ଅଶାନ୍ତ ଗଞ୍ଜାମ : ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ,ବୁଲିଲା ଖଣ୍ଡା…


ହିଞ୍ଜିଳିକାଟୁ ୨୨!୪ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୪ର ଓ ୱାର୍ଡ ନଂ ୧୯ ର ଶାନ୍ତି ଭୁଷଣ ମାର୍ଗ ର ବାସିନ୍ଦା ଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ଏହି ଗୋଷ୍ଠୀ ସଂଘର୍ଷରେ ଗୋଟିଏ ଗୋଷ୍ଠୀର କିଛି ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ଆହାତ ଙ୍କ ମଧ୍ୟରେ ଲିପୁ ଦାସ ଓ ଜଗନ ପଟ୍ଟନାୟକ।ଜଗନ ଙ୍କ ଵାମହାତ ର ‌ତିନୋଟି ଅଙ୍ଗୁଳି ରେ ଗଭୀର ଆଘାତ ଲାଗିଥିବା ସହ ଲିପୁ ଦାସ ଙ୍କୁ ମୁଣ୍ଡରେ ଓ ବାମ ଗୋଡ ଫେଣ୍ଡାରେ ଗଭୀର ଆଘାତ ଲାଗିଛି।ଏ ନେଇ ଲିପୁ ଦାସ ଙ୍କ ଅଭିଯୋଗ କ୍ରମେ ୩୯୬!୨୪ରେ ମାମଲା ରୁଜୁ କରି ସୋମବାର ‌ଶାନ୍ତି ଭୁଷଣ ମାର୍ଗର ସୂଚନା ଅନୁଯାୟୀ ୧୯ନଂ ୱାର୍ଡ ର ଜିତୁ ବେହେରା, ବନମାଳୀ ନାୟକ ଓ ସୁମନ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ କହିଛି। ସୁଚନା ଅନୁଯାଇ ଶାନ୍ତି ଭୁଷଣ ମାର୍ଗ ୱାର୍ଡ ନଂ ୧୯ ର କିଛି ଯୁବକ ଙ୍କ ସହ ୱାର୍ଡ ନଂ ୪ର କେନାଲ ସାହି ହରିଜନ ସାହିର ଯୁବକଙ୍କ ସହ ଗତ ୫ ତାରିଖରେ ୱାର୍ଡ ନଂ ୧୧ରେ ପଞ୍ଚୁଦଣ୍ଡ ଚାଲିଥିବା ସମୟରେ ଷ୍ଟେଜ ଉପରକୁ ଗୁଡି ଫୋପାଡ଼ିବାକୁ ନେଇ ପାଟି ତୁଣ୍ଡ ସହ ମାରପିଟ ହୋଇଥିଲା। ପୂର୍ବରୁ ଗତବର୍ଷ ଲକ୍ଷ୍ମୀ ନୃସିଂହ ଯାତ୍ରା ରେ ଓ ରଥ ଯାତ୍ରାରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇ ମାରପିଟ ହୋଇଥିଲା।ଦୀର୍ଘଦିନରୁ ଲାଗି ରହିଥିବା କଳହ ଶନିବାର ବିଳମ୍ବିତ ରାତିରେ ଉଗ୍ର ରୂପ ନେଇ ଶାନ୍ତି ଭୁଷଣ ମାର୍ଗ ର ଶହେ ରୁ ଉର୍ଦ୍ଧ୍ବ ମହିଳା, ପୁରୁଷ ଓ ଯୁବକ ହିଞ୍ଜିଳି ୱାର୍ଡ ନଂ ୪ର କେନାଲ ରୋଡ ହରିଜନ ସାହିର କୋଠଘରେ ଆସର ଚାଲିଥିବା ବେଳ ଘରେ ପଶି


ଗାଳି ଗୁଳଜ କରଥିଲେ ଏବଂ ଖଣ୍ଡା ବୁଲାଇ ମାରପିଟ କରିଥିଲେ। ଏଥିରେ ୧୫ରୁ ଉର୍ଦ୍ଧ୍ବ ଯୁବକ ଆହତ ହୋଇଥିବା ବେଳେ ଲିପୁ ଦାସ ଓ ଜଗନ ପଟ୍ଟନାୟକ ଗୁରୁତର ଆହାତ ହୋଇଥିଲେ ।ଏନେଇ ଲିପୁ ହିଞ୍ଜିଳି ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଶାନ୍ତି ଭୁଷଣ ମାର୍ଗ ର ଅଚି ବେହେରା ତାଙ୍କ ସ୍ତ୍ରୀଙ୍କୁ ଛାଡିବା ପାଇଁ ସୁନାରୀ ଢିମିରା ସାହି ରେ ଛାଡି ଫେରିବା ବାଟରେ ଶୈଚାଳୟ ପାଖରେ ଲିପୁ ଦାସ, ସଞ୍ଜୟ ଦାସ,ଚିଣ୍ଟୁ ଦାସ ଓ ସହଯୋଗୀ ବାଟରେ ଜଗି ବାଡ଼େଇ ଥିଲେ ।ଏନେଈ ଅଚି ହିଞ୍ଜିଳି ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି।

nis-ad
Leave A Reply

Your email address will not be published.