ଛାତରୁ ଖସିପଡ଼ି ଜଣେ ଶ୍ରମିକର ମୃତ୍ୟୁ

ଉମରକୋଟ : ସୂଚନା ପ୍ରକାରେ ଉମରକୋଟ ଥାନା ଅନ୍ତର୍ଗତ ୟୁ. ଭି. ନଂ ୨୦ ପୂର୍ଲା ଗ୍ରାମର ଗଣେଶ ସିଲଙ୍କ ଘରେ ଛାତ କାର୍ଯ୍ୟ କରିବା ପାଇଁ, ଡାବୁଗାଁ ଥାନା ଅନ୍ତର୍ଗତ ସରାଗୁରା ଗ୍ରାମର ବାସୁଦେବ ମାଝୀ ବୟସ ୩୧ ବର୍ଷ ଛାତ କାର୍ଯ୍ୟ କରିବା ପାଇଁ ଆସି ଥିଲେ | ଛାତ କାର୍ଯ୍ୟ ଆରମ୍ଭ କରୁ କରୁ ଠିକ ଦିନ ୧୦ ଘଣ୍ଟା ସମୟରେ ହଟାତ ମୁଣ୍ଡ ବୁଲାଇ ତଳେ ପଡ଼ିଗଲେ, ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସଙ୍ଗେ ସଙ୍ଗେ ଘର ଲୋକ ଆମ୍ବୁଲେଞ୍ଚ ଯୋଗେ ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣି ଭର୍ତି କରିଥିଲେ, ଡାକ୍ତର ଦେଖି ତାଙ୍କୁ ମୃତ ଘୋଷଣା କରିଥିଲେ, ଉମରକୋଟ ପୋଲିସ ପହଞ୍ଚି ପୋଷ୍ଟ ମାର୍ଟମ କରିବା ପରେ ଡେଡ ବୋଡିକୁ ଘର ଲୋକଙ୍କୁ ହସ୍ତାନ୍ତର କରିଥିଲେ, ପୋଲିସ ଏହାର ଏକ କେସ ନଂ ୨୨/୨୦୨4 ଅପମୃତ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି, ପୋଲିସ କହିବା ଅନୁସାରେ ପୋଷ୍ଟମାର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟର ଅସଲ ରହସ୍ୟ ପଦାକୁ ଆସିବ,

nis-ad
Leave A Reply

Your email address will not be published.