ମାଲକାନଗିରି (ମାଥିଲି) : ଆଜି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀକୁ ଦିନିକିଆ ଗସ୍ତରେ ଆସି, ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି ୫ଟି ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଭି.କେ. ପାଣ୍ଡିଆନ । ଆଜି ମଧ୍ୟାହ୍ନ ସମୟରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାଥିଲି ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପହଞ୍ଚି ଥିଲେ । ଏବଂ ମାଥିଲି ମିନି ଷ୍ଟାଡିଅମ ଠାରେ ଆୟୋଜନ ସାଧାରଣ ସଭା ସ୍ଥଳକୁ ସଡକ ପଥରେ ଯାଇ ପହଞ୍ଚି ଥିଲେ । ଏବଂ ଶ୍ରୀଯୁକ୍ତ ପାଣ୍ଡିଆନ ପହଁଚିବା ପରେ ଜିଲ୍ଲାର ବରିଷ୍ଠ କର୍ମୀମାନେ ଭବ୍ୟ ସ୍ୱାଗତ କରିବା ପରେ ଶ୍ରୀଯୁକ୍ତ ପାଣ୍ଡିଆନ ସିଧାସଳଖ ଲୋକଙ୍କ ଗହଳି ଭିତରକୁ ଯାଇ ଅଭିଯୋଗ ପତ୍ର ଗ୍ରହଣ ସହ ଯୁବକ ,ଯୁବତୀ ମାନଙ୍କ ସହ ହାତ ମିଶାଇ ସେଲ୍ଫି ନେଇଥିଲେ । ଏହି ସମୟରେ ଶ୍ରୀଯୁକ୍ତ ପାଣ୍ଡିଆନ ଙ୍କ ସହ ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପ୍ରାଥିନୀ ଲକ୍ଷ୍ମୀପ୍ରିୟା ନାୟକ ସାଥିରେ ରହି ଲୋକଙ୍କୁ ଭୋଟ ଭିକ୍ଷା ପ୍ରାଥନା କରିଥିଲେ । ଏବଂ ମଞ୍ଚ ଉପରକୁ ଯିବା ପରେ ବୀର ମ ସହିଦ ମାଟିର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ନମନ କରି କରିଥିଲେ । ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିବ ସାଗର ଉନ୍ନତି କରଣ ପାଇଁ ଅର୍ଥ ମଞ୍ଜୁରୀ କରିବା ସହିତ ସପ୍ତଧାରା ଜଳସେଚନ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁରୀ , ଘରେ ଘରେ ପାନୀୟ ଜଳ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁରୀ ,ଗୋବିନ୍ଦ ପାଲ୍ଲୀ ଜଗନ୍ନାଥ ମନ୍ଦିର ଉନ୍ନତି କରଣ ପାଇଁ ଅର୍ଥ ବରାଦ ,ବଣ୍ଡା ଘାଟି ସୀତା କୁଣ୍ଡର ଉନ୍ନତି କରଣ , ଖଇରପୁଟ ଇଷ୍ଟ ଦେବୀ ମା ଦାମଲ ଦେଇ ମନ୍ଦିର ଉନ୍ନତି କରଣ ସହିତ ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳରେ ଶିକ୍ଷାର ବିକାଶ ପାଇଁ ନୂତନ ଯୁକ୍ତ -୨ କଲେଜ ଖୋଲିବା ଠାରୁ ଆରମ୍ଭ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପାଇଁ ଅର୍ଥ ମଞ୍ଜୁରୀ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି ତାହା କାମରେ କରି ଦେଖାନ୍ତି ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାର୍ଯ୍ୟ ରେ ବିଶ୍ୱାସ କରନ୍ତି ବୋଲି ଶ୍ରୀଯୁକ୍ତ ପାଣ୍ଡିଆନ କହିଥିଲେ ।ତାହା ସହିତ ମୁଖ୍ୟମନ୍ତ୍ରୀ ଜ୍ଵ କୌଣସି ଯୋଜନା ଓଡ଼ିଶାରେ ଆରମ୍ଭ କରନ୍ତି ତାହା ମାଲକାନଗିରି ଜିଲ୍ଲାରୁ ଆରମ୍ଭ କରନ୍ତି ବୋଲି କହିଥିଲେ ଶ୍ରୀଯୁକ୍ତ ପାଣ୍ଡିଆନ ।
Sign in
Sign in
Recover your password.
A password will be e-mailed to you.