ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରେ ଏବେ ଅଜବ ଗଜବ ରାଜନୀତି ଚାଲିଛି। ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆସିକା ବିଧାନସଭା ନିର୍ବାଚନ ପାଇଁ ବିଜେଡ଼ି ରୁ ବହୁ ଆଶାୟୀ ଥିଲେ। ସେଥି ମଧ୍ୟରୁ ସୁରଭି ବିଷୋୟୀ ଜଣେ। ସେ ହେଉଛନ୍ତି ଆସିକା ଅଞ୍ଚଳ ର କଂଗ୍ରେସ ର ପୁରୁଖା ନେତା ସ୍ୱର୍ଗତ ଉମାଚାରଣ ବିଷୋୟୀ ଙ୍କ ପୁତ୍ର ବଧୂ। ଆଜି କଂଗ୍ରେସ ଦଳ ପକ୍ଷରୁ ତାଲିକା ଘୋଷଣା ହୋଇଛି। ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ସୁରଭି ବିଷୋୟୀ ଙ୍କ ନାମ ଘୋଷଣା ହୋଇଛି। ଲବି କରୁଥିଲେ ବିଜେଡ଼ି ପାଇଁ ଟିକେଟ ମିଳିଲା କଂଗ୍ରେସ ରୁ ବୋଲି ଲୋକେ କହୁଛନ୍ତି। ଆସିକା ରେ ବିଜେପି ରୁ ସରୋଜ ପାଢ଼ୀ ବିଜେଡ଼ି ରୁ ମଞ୍ଜୁଳା ସ୍ୱାଇଁ କଂଗ୍ରେସ ରୁ ସୁରଭି ବିଷୋୟୀ ଟିକେଟ ପାଇଛନ୍ତି। ଆସିକା ରେ ବିଜେଡ଼ି ବିଜେପି ରେ ଲାଗି ରହିଥିବା ଗୋଷ୍ଟି କନ୍ଦଳ ର ଫାଇଦା ସୁରଭି ଙ୍କୁ ଯିବ ବୋଲି ଚର୍ଚ୍ଚା ଜୋର ଧରିଲାଣି। ସର୍ବା ଶେଷରେ କଂଗ୍ରେସ ମହିଳା ଙ୍କୁ ଟିକେଟ ଦେଇ ଏଥର ମହିଳା କାର୍ଡ ଖେଳିଥିବା ଦେଖିବାକୁ ମିଳିଛି। ଆସିକା ରେ ଲାଗି ରହିଥିବା ଗୋଷ୍ଟି କନ୍ଦଳ ର ଫାଇଦା କେଉଁ ଦଳକୁ ଯାଉଛି ଦେଖିବାକୁ ବାକି ରହିଲା। କିନ୍ତୁ ଏହା ଏକ ପ୍ରକାର ନିଶ୍ଚିତ ଜେ ସୁରଭି ସୁଭିଧା ସ୍ଥିତି ରେ ଅଛନ୍ତି ଏବଂ ଗଞ୍ଜାମ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତାଙ୍କ ଆଶ୍ରିବାଦ ରହିଛି ବୋଲି ମଧ୍ୟ ଶୁଣିବାକୁ ମିଳୁଛି ତେଣୁ ଆସିକା ରେ ତ୍ରିମୁଖୀ ଲଢେ଼ଇ ଅତି ଜୋର ଦାର ହେବ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଲାଣି l କଂଗ୍ରେସ ର ଟିକଟ ଘୋଷଣା ହେଲା ପରେ ବିଜେଡି ଓ ବିଜେପି ଶିବିରରେ ଏକ ପ୍ରକାର ଛନକା ପଶିଛି ବୋଲି ସାଧାରଣ ରେ ଆଲୋଚନା ହେଲାଣି l
Sign in
Sign in
Recover your password.
A password will be e-mailed to you.