ଜନଜାଗୃତି ମିଶନର ବିଶାଳ ସମାବେଶ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁଫୁଗାଁ ପଞ୍ଚାୟତ ଅନ୍ତର୍ଗତ ବାରବାକୁଲି ଗ୍ରାମରେ ଜନ ଜାଗୃତି ମିଶନ ପକ୍ଷରୁ ଏକ ବିଶାଳ ସମାବେଶ ଗତ କାଲି ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବାରବାକୁଲି ଗ୍ରାମର ଲୋକମାନେ ଅତିଥି ମାନଙ୍କୁ ଗାଁ ମୁଣ୍ଡରୁ ସଭା ସ୍ଥଳ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା କରି ପାଛୋଟି ନେଇଥିଲେ।ପରେ ଜିଲ୍ଲା ଜନ ଜାଗୃତି ମିଶନ ସଭାପତି ପର୍ଶୁ ଭତ୍ରାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜନ ଜାଗୃତି ମିଶନର ଉପଦେଷ୍ଟା କାଜମ ମାଦାନୀ ଯୋଗ ଦେଇ ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇ ସଚେତନତା ହେବା ପାଇଁ ଉପସ୍ଥିତ ସମସ୍ତଙ୍କ କହିଥିଲେ।ସେହିପରି ଚଳିତ ନିର୍ବାଚନରେ ସଚେତନ ହୋଇ ନିଜର ମୂଲ୍ୟବାନ ଭୋଟକୁ ସଠିକ ବିନିଯୋଗ କି ପରି ହେବ ସେନେଇ ଆଗାମୀ ଦିନରେ ସଚେତନତା ସଭା ଅନୁଷ୍ଠିତ ହେବ ବୋଲି ମଧ୍ୟ କହିଥିଲେ।

ସରକାରଙ୍କ ଯୋଜନା ଗୁଡିକ ହିତାଧିକାରୀଙ୍କ ଠାରେ ପହଞ୍ଚି ପାରୁନଥିବା ସହ ବାଟ ମାରଣା ଯୋଗୁଁ ଉପାନ୍ତ ଅଞ୍ଚଳର ଲୋକ ମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅତି ସଚୋନୀୟ ଅବସ୍ଥାରେ ଅଛନ୍ତି ତାହାର ଆଲୋକପାତ କରି ଅଭିଯୋଗ କରିଥିଲେ।ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପବିତ୍ର ଗୋରଡl,ଧନୀରାମ ଗଣ୍ଡ,, ତୁଲାରାମ ଭତ୍ରl,ହେମନ୍ତ ସୁନା, ଲାଇବାନ ଭତ୍ରା, ପଦ୍ମନ ସନ୍ତା, ଗୋବିନ୍ଦ ସନ୍ତା ପ୍ରମୁଖ ଉପସ୍ଥିତ ରହି ଲୋକ ମାନଙ୍କୁ ସ୍ୱାସ୍ଥ୍ୟ ଓ ଶିକ୍ଷାର ଆବଶ୍ୟକତା ନେଇ ସଚେତନ କରାଇ ଥିଲେ।ଏହି ସମାବେଶରେ ବିଭିନ୍ନ ସମ୍ପ୍ରଦାୟର ହଜାର ହଜାର ମହିଳା ଓ ପୁରୁଷ ଯୋଗ ଦେଇଥିଲେ।
ଏଠାରେ ପ୍ରକାଶ ଯେ ଶ୍ରୀ ମାଦାନୀ ରାଜ୍ୟ ବିଜେପି ସଂଖ୍ୟା ଲଘୁ ସେଲର ଉପ ସଭାପତି ଥିବା ବେଳେ ନିର୍ବାଚନ ସମୟରେ ଦଳ ପାଇଁ ପ୍ରଚାର ନକରି ଜନ ଜାଗୃତି ମିଶନ ପକ୍ଷରୁ ବ୍ଳକର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ସମ୍ପ୍ରଦାୟର ଲୋକ ମାନଙ୍କୁ ନେଇ ବୈଠକ ଜୋରଦାର କରୁଛନ୍ତି କାହା ପାଇଁ କହି ଝରୀଗାଁ ବ୍ଲକର ବୁଦ୍ଧାଜିବି ମହଳରେ ଚର୍ଚ୍ଚାର ବିଷୟ ପାଲଟି ସରଗରମ । ତେବେ ଏହି ସଂଘଟନ ନିର୍ବାଚନ ସମୟରେ କାହା ସପକ୍ଷରେ ରହିବେ ତାହା ସମୟ ସାକ୍ଷେପ ।

nis-ad
Leave A Reply

Your email address will not be published.