ନିର୍ବାଚନୀ ହିଂସା..! :ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅଞ୍ଚଳ ରେ ମୁଣ୍ଡ ଗଡ଼ିଲା…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବାଲିଆସରା ଷଣ୍ଢମରା ଗ୍ରାମ ରାସ୍ତାରେ ଯୁବକଙ୍କୁ ଖଣ୍ଡାରେ ହାଣି ନିର୍ମମ ଭାବରେ ହତ୍ୟା କରାଯାଇଛି l ମୃତକ ବାଲ୍ୟାସରା ଗ୍ରାମର ଗଣେଶ ନାୟକ ହେଇଥିବା ସୂଚନା । ହତ୍ୟା କାଣ୍ଡର କାରଣ ଅସ୍ପଷ୍ଠ ରହିଥିବା ବେଳେ ଗଣେଷ ନିଜ ବାଇକ ଯୋଗେ ଗ୍ରାମକୁ ଯିବା ସମୟରେ କିଛି ବ୍ୟକ୍ତି ତାଙ୍କୁ ବିଚ ରାସ୍ତାରେ ଖଣ୍ଡାରେ ହାଣି ଫେରାର ହୋଇଯାଇଥିଲେ l ଗଣେଷ ଙ୍କ ମୃତଦେହ ରାସ୍ତା ଉପରେ ପଡି ରହିଥିବା ବେଳେ ସ୍ଥାନୀୟ ଲୋକେ ଦେଖି କବିସୂର୍ଯ୍ୟନଗର ପୋଲିସ କୁ ଖବର ଦେଇଥିବା ଜଣାପଡିଛି l ତେବେ କିଏ ଓ କାହିଁକି ତାଙ୍କୁ ହାତ୍ୟା କଲା ତାହାର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ଆଜି ସକାଳ ସମୟରେ କବିସୂର୍ଯ୍ୟନଗର ଠାରେ ଗଣେଷ ଙ୍କ ସହ କିଛି ବ୍ୟକ୍ତି ଙ୍କ ବଚସା ହୋଇଥିଲା ବୋଲି ସୂଚନା ରହିଛି l ସେହି ବଚସା କୁ କେନ୍ଦ୍ରକରି ହତ୍ୟା କାଣ୍ଡ ଘଟିଥିବା ଅଭିଯୋଗ କରିଛନ୍ତି ମୃତକ ଙ୍କ ଭାଇ l ଖବରପାଇ ଘଟଣା ସ୍ଥଳରେ କବିସୂର୍ଯ୍ୟନଗର ପୋଲିସ୍ ପହଞ୍ଚି ମୃତଦେହ ଜବତ କରିବା ଆହିତ ତଦନ୍ତ ଆରମ୍ଭ କରିଛି। ଗଞ୍ଜାମ ଜିଲ୍ଲାରେ ନିର୍ବାଚନ ସମୟରେ ଖଲ୍ଲିକୋଟ, ପୋଲସରା, କବିସୂର୍ଯ୍ୟ ନଗର ଓ ଆସିକା ଅଞ୍ଚଳ ରେ ମୁଣ୍ଡ ଗଡ଼ିବ ବୋଲି ନିଃସର୍ତ୍ତ ପୂର୍ବରୁ ସୂଚନା ଦିଆଯାଇଥିଲା।ନାମାଙ୍କନ ପତ୍ର ଦାଖଲ ଆରମ୍ଭ ନହେଉଣୁ ମୁଣ୍ଡ ଗଡ଼ିବ ଆରମ୍ଭ ହୋଇ ଗଲାଣି। ଆଗକୁ ଅନେକ ମୁଣ୍ଡ ଗାଡିବାର ସମ୍ଭାବନା କୁ ଏଡେଇ ଦିଆନଯାଇପାରେ l ମୁଖ୍ୟତଃ ପୋଲସରା, ଖଲ୍ଲିକୋଟ, ଆସିକା ଓ କବିସୂର୍ଯ୍ୟନଗର, ଗୋପାଳପୁର, ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅତି ସମ୍ବେଦନ ଶୀଳ ଅଟେ, ତେଣୁ ପୋଲିସ ଏହି ଅଞ୍ଚଳ ପ୍ରତି ଗୁରୁତ୍ୱ ଦେବାକୁ ସାଧାରଣ ରେ ଅଭିଯୋଗ ହେଉଛି

nis-ad
Leave A Reply

Your email address will not be published.