ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ମାଡକାମୀ ଙ୍କ ନାମାଙ୍କନ ଦାଖଲ

ମାଲକାନଗିରି : ଆଜି ମାଲକାନଗିରି ବିଧାନସଭା କ୍ଷେତ୍ରର ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ମାଡକାମୀ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ସ୍ଥାନୀୟ ରାମ ମନ୍ଦିରରେ ପୂଜାର୍ଚ୍ଚନା କରି ନରସିଂହ ନିଜର ସମର୍ଥକମାନଙ୍କ ସହ ପଦଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଆତଶବାଜୀ ଓ ବାଦ୍ୟର ତାଳେ ତାଳେ ଜୟ ଶ୍ରୀ ରାମ ଧ୍ବନୀରେ ସହର ପ୍ରକମ୍ପିତ ହୋଇ ଉଠୁଥିଲା।

ଶହ ଶହ ସମର୍ଥକଙ୍କ ସହ ନରସିଂହ ଲୋକଙ୍କୁ ପ୍ରଣାମ ଜଣାଇ ବିଜୟର ଆଶିର୍ବାଦ ଭିକ୍ଷା କରୁଥିବା ଦେଖବାକୁ ମିଳିଥିଲା।ଆଜି ଦୁଇ ନିର୍ବାଚନ ମଣ୍ଡଳୀର ପ୍ରଥମ ପ୍ରାର୍ଥୀ ଯିଏ କି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

୨୫ ତାରିଖ ଶେଷ ଦିନ ରହିଥିବାରୁ ଆଜି ଠାରୁ ନାମାଙ୍କନ ପତ୍ର ପଡିବା ଆରମ୍ଭ ହେଲା।୨୦୧୯ରେ ବିଜେପି ମାଲକାନଗିରି ବିଧାନସଭା ଆସନକୁ ଅତି ସହଜରେ ହାସଲ କରିଥିବା ବେଳେ ଏଥର ମଧ୍ୟ ବିଜୟ ଧାରା ଜାରି ରହିବ ବୋଲି ବିଜେପି ଦୃଢକ୍ତି ପ୍ରକାଶ କରିଛି।ଆସନ୍ତା ୨୪ ଓ ୨୫ ତାରିଖରେ ସମସ୍ତ ବିଧାୟକ ପ୍ରାର୍ଥୀ ନିଜ ନିଜ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡିଛି।

ତିନି ପ୍ରମୁଖ ଦଳର ପ୍ରଚାର କାର୍ଯ୍ୟ ଜୋରଦାର ଚାଲଥିବା ବେଳେ ଲୋକେ ଏଥର କାହାକୁ ନିଜର ବିଧାୟକ ବାଛିବେ ଚିନ୍ତାରେ ପଡିଛନ୍ତି।ଗତ ନିର୍ବାଚନରେ ମାଲକାନଗିରି ବିଧାନସଭା ଆସନରେ ବିଜେପି ବିଜୟ ନେଇ ସ୍ପଷ୍ଟ ବାରି ହୋଇପଡୁଥିବା ବେଳେ ଏଥର କିନ୍ତୁ କଡା ଟକ୍କର ହେବ ବୋଲି କୁହାଯାଉଛି।ତେବେ ଆଜି ନରସିଂହ ନିଜ ନାମାଙ୍କନ ପତ୍ର ଦାଖଲ କରି ପ୍ରଚାରକୁ ଆହୁରି ଜୋରଦାର କରିବେ ବୋଲି କହିଛନ୍ତି।ଆଜିର ନାମାଙ୍କନ ପତ୍ର ଦାଖଲ ବେଳେ ପୂର୍ଣ୍ଣିମା କେରକେଟା,ଅଶୋକ ପରିଡା,ଶ୍ରୀ ଆର୍ଯ୍ୟ ସମେତ ଜିଲ୍ଲାର ସମସ୍ତ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.