ନାବାଳିକା ଗଣ ଦୁଷ୍କର୍ମ ମାମଲା :ବୈଦ୍ୟନାଥ ପୁର ପୋଲିସ ର ଭୂମିକା ସନ୍ଦେହ ଘେରରେ..!

ଚାପରେ ପଡୁଛି କି ପୋଲିସ ନା ହୋଇଛି ବଡ ଡିଲ…!!

ବ୍ରହ୍ମପୁର : ନାବାଳିକା ଗଣ ଦୁଷ୍କର୍ମ ମାମଲା ପୋଲିସ ର ତଦନ୍ତ କୁ ନେଇ ସନ୍ଦେହ ଦିନକୁ ଦିନ ବଢିବା ରେ ଲାଗିଛି l ସୂଚନା ଥାଉକି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ର ବୈଦ୍ୟନାଥପୁର ଥାନା ଅଞ୍ଚଳ ରେ ଏକ ଲଜ୍ୟା ଜନକ ଘଟଣା ଘଟିଯାଇଛି ଯାହାକି ଜଣେ ନାବାଳିକା ଙ୍କୁ ଗଣ ଦୁଷ୍କର୍ମ କରାଯାଇଛି । ସୂଚନା ଥାଉକି ଚଳିତ ମାସ ୩ ତାରିଖ ରେ ବ୍ରହ୍ମପୁର ରେ ରହି ପାଠ ପଢ଼ୁଥିବା ଜଣେ ନାବାଳିକା କୁ ତାର ଜଣେ ପୁରୁଷ ବନ୍ଧୁ ବ୍ରହ୍ମପୁର ବ୍ରହ୍ମiନଗର ରେ ରହୁ ଥିବା ମେସକୁ ଡ଼ାକି ନେଇ ମୃଦୁ ପାନୀୟ ରେ ନିଶା ଦେଇ ସାଙ୍ଗ ମାନଙ୍କ ସହ ଗଣ ଦୁଷ୍କର୍ମ କରିଥିଲେ ବୋଲି ପୋଲିସ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛି l କିନ୍ତୁ ଏହି ଘଟଣା ରେ ସମ୍ପୃକ୍ତ ଥିବା ବିଜେଡ଼ି ଛାତ୍ର ନେତା ବିକ୍ରମ ଜେନା ବି କୁଆଡ଼େ ସମ୍ପୃକ୍ତି ନେଇ ଅଭିଯୋଗ ପରେ ଡାକ୍ତରୀ ମାଇନା କରଯାଇଥିଲା। ଛତ୍ର ନେତାର ନାମ ଆସିବା ପରେ ବିଜେଡ଼ି ର ଅକଲ ଗୁଡ଼ୁମ ହେବା ସହ ଜିଲ୍ଲାର ତିନି ବିଧାୟକ ବିକ୍ରମ କୁ ଛାଡିବା କୁ ଦାବୀ କରି ସଫଳ ହେଲେ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି। ଏହି ଡ଼ିଲ ପାଇଁ ଲକ୍ଷାଧିକ ଟଙ୍କା ନେଇଥିବା ସମ୍ପର୍କ ରେ ପୋଲିସ ଉପରେ ସିଧା ଅଭିଯୋଗ ହେଉଛି। ଗଞ୍ଜାମ ଜିଲ୍ଲାର ଅଧିକାଂଶ ଅପରାଧି ତତ୍ତ୍ଵ ମାନେ ରାଜନୈତିକ ଦଳରେ ରହି ବିଭିନ୍ନ ପଦ ପଦବୀ ରହିଥିବାର ନଜିର ରହିଛି। ଯେତେ ବଡ଼ ଅପରାଧ କରିଲେ ବି ନେତା ମାନେ କଳ ବଳ କୌଶଳ ଅଵଲମ୍ବନ କରି ନିଜର ସମର୍ଥ ମାନଙ୍କୁ ଛଡେଇ ନେଉଥିବା ଦେଖିବାକୁ ମିଳୁଛି। ଏହି ଘଟଣା ରେ ସମ୍ପୃକ୍ତ ଥିବା କିଛି ଯୁବକ ଗିରଫ ହୋଇଥିଲେ ବି ମାଷ୍ଟର ମାଇଣ୍ଡ କୁ ପୋଲିସ ଛାଡ଼ି ଦେବା ଘଟଣା ଏବେ ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚା ହେବାରେ ଲାଗିଛି।ଏହି ଘଟଣା ରେ ଯିଏବି ସମ୍ପୃକ୍ତ ଅଛନ୍ତି। ସେମାନଙ୍କୁ କୋଠର ଦଣ୍ଡ ଦେବା ସହ ଯେଉଁ ପୋଲିସ ବାବୁ ମାନେ ମୋଟା ଅଙ୍କ ନେଇ ଘଟଣା କୁ ଚପେଇ ଦେବାକୁ ଉଦ୍ୟମ କରୁଛନ୍ତି ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା କୁ ଦାବୀ ହେଉଛି। ଏହାକୁ ନେଇ ଅନେକ ସଂଘଠନ ଏବଂ ବୁଦ୍ଧିଜୀବୀ ପୋଲିସ ର ଏକ ତରଫା ତଦନ୍ତ କୁ ନିନ୍ଦା କରିଛନ୍ତି l ସୂଚନା ଥାଉକି ପୀଡିତା ଙ୍କ ଯୁବକ ବନ୍ଧୁ ଯୁବତୀ ବସ ଷ୍ଟାଣ୍ଡ ରେ ଘରକୁ ଯିବାକୁ ଅପେକ୍ଷା କରିଥିବା ବେଳେ ତାଙ୍କୁ ନିକଟସ୍ଥ ଭଡା ଘରେ ରହୁଥିବା ପୁରୁଷ ବନ୍ଧୁ ଡାକି ଥିଲେ ଏବଂ ଯୁବତୀ ମଧ୍ୟ ସବୁ ଦିନ ପରି ତାଙ୍କ ନିମନ୍ତ୍ରଣ ରକ୍ଷା କରି ଯାଇଥିଲେ l ଏବଂ ସୂଚନା ଥାଉକି ତାଙ୍କୁ ସେଠାରେ ମୃଦୁ ପାନୀୟ ରେ କିଛି ନିଶା ଦେଇ ତାଙ୍କୁ ଦୁଷ୍କର୍ମ କରାଗଲା ଯାହାକି ଅଭିଯୋଗ ରେ ଦର୍ଶା ଯାଇଛି ବୋଲି ପୋଲିସ କହିଛି l ଏଠାରେ ପୋଲିସ ତଦନ୍ତ ଉପରେ ସନ୍ଦେହ ସୃଷ୍ଟି କଲା କାରଣ ସେହି ଭଡା ଘରେ କଣ ସବୁ ଗିରଫ ହେବା ଯୁବକ ଆଗରୁ ସୁଯୋଗ ଅପେକ୍ଷା ରେ ଥିଲେ ଗଣ ଦୁଷ୍କର୍ମ କରିବା ସକାଶେ..? ପୁଣି ସେହି ଭଡା ଘର କାହା ନାମ ରେ ପଞ୍ଜିକରଣ ହୋଇଛି..?, ସେହି ଘରକୁ କେଉଁ କେଉଁ ପିଲାମାନେ ଯିବା ଆସିବା କରୁଥିବା ସି ସି ଟିଭି ଫୁଟେଜ ଯାଞ୍ଚ ର ତଥ୍ୟ ସବୁ କିଛି ରହସ୍ୟ ଘେରରେ ରହି ଯାଉଛି l ପୋଲିସ କେତେବେଳେ କଣ କହୁଛି ତାହାର କିଛି ତାଳ ମେଳ ରହୁନି ପୋଲିସ ମୁଖ୍ୟ ଅଭିଯୁକ୍ତ କୁ ଖସାଇ ଦେଇ କିଛି ନିରୀହ ପିଲାକୁ ଫସାଇ ଦେଉଛି ବୋଲି ବି ଅଭିଯୋଗ ଆସିଲାଣି l ପୀଡିତା ନିଶା ଜନିତ ମୃଦୁ ପାନୀୟ ପିଇବା ପରେ ତାଙ୍କ ହୋସ ନଥିଲା ତେବେ ସେ କେମିତି ଜାଣିଲେ ତାଙ୍କୁ ପାଞ୍ଚ ଜଣ କିମ୍ବା ଆଠ ଜଣ ଦୁଷ୍କର୍ମ କରିଥିଲେ ଏବଂ ସେମାନେ ପୁଣି କିଏ କିଏ…? ପୋଲିସ ଏହାର ଫାଇଦା ନେଇ ମୋଟା ଟଙ୍କା କାରବାର
ପରେ ବିଜେଡ଼ି ଯୁବ ନେତା କୁ ଖସେଇବାରେ ସଫଳ ହୋଇଛି ବୋଲି ସହର ର ସାଧାରଣ ଓ ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ଜୋର ଧରୁଛି ଯାହାକି ଏବେ ସୁଦ୍ଧା ପୋଲିସ ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାହାକି ମୁଖ୍ୟ ଅଭିଯୁକ୍ତ କୁ ଖସାଇ ଦେଇ କିଛି ନିରୀହ ପିଲାକୁ ପୋଲିସ ଗିରଫ କରିଛି ବୋଲି ଅଭିଯୋଗ ଆସୁଛି ଯାହାକୁ ନେଇ ବିଜେପି ମହିଳା ମୋର୍ଚା ଅଭିଯୋଗ କରିଛି l ପୋଲିସ ର ତଦନ୍ତ ପ୍ରତି ଆଙ୍ଗୁଠି ଉଠିବା ସ୍ୱାଭାବିକ ତେଣୁ ଏହି ପରି ଏକ ସମ୍ବେଦନ ଶୀଳ ଘଟଣା କୁ ରାଜ୍ୟ ସରକାର ଓ ରାଜ୍ୟ ପୋଲିସ ପ୍ରଶାସନ ଗୁରୁତ୍ୱ ସହିତ ନେଇ ନିରପେକ୍ଷ ତଦନ୍ତ କରାଯାଉ ବୋଲି ସାଧାରଣ ରେ ଦାବି ହେଉଛି ନଚେତ ଆଗାମୀ ଦିନରେ ବିରାଟ ଜନ ଆନ୍ଦୋଳନ ମୁଣ୍ଡ ଟେକିବା ସମ୍ଭାବନା କୁ ଏଡେଇ ଦିଆନଯାଇପାରେ l ଏହାର ତଦନ୍ତ ଅଧିକାରୀ ବଦଳାଇବା ସହ ସିବିଆଇ ଦ୍ୱାରା ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ପଦାକୁ ଆସିବା ସହିତ ପୀଡିତା ଉପଯୁକ୍ତ ନ୍ୟାୟ ପାଇବେ ନଚେତ କିଛି ନିରୀହ ଯୁବକ ବଳି ପଡିବା ସମ୍ଭାବନା ରହିଛି…!

nis-ad
Leave A Reply

Your email address will not be published.