ସାଂସଦ ବିଧାୟକ ଙ୍କ ଭୋଟ ମାର୍ଜିନ ଉପରେ ବିଜେଡ଼ି ର ନଜର…..
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ୧୩ ଓ ୨୦ ନିର୍ବାଚନ ହେବ। ହେଲେ ବିଜେଡ଼ି ରେ ଗୋଷ୍ଟି କନ୍ଦଳ ର ଭଟା ପଡ଼ିନାହିଁ। ସାଂସଦ ଓ ବିଧାୟକ ଏବଂ ବିଧାୟିକା ପ୍ରାର୍ଥୀ ମାନଙ୍କ ମଧ୍ୟରେ ଗୋଛି କଟା କଟି ନେଇ ଦଳ ମୁଖିଆ ଙ୍କ ନିକଟରେ ଖବର ପହଞ୍ଚିଛି। ଅଧିକାଂଶ କରି ଆସିକା ସାଂସଦ ପ୍ରାର୍ଥୀନୀ ରଞ୍ଜିତା ଙ୍କ ପିତାଙ୍କ କିଛି ସମର୍ଥକ ଖଲ୍ଲୀକୋଟ ଓ କବିସୂର୍ଯ୍ୟନଗର ରେ ବିଧାୟିକା ପ୍ରାର୍ଥୀନୀ ଙ୍କୁ ଖୋଲା ଖୋଲି ବିରୋଧ କରୁଥିବା ଚର୍ଚ୍ଚା ହେଉଛି। ବିଭିନ୍ନ ସ୍ଥାନରେ ବୈଠକ ପରେ ବୈଠକ କରି ସାଂସଦ ପ୍ରାର୍ଥୀନୀ ଙ୍କୁ ଶଙ୍ଖ ଚି଼ହ୍ନ ରେ ଭୋଟ ଦେବାକୁ କହୁଥିବା ବେଳେ ଏମ.ଏଲ.ଏ ଭୋଟ କାହାକୁ ଦିଆ ହେବ ଗୁପ୍ତ ରଖା ଯାଇଥିବା ଆଲୋଚନା ହେଉଛି। ପୂର୍ବରୁ ହର ସାହୁ ବିଜେଡ଼ି ରୁ ବିଧାୟକ ଭାବେ ଲଢ଼ିବାକୁ କୁଆଡ଼େ ଲବି କରି ଆସୁଥିଲେ। ହେଲେ ଝିଅକୁ ଧରି କିଛି ଦିନ ହେଲା ବିଭିନ୍ନ ସ୍ଥାନରେ ସଭା ସମିତି କରୁଥିଲେ। ବିଜେଡ଼ି ତାର ପ୍ରାର୍ଥୀ ଘୋଷଣା ବେଳେ ହରଙ୍କୁ ବ୍ରେକ ଦେଇ ତାଙ୍କ ଝିଅ ରଞ୍ଜିତା ଙ୍କୁ ଆସିକା ସାଂସଦ ଭାବେ ପ୍ରାର୍ଥୀନୀ କରି ନାମ ଘୋଷଣା କରିଥିଲା। ରଞ୍ଜିତାଙ୍କୁ ଟିକେଟ ମିଳିବା ପରେ ପ୍ରତେକ କ୍ଷେତ୍ରରେ ହର ସାହୁ ଆଗକୁ ଆସୁଥିବା ଯୋଗୁଁ ବିଜେଡ଼ି ର ଅଡୁଆ ବଢ଼ିବାରେ ଲାଗିଥିବା ଚର୍ଚ୍ଚା ହେଉଛି। ଏପଟେ ଦଳ ମୁଖିଆ ଏହି ଘଟଣା ଶୁଣିବା ପରେ ଖପ୍ପା ହୋଇଥିବା ନେଇ ରାଜନୈତିକ ମହଲ ରେ ଆଲୋଚନା ହେଉଛି। ନିଜ ଦଳ ଭିତରେ ଗୋଡ଼ ଝିକା ଝିକି ସତ ହୋଇଥିଲେ, ନିର୍ବାଚନ ଫଳ ଘୋଷଣା ପରେ ନବୀନ କଣ ଏକ୍ସନ ନେଉଛନ୍ତି ଦେଖିବାକୁ ବାକି ରହିଲା।
Sign in
Sign in
Recover your password.
A password will be e-mailed to you.