ୟ ଡାକ୍ତର ଖାନା ଯିବା ପାଇଁ ମା ମାନଙ୍କୁ ଗର୍ଭ ଯନ୍ତ୍ରଣାରେ ଛଟ ପଟ ହୋଇ ଚାଲି ଯିବାକୁ ପଡୁଛି । ସରକାରଙ୍କ ତରଫରୁ ବହୁ ପ୍ରକାର ସୁବିଧା ମାନ ଯୋଗାଇ ଦିଆଯାଉଥିଲେ ମଧ୍ୟ ସେସବୁ ଯେମିତି କାଗଜ କଲାମରେ ସିମିତି ରହିଯାଉଥିବାର ଅନୁଭବ ହେଉଛି ।ଏମିତି ଏକ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନକାମାମୁଦି ଗ୍ରାମପଞ୍ଚାୟତ ଗନ୍ଦୀ ଗୁଡା ଗ୍ରାମରେ । ଗନ୍ଦୀ ଗୁଡା ଗ୍ରାମଟି ଗ୍ରାମ ପଞ୍ଚାୟତ ସଦର ଠାରୁ ପ୍ରାୟ ୨୦କିମି ଦୂରରେ ରହିଥିବା ବେଳେ ପଞ୍ଚାୟତ ସମିତି ଅଧୀନରେ ଥିବା ସୋମନାଥ ପୁର ଗ୍ରାମ ପଞ୍ଚାୟତ ଠାରୁ ୯କିମି ଦୂରରେ ଅବସ୍ଥିତ ।
ଗାଁକୁ ଜୀବ ପାଇଁ ରାସ୍ତା ନଥିବାରୁ ବହୁ ଅସୁବିଧାର ସମୁଖୀନ ହେବାକୁ ପଡୁଛି ବୋଲି ଗ୍ରାମ ବାସୀ କହିଛନ୍ତି ।ଗ୍ରାମ ବାସୀଙ୍କ କହିବା ଅନୁଯାଇ ଗତ ଗୁରୁବାର ଦିନ ସେହି ଗ୍ରାମର ମଧୁ ମୁଦୁଲିଙ୍କ ସ୍ତ୍ରୀ ପ୍ରତିମା ମୁଦୁଲିଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା । ଏହା ଦେଖି ତୁରନ୍ତ ପରିବାର ଲୋକଙ୍କ ସମେତ ଗ୍ରାମ ବାସୀ ଆମ୍ବୁଲାନ୍ସକୁ ଯୋଗା ଯୋଗ କରିଥିଲେ । ଖବର ପାଇ ଆମ୍ବୁଲାନ୍ସ ଆସିଥିଲା କିନ୍ତୁ ଗାଁକୁ ଯିବା ପାଇଁ ରାସ୍ତା ନଥିବାରୁ ଗାଁ ଠାରୁ ଏକ କିମି ଦୂରରେ ରହିଯାଇଥିଲା । ପରିବାର ଲୋକଙ୍କ ସହିତ ଗ୍ରାମ ବାସୀ ପ୍ରତିମାଙ୍କୁ ଉକ୍ତ ଘାଟି ରାସ୍ତାରେ ଚଲାଇ ଚଲାଇ ଆଣିଥିଲେ । ପ୍ରତିମାଙ୍କୁ ଚାଲିବାରେ କଷ୍ଟ ହେଉଥିଲେ ମଧ୍ୟ ସେ ଚଳିବାକୁ ବାଧ୍ୟ ହୋଇଥିଲେ କାରଣ ଗାଁକୁ ଗାଡି ଯିବା ସମ୍ଭବ ପର ନୁହଁ । ଗାଁ ଠାରୁ ଗୋଟାଏ କିମି ଚାଲି ଆସିବା ପରେ ସୋମନାଥ ପୁର ଗ୍ରାମ ପଞ୍ଚାୟତ ଅଧୀନ ହାତୀ ଆମ୍ବଗାଁ ନିକଟ ଦେଇ ବାଲିମେଳା ଜଯପୁର ମୁଖ୍ୟ ରାସ୍ତାକୁ ବାହାଋ ଆମ୍ବୁଲାନ୍ସଯୋଗେ କୁଡୁମୁଲୁ ଗୁମା ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ ଏବଂ ସେଠାରେ ପ୍ରତିମାଙ୍କ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ବର୍ତ୍ତମାନ ଉଭୟ ମା ଶିଶୁ ସୁସ୍ଥ ଥିବା ଗ୍ରାମ ବାସୀ କହିଛନ୍ତି । ସୂଚନା ଥାଉକି ସୋମନାଥ ପୁର ଗ୍ରାମ ପଞ୍ଚାୟତ ଅଧୀନ ହାତୀ ଆମ୍ବଗାଁ ନିକଟ ଦେଇ ବାଲିମେଳା ଜଯପୁର ମୁଖ୍ୟ ରାସ୍ତା ଠାରୁ ଗନ୍ଦୀ ଗୁଡା ଗ୍ରାମର ଦୂରତା ମାତ୍ର ୯କିମି ଦୂରତା ।ପ୍ରଶାସନ ତରଫରୁ କିଛି ମାସ ହେବ ରାସ୍ତା କାମ ଆରମ୍ଭ ହୋଇଥିବା ବେଳେ ମୁଖ୍ୟ ରାସ୍ତା ଠାରୁ ମୋଟ ଆଠ କିମି ରାସ୍ତା ନିର୍ମାଣ ହୋଇଥିବା ବେଳେ ଅବଶିଷ୍ଟ ଏକ କିମି ରାସ୍ତା କାର୍ଯ୍ୟ ହୋଇନଥିବା କାରଣରୁ ଗ୍ରାମ ବସି ବହୁ ଅସୁବିଧାର ସମୁଖୀନ ହେଉଥିବା କହିଛନ୍ତି ଗ୍ରାମବାସୀ ।
Sign in
Sign in
Recover your password.
A password will be e-mailed to you.
Prev Post