ନିର୍ବାଚନ ପ୍ରଚାର ଶେଷ ଦିନରେ : ଭୃଗୁ ଓ ସୁବାଷ ନିମନ୍ତେ ଜୋରଦାର ପ୍ରଚାର କଲେ ସିନେଷ୍ଟାର ସବ୍ୟସାଚୀ ଓ ଅର୍ଚ୍ଚିତା

ଛତ୍ରପୁର : ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରାର୍ଥୀ ମାନଙ୍କ ପ୍ରଚାର ସେତେ ଦମଦାର ହେବାରେ ଲାଗିଛି l ବିଭିନ୍ନ ପଞ୍ଚାୟତ ବୁଲି ଭୋଟର ଙ୍କ ଘରେ ଘରେ ପହଞ୍ଚି ନିଜ ନିଜ ସପକ୍ଷରେ ଭୋଟ ଦେବା ପାଇଁ ପ୍ରାର୍ଥୀ ମାନେ ଲୋକଙ୍କୁ ଭୋଟ ଆଶ୍ରିବାଦ ମାଗୁଛନ୍ତି l ଏହି ପରିପ୍ରେକ୍ଷୀରେ ଶନିବାର ପ୍ରଚାର ର ଶେଷ ଦିନରେ ଛତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ସୁନ୍ଦରପୁର ପଞ୍ଚାୟତରେ ବିଜେଡି ଶକ୍ତି ପ୍ରଦର୍ଶନ କରିବା ସହିତ ଘର କୁ ଘର ବୁଲି ପ୍ରଚାର ଦମଦାର ପ୍ରଚାର କରିଛନ୍ତି । ପଂଚାୟତ ରେ ଏକ ପ୍ରକାର ସବୁଜ ମୟ ହୋଇ ପଡିଥିଲା, ଏହା ସହିତ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସି ପାତ୍ର ଓ ବିଧାୟକ ପ୍ରାର୍ଥୀ ସୁବାଷ ଚନ୍ଦ୍ର ବେହେରା ଙ୍କ ନିମନ୍ତେ ସିନେଷ୍ଟାର ସବ୍ୟସାଚୀ ଓ ଅର୍ଚ୍ଚିତା ବିଭିନ୍ନ ଘରକୁ ଘର ବୁଲି ଜନସାଧାରଣଙ୍କୁ ଶଙ୍ଖ ଚି଼ହ୍ନରେ ଭୋଟ ଦେଇ ବିଜୟୀ କରିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି l ସୁନ୍ଦରପୁର ପଞ୍ଚାୟତରେ ବିଧାୟକ ପ୍ରାର୍ଥୀ ସୁବାଷ ବେହେରା ଙ୍କୁ ବିପୁଳ ସମର୍ଥନ ଜଣାଇବା ସହିତ ବିଭିନ୍ନ ଢ଼ଙ୍ଗରେ ସ୍ୱାଗତ ଜଣାଯାଇଛି l ମହିଳାଙ୍କ ହୁଳୁ ହୁଳି, ପୁରୁଷ ମାନଙ୍କ ହରିବୋଲ, ଜୟ ଜଗନ୍ନାଥ, ଜୟ ନବୀନ, ଶଙ୍ଖ ଚି଼ହ୍ନ ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ ରେ ସାରା ପଞ୍ଚାୟତ ଉତ୍ସବ ମୁଖର ହୋଇପଡ଼ିଥିଲା l ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ସଭିଏଁ ସଙ୍କଳ୍ପ ନେବାକୁ ଆହ୍ୱାନ୍ ଦେଇଥିଲେ । ଏହାସହ ଛତ୍ରପୁର ନିର୍ବାଚନମଣ୍ଡଳୀରେ ବିକାଶର ଧାରା ବଜାୟ ରଖିବାକୁ ସହଯୋଗ କାମନା କରିଥିଲେ । ଏହି ପ୍ରଚାର ରେ ଜିଲ୍ଲାପରିଷଦ ସଭ୍ୟା ରଶ୍ମିତା ନାହାକ, ସମିତି ସଭ୍ୟା ସୁଜ୍ଞାନୀ ସେଠି, ପୂର୍ବତନ ସରପଞ୍ଚ ସୋମନାଥ ବେହେରା, ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଜଟିଆ ନାହାକ ଓ ଏସ. କିଶୋର ରେଡ୍ଡୀ, ଟୁକୁନା ପୁରୋହିତ, ଅଶୋକ ପ୍ରଧାନ, ଭଗବାନ ନାହାକ, ଯୋଗୀ ରାଉଳ,କୁନା ସାହୁ,ଗଙ୍ଗା ସେଠି, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀର ସଭାପତି ସନମୁଖ ପଟ୍ଟନାୟକ, କାଉନସିଲର ଦେବାଶିଷ ମିଶ୍ର, ତ୍ରିଲୋଚନ ବେହେରା, ମଙ୍ଗେଲେଶ୍ଵର ରେଡ୍ଡୀଙ୍କ ସମେତ ୧ ହଜାର ରୁ ଅଧିକା ମହିଳା ଓ ପୂରୁଷ ଏବଂ ଦଳୀୟ କର୍ମୀ ମାନେ ସାମିଲ ଥିଲେ

nis-ad
Leave A Reply

Your email address will not be published.