କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ବାଲିଗୁଡା ଏସଡିପିଓ ରାହୁଲ ଗୋୟଲଙ୍କ ଆକ୍ରମଣ ଓ ଦୁର୍ବ୍ୟବାହାର…!

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଂଚଳରେ ପୋଲିସ ନାଁରେ ଗଞ୍ଜେଇ ଲୁଟ ଘଟଣା ବାରମ୍ବାର ଘଟିଚାଲିଥିବା ବେଳେ ଏମିତି ଘଟଣାକୁ ନେଇ ଆଗରୁ ଅନେକ କେଶ ମଧ୍ୟ ହୋଇଛି I ଏହାସହ ଏଭଳି ମାମଲାରେ ଆଗରୁ ଅନେକ ଅଭିଯୁକ୍ତ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ମଧ୍ୟ ଯାଇଛନ୍ତି I ତେବେ ସୋମବାର ଅପରାହ୍ନ ପାଞ୍ଚଟା ସମୟରେ ଏଭଳି ଏକ ଖବର ଫିରିଙ୍ଗିଆ ଥାନାକୁ ଆସିଥିଲାI ଖବର ମୁତାବକ ଫିରିଙ୍ଗିଆ ଥାନା ରତଙ୍ଗ ପଞ୍ଚାୟତର ବେଙ୍ଗେସି ଗାଁରେ କିଛି ଲୋକ ପୋଲିସର ପରିଚୟ ଦେଇ ମାରଣାସ୍ତ୍ର ଦେଖାଇ ଘରଘର ପସି ଗଞ୍ଜେଇ ରେଡ କରୁଥିବା ଖବର ଆସିଥିଲା I ଥାନାରୁ ଖବର ପାଇ ଫିରିଙ୍ଗିଆରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ତଥା ଫିରିଙ୍ଗିଆ ପ୍ରେସ କ୍ଳବର ସଭାପତି ଓ କ୍ଳବର କୋଷାଧକ୍ଷ ସୁବ୍ରତ କୁମାର ମହାନ୍ତି ଖବର ସଂଗ୍ରହ କରିବା ପାଇଁ ତତକ୍ଷଣାତ ଘଟଣା ସ୍ଥଳରେ ପହଂଚିଥିଲେ I ଏହାସହ ଫିରିଙ୍ଗିଆ ପୋଲିସର ଏକ ଟିମ ମଧ୍ୟ ଘଟଣା ସ୍ଥଳରେ ପହଂଚିଥିଲେ I ଘଟଣା ସ୍ଥଳରେ ପହଂଚିବା ପରେ ସାମ୍ବାଦିକ ଉତ୍ତମ ଖମାରି ଓ ସୁବ୍ରତ କୁମାର ମହାନ୍ତି ଫୋଟୋ ଓ ଭିଡ଼ିଓ ଉତ୍ତୋଳନ କରିବା ଆରମ୍ଭ କରିବା ସମୟରେ ହଠାତ ଏକ ବୋଲେରୋ ଗାଡ଼ିରୁ ସାଧା ପୋଷାକରେ ଥିବା ଜଣେ ବ୍ୟକ୍ତି ଉହ୍ଲାଇ ନିଜକୁ ବାଲିଗୁଡା ଏସଡିପିଓ ରାହୁଲ ଗୋୟଲ ବୋଲି ପରିଚୟ ଦେବା ସହ ସାମ୍ବାଦିକ ଉତ୍ତମ ଖମାରି ଓ ସୁବ୍ରତ ମହାନ୍ତିଙ୍କୁ କାହା ପରମିସନରେ ଭିଡ଼ିଓ ଓ ଫୋଟୋ ଉଠାଉଛୁ କହିବା ସହ ପରିଚୟ ପତ୍ର ମାଗିଥିଲେ I ସାମ୍ବାଦିକ ଉତ୍ତମ ଖମାରି ନିଜ ପରିଚୟ ପତ୍ର ଦେଖାଇବା ସହ ସାମ୍ବାଦିକ ସୁବ୍ରତ ମହାନ୍ତି ବୁମ ମଧ୍ୟ୍ୟ ଦେଖାଇ ଥିଲେ I ତଥାପି ମଧ୍ୟ ଏସଡିପିଓ ରାହୁଲ ଗୋୟଲ ସାମ୍ବାଦିକ ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବା ପାଇଁ ଧମକ ଦେବା ସହ ମୋବାଇଲ ଓ ବୁମ କୁ ଛଡେଇ ନେବାପାଇଁ ଚେଷ୍ଟା କରିବା ସହ ସାମ୍ବାଦିକ ଉତ୍ତମ ଖମାରିଙ୍କୁ ମାଡ଼ ମାରିଥିଲେ I ଅନ୍ୟପଟେ ବାଲିଗୁଡା ପୋଲିସ ଫିରିଙ୍ଗିଆ ଅଂଚଳକୁ ଆସି ଅଂଚଳର ସରଳ ନିରୀହ ଆଦିବାସୀ ମାନଙ୍କୁ ବିଭିନ୍ନ ମାରାଣାସ୍ତ୍ର ଦେଖାଇ ଘରଘର ପସି ଗଞ୍ଜେଇ ରେଡ କରିବା ଓ ବାଲିଗୁଡା ପୋଲିସ ଫିରିଙ୍ଗିଆ ଅଞ୍ଚଳରେ ଗଞ୍ଜେଇ ରେଡ଼ କରିବା ଘଟଣା ଫିରିଙ୍ଗିଆ ପୋଲିସ ପାଖରେ ଖବର ନଥିବା ନିଶ୍ଚିତ ଭାବରେ ବାଲିଗୁଡା ଏସଡିପିଓ ଙ୍କ କାର୍ଯ୍ୟଦକ୍ଷତା ଉପରେ ଆଙ୍ଗୁଳି ନିର୍ଦେଶ କରୁଛି I ଅନ୍ୟପଟେ ଖବର ସଂଗ୍ରହ କରିବାକୁ ଯାଇଥିବା କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଗାଳିଗୁଲଜ କରିବା ଓ ମାଡ଼ ମାରିବା ଘଟଣାକୁ କନ୍ଧମାଳ ଜିଲ୍ଲାର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ନିନ୍ଦା କରିବା ସହ ଆଗାମୀ ଦିନରେ ଏହାର ଦୃଢ଼ ପ୍ରତିବାଦ କରାଯିବ ବୋଲି ମତ ଦେଇଛନ୍ତି I ଅନ୍ୟପଟେ ବାରମ୍ବାର ସାମ୍ବାଦିକ ମାନଙ୍କ ଉପରେ ପୋଲିସର ଜୁଲୁମ ଓ ସୋମବାର ଦୁଇଜଣ ସାମ୍ବାଦିକଙ୍କ ଉପରେ ବାଲିଗୁଡା ଏସଡିପିଓ ରାହୁଲ ଗୋୟଲଙ୍କ ଆକ୍ରମଣ କୁ ସମସ୍ତ୍ କାର୍ଯ୍ୟରତ ସାମ୍ବାଦିକ ଏବଂ ବୁଦ୍ଧିଜୀବୀ ଘୋର ନିନ୍ଦା କରିବା ସହ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି I ସେପଟେ ଏହି ଘଟଣାକୁ ନେଇ ଏସଡିପିଓ ଙ୍କ ଆକ୍ରୋଶ ର ଶିକାର ହୋଇଥିବା ସାମ୍ବାଦିକ ମନେ ଏସଡିପିଓ ଙ୍କ ନାଁରେ ଫିରିଙ୍ଗିଆ ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ୍ୟ କରିଥିବା ବେଳେ ଦୋଷି ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେବା ଯାଏ ଆନ୍ଦୋଳନ ଜାରିରହିବ ବୋଲି ଜିଲ୍ଲାର ସମସ୍ତ ବରିଷ୍ଠ ସାମ୍ବାଦିକ ଙ୍କ ସହ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମତପ୍ରକାଶ କରିଛନ୍ତି I ଅନ୍ୟପଟେ ଆଉ କିଛିଦିନ ପରେ ସାଧାରଣ ନିର୍ବାଚନ ଥିବା ବେଳେ ଆଇନ ଶୃଙ୍ଖଳ ପରିସ୍ଥିତି କୁ ନିୟନ୍ତ୍ରଣ କରିବା ପରିବର୍ତ୍ତେ ବାଲିଗୁଡା ଏସଡିପିଓ ନିଜ ଟିମ ସହ ଅନ୍ୟ ଏକ ଥାନା ଅଞ୍ଚଳକୁ ଆସି ଗଞ୍ଜେଇ ଧରିବା ନାଁରେ ଆଦିବାସୀ ମାନଙ୍କ ଉପରେ ଜୁଲୁମ କରିବା ଆଗାମୀ ନିର୍ବାଚନ କୁ ପ୍ରଭାବିତ କରିପାରେ ବୋଲି ଅଂଚଳର ରାଜନେତା ମାନଙ୍କ ସହ ରାଜନୀତି ସମୀକ୍ଷକ ଓ ବୁଦ୍ଧିଜୀବୀ ମନେ ମତଦେବା ସହ ସେମାନେ ମଧ୍ୟ ଏହି ଘଟଣାକୁ ଘୋର ନିନ୍ଦା କରିଛନ୍ତି I

nis-ad
Leave A Reply

Your email address will not be published.