ସିବିଏସ ପରୀକ୍ଷାରେ ଓଡ଼ିଆ ବିଷୟରେଶହେରୁ ଶହେ ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ କ୍ଷୀରାବ୍ଧି…


ଫୁଲବାଣୀ : ଉତ୍ତମ ପରିବାରର ଉତ୍ତମ୍ ସଂସ୍କାର ରେ ପରିପାଳିତ ହୋଇଥିବା ପିଲାମାନେ ସର୍ବଦା ଉତ୍ତମ୍ ହୋଇବେ ଏହା ସିଦ୍ଧ କରିଛନ୍ତି କ୍ଷୀରାବ୍ଧି ତନ୍ମୟା l ସ୍ଵଭାବ ରେ ଶାନ୍ତ ସିଷ୍ଟ ସରଳ କିନ୍ତୁ ପାଠ ପଢ଼ା ସହିତ ବିଭିନ୍ନ ପ୍ରତିଯୋଗିତାରେ ଧୁରନ୍ଧର l ଇଂରାଜୀ ମିଡିୟମରେ ପାଠ ପଢି ସେ ଓଡ଼ିଆ ବିଷୟରେ ୧୦୦ରୁ ୧୦୦ ନମ୍ବର ରଖି ଚର୍ଚିତ ହୋଇ ପାରିଛନ୍ତି ସମଗ୍ର ଜିଲ୍ଲାରେ l କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମାର ନାରାୟଣୀ ରୋଡ ନିକଟସ୍ଥ ସିବିଏସର ପ୍ଲବିକ ସ୍କୁଲ ରହିଛି।ଏହି ସ୍କୁଲରେ ଉତ୍ତମ ଶିକ୍ଷକ, ଶିକ୍ଷୟତ୍ରୀ, ସ୍କୁଲକୁ ପରିଚାଳନା କରୁଥିବା ସମ୍ପାଦକ ବିପ୍ରଚରଣ ପାତ୍ରଙ୍କ ସୁପରିଚାଳନା ଫଳରେ କ୍ଷୀରାବ୍ଧି ତନୟା ଦଶମ ଶ୍ରେଣୀରେ ୯୪% ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରିବା ସହିତ ଓଡ଼ିଆ ବିଷୟରେ ୧୦୦ ରୁ ୧୦୦ ନମ୍ବର ରଖି ସମଗ୍ର ଜିଲ୍ଲା ପାଇଁ ଗର୍ବ ଆଣି ପାରିଛନ୍ତି ।ଏହା ସହିତ ପ୍ରଥମ ଶ୍ରେଣୀରୁ ଆରମ୍ବ କରି ଦଶମ ଶ୍ରେଣୀପର୍ଯ୍ୟନ୍ତ ବିଭିନ୍ନ ଗୀତ,ନାଚ,ଓଡ଼ିଆ ବକୃତା, ଇଂରାଜୀ ବକୃତା, ପେନ୍ସିଡ୍ରେସ, ହୋଷ୍ଟ କରି ୨୦୦ରୁ ଉର୍ଦ୍ଧ୍ଵ ମାନପତ୍ର ପାଇ ବିଦ୍ୟାଳୟର ସୁନାମ ଅର୍ଜନ କରି ଆସିଛନ୍ତି । ତାଙ୍କ ପିତା ଫୁଲବାଣୀର ଜଣାଶୁଣା ଓକିଲ ତଥା କାର୍ଯ୍ୟରତ ସାମ୍ବାଦିକ ଭାବେ ପରିଚିତ l ଏଥି ସହିତ ସୁବିଧା ଅସୁବିଧା ରେ ଜନସାଧାରଙ୍କ ସେବା ମଧ୍ଯ କରିଥାନ୍ତି।ସେହିପରି ମା ଜଣେ ପ୍ଲବିକି ସ୍କୁଲର ଶିକ୍ଷୟତ୍ରୀ ଅଟନ୍ତି। କ୍ଷୀରାବ୍ଧି ତନୟାଙ୍କ ଜେଜେ ମା ଜଣେ କାଉନସିଲର ଓ ଜେଜେ ବାପା ଥିଲେ ଜଣେ ଭଲ ସମାଜସେବୀ । ଭବିଷ୍ୟତରେ କ୍ଷୀରାବ୍ଧି ତନୟା ୟୁପିଏସ ସି ପଢିବା ପାଇଁ ସ୍ଥିର କରିଛନ୍ତି ।

nis-ad
Leave A Reply

Your email address will not be published.