ନବଜୀବନର ବସନ୍ତ ମହୋତ୍ସବ ଉଦଯାପିତ : “କେଡା” ଭରିଦେଲା ଆଖିରେ ଲୁହ

ସୁନ୍ଦରଗଡ଼ : ନବଜୀବନର ୨୪ତମ ବସନ୍ତ ମହୋତ୍ସବର ଆଜିର ତୃତୀୟ ତଥା ଉଦ୍ ଯାପନୀ ସନ୍ଧ୍ୟାରେ ପ୍ରସ୍ତୁତ ହୋଇଥିଲା ସମ୍ବଲପୁରୀ ନାଟକ “କେଡ଼ା”। “କେଡ଼ା” ହେଉଛି ଏକ ବିକଳାଙ୍ଗ ବ୍ୟକ୍ତିର କାହାଣୀ। ପଙ୍ଗୁ ବ୍ୟକ୍ତିର ଆଜିର ସମାଜରେ ସ୍ଥାନର ପରିଚାୟକ ହେଉଛି “କେଡ଼ା”। ଆଶିଷ କୁମାର ସୋନାରଙ୍କ ରଚିତ ଓ ସତ୍ୟରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ଏହି ନାଟକକୁ ସଂଗୀତ ଦେଇଥିଲେ ସୌମ୍ୟଜିତ ସୌମିତ୍ର ବଡ଼ପଣ୍ଡା। ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ସଂଗୀତା ସାହୁ। ସମ୍ବଲପୁରର ଶ୍ରୀ କଲଚରାଲ୍ ଆସୋସିଏସନ ପ୍ରଯୋଜିତ ଏହି “କେଡ଼ା”ନାଟକରେ କେଡ଼ା ଚରିତ୍ରରେ ଅଭିଷେକ ଶର୍ମା, ଦୀନ ଚରିତ୍ରରେ ସତ୍ୟନାରାୟଣ ,ଗିରି ଭୂମିକାରେ ସତ୍ୟନାରାୟଣ ସାହୁ, ସରସ୍ବତୀ ଭୂମିକାରେ ମୀନା ବୋଷ, କୃଷ୍ଣ ଭୂମିକାରେ ଅନ୍ବେଷା ରାୟଗୁରୁଙ୍କ ଅଭିନୟ ଅତ୍ୟନ୍ତ ମର୍ମସ୍ପର୍ଶୀ ହୋଇଥିଲା। “କେଡ଼ା” ଭୂମିକାରେ ଅଭିନୟ କରିଥିବା ଅଭିଷେକ ଶର୍ମାଙ୍କ ଅଭିନୟ ସମସ୍ତ ଦର୍ଶକଙ୍କ ଆଖିରେ ଭରି ଦେଇଥିଲା ଲୋତକ। ତାଙ୍କ ଅଭିନୟରେ ବାରି ହୋଇ ପଡ଼ୁଥିଲା ଏକ ପଙ୍ଗୁ ବ୍ୟକ୍ତିର ହୃଦୟର ବ୍ୟଥା।
ଆଜିର ଅନ୍ୟ ଏକ ଆକର୍ଷଣ ଥିଲା ବିଭୁରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଓ ରୀତାରଣି ସାହୁଙ୍କ ମାର୍ଗଦର୍ଶନରେ ପ୍ରସ୍ତୁତ ସଙ୍ଗୀତ ନାଟକ “ରାଧେ”। ରାଧା- କୃଷ୍ଣ ଯେ ଅଭିନ୍ନ ତାହା ଦର୍ଶାଇଥିଲା ପ୍ରଭାତ ଭୋଳଙ୍କ କଳ୍ପିତ ଏହି ସଂଗୀତନାଟକ।ଏହା ପରେ ଵିଭାପା ଅଧ୍ୟକ୍ଷ ଅମରେଶ ସାମଲ ଭାଓଲିନ ବାଦନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।
ଉଦଯାପନୀ ସନ୍ଧ୍ଯାରେ ମୁଖ୍ଯ ଅତିଥି ଭାବେ ଓଡିଶା ସଂଗୀତ ନାଟକ ଏକାଡେମି ସଚିବ ପ୍ରବୋଧ ରଥ ଯୋଗ ଦେଇଥିଲେ। ସେ ତାଙ୍କ ଉଦବୋଧନରେ ପ୍ରସିଦ୍ଧ ନାଟ୍ୟକାର ପ୍ରଦୀପ ଭୋଳଙ୍କ ନାଟକ ପ୍ରତି ଆକର୍ଷଣକୁ ବଖାଣିଥିଲେ। ଆସନ୍ତା ସେପ୍ଟେମ୍ବର ବା ଅକ୍ଟୋବର ମାସରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ତରଫରୁ ଏହି ଭଳି ଅନ୍ୟ ଏକ ଆୟୋଜନ କରିବାର ଦୃଢ଼ ପ୍ରତିଶ୍ରୁତି ମଧ୍ୟ ସେ ପ୍ରଦାନ କରିଥିଲେ। ଅତିଥି ଭାବେ ନାଟ୍ଯ ନିର୍ଦ୍ଦେଶକ ପ୍ରଦୀପ କୁମାର ପଣ୍ଡା,କଳାକାର ରାଜକିଶୋର ମହାରଣା, ଗୁଣନିଧି ମହାନ୍ତି ଯୋଗ ଦେଇଥିଲେ। ନବଜୀବନର ବରିଷ୍ଠ ସଦସ୍ୟ ସମରେନ୍ଦ୍ର ଠାକୁର ସ୍ବର୍ଗତ ପ୍ରଦୀପ ଭୋଳଙ୍କ ନବଜୀବନ ଓ ନାଟକ ପ୍ରତି ଅବଦାନକୁ ବର୍ଣ୍ଣନା କରିଥିଲେ।
ନବଜୀବନର ସଭାପତି ପ୍ରଭାତ ଭୋଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ସଦସ୍ୟ ବିଶ୍ୱରଂଜନ ହୋତାଙ୍କ ମଞ୍ଚ ସଂଯୋଜନାରେ ସଂପାଦକ ଅଜୟ ବହିଦାର, କୋଷାଧ୍ୟକ୍ଷ ଶ୍ୟାମନନ୍ଦନ ସହାୟ, ବରିଷ୍ଠ ସଦସ୍ଯ ଚନ୍ଦ୍ରମଣି ମିଶ୍ର, କୁମୁଦ ପଣ୍ଡା, ଦେବେନ ଅମାତ, ବିଜୁ ମହାରଣା, ରାଜେନ୍ଦ୍ର ପଣ୍ଡା, ଗୋପକୃଷ୍ଣ ନାୟକ, ରିତା ସାହୁ,ଲତିକା ପଟ୍ଟନାୟକ, ଲକ୍ଷ୍ମୀପ୍ରଭା ପତି, ସିଦ୍ଧାନ୍ତ ପଣ୍ଡା ନାଟକ ମହୋତ୍ସବକୁ ପରିଚାଳନା କରିଥିଲେ।

nis-ad
Leave A Reply

Your email address will not be published.