ଆସିକା ଚା ଖଟିରେ ଚର୍ଚ୍ଚା : ଜନତା ଗ୍ରହଣ କରୁନାହାନ୍ତି ମଞ୍ଜୁଳା ଙ୍କୁ…!

ପାଉଁଶ ତଳର ନିଆଁ ଭଳି ଏଠାରେ କୁହୁଁଳୁଛି ଗୋଷ୍ଟି କନ୍ଦଳ..!!


ବ୍ରହ୍ମପୁର: ୯-୪ ଗଞ୍ଜାମ ଜିଲ୍ଲାର ଆସିକା ରେ ଶାସକ ଦଳର ଗୋଷ୍ଟି କନ୍ଦଳ ଗତ ଶୁକ୍ରବାର ଦିନ ଦଳ ମୁଖିଆ ଙ୍କ ନିକଟରେ ସମଧାନ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏବେ ଆସିକା ର ଆଉ କିଛି ବରିଷ୍ଟ ନେତା ମଞ୍ଜୁଳା ଙ୍କୁ ତୀବ୍ର ବିରୋଧ କରୁଥିବା ନେଇ ସହର ର ବିଭିନ୍ନ ଚାହା ଖଟି ରେ ଆଲୋଚନା ହେଉଛି। ଗତ ୨୦୧୯ ନିର୍ବାଚନ ପରେ ପରେ ବିଧାୟିକା ଙ୍କ କିଛି ହାତ ଗଣତି ନେତା ଙ୍କୁ ତାଙ୍କ ସମ୍ପର୍କୀୟ ମାନେ ଧରି ବିଭିନ୍ନ ବ୍ୟବସାୟ ରେ ଭାଗୁଆଳି ବେପାର ରେ ସାମିଲ ହୋଇଥିବା ଯୋଗୁଁ ଗୋଷ୍ଟି କନ୍ଦଳ ତୀବ୍ର ରୂପ ନେଇଥିଲା ବୋଲି ଚର୍ଚ୍ଚା ହେଉଥିଲା। ଏହାପରେ ଆସିକା ରେ ବିଧାୟିକା ଙ୍କ ବିରୋଧ ରେ ମେଳି ବାନ୍ଧି ବିରୋଧ ରେ ସ୍ୱର ଉତ୍ତୋଳନ ହୋଇଥିଲା।ଶେଷରେ ଚଳିତ ନିର୍ବାଚନ ରେ ନୂଆଁ ମୁହଁ ଦେବାକୁ ଦାବୀ ହେଉ ହେଉ ଆଶାୟୀ ଙ୍କ ସଂଖ୍ୟା ବଢ଼ି ବଢ଼ି ଯାଇଥିଲା। ଆସିକାରେ ସେମିତି କିଛି ଆଖି ଦୃଶିଆ ଶିଳ୍ପ ଅନୁଷ୍ଠିତ ହୋଇନାହିଁ। ଏଠାରୁ ବହୁ ଅଫିସ ଭଞ୍ଜନଗର ଅଞ୍ଚଳ କୁ ଚାଲିଯାଇଥିବା ଯୋଗୁଁ ନବୀନ ଙ୍କ କ୍ରେଜ ଧିରେ ଧିରେ କମିବାରେ ଲାଗିଛି। ଏହାକୁ ଦେଖିଲେ ଏଥର ମଞ୍ଜୁଳା ସ୍ୱାଇଁ ଙ୍କୁ ନିର୍ବାଚନ ବୈତରଣୀ ପାର ହେବା ସହଜ ହେବ ନାହିଁ ଓ ଲୋକେ ପସନ୍ଦ କରୁନାହାନ୍ତି ଚର୍ଚ୍ଚା ହେଲାଣି। ଆସିକା ରେ ବିଜେପି ସରୋଜ ପାଢ଼ୀ ଙ୍କୁ ଏଥର ମଇଦାନ ରେ ଓହ୍ଲାଇଛି। କଂଗ୍ରେସ ଆଜି ସୁଦ୍ଧା ତାର ପ୍ରାର୍ଥୀ ଘୋଷଣା କରିନାହିଁ। ଏପଟେ ଶାସକ ଦଳର ଗଞ୍ଜାମ ଦାୟିତ୍ୱ ରେ ଥିବା ପର୍ଯ୍ୟବେକ୍ଷ ଓ ପଦବୀ ରେ ଥିବା ବ୍ୟକ୍ତି ବିଶେଷ କୁଆଡ଼େ ବଡ଼ ଡ଼ିଲ କରି ଟିକେଟ ଦେବାରେ ସହଯୋଗ କରିଥିବା ବିରୋଧି କହୁଛନ୍ତି। କଳା ଧନକୁ ଅନ୍ଧାଧୁମ ଖର୍ଚ୍ଚ କରି ଶକ୍ତି ପ୍ରଦର୍ଶନ କରିଲେ ଲୋକେ କଣ ଭୋଟ ଦେଇଦେବେ କି ବୋଲି ଅସନ୍ତୁଷ୍ଟ ଗୋଷ୍ଟି ଙ୍କ ମଧ୍ୟରେ ଆଲୋଚନା ହେଉଛି। ଗୋଷ୍ଟି କନ୍ଦଳ ର ଫାଇଦା ନେବାକୁ ବିଜେପି ଆଶା କରିଥିବା ବେଳେ ପୂର୍ବତନ ବିଧାୟକ ଵେବରାଜ ମହାନ୍ତି ବିଜେପି ରୁ ଇସ୍ତଫା ଦେଇ ବିଜେପି କୁ ଚକମା ଦେଇଛନ୍ତି। ଏଭଳି ପରିସ୍ଥିରେ ମଞ୍ଜୁଳା ଙ୍କୁ ନା ପସନ୍ଦ କରିବା ଓ ଦ୍ବନ୍ଦ ର ଫାଇଦା କେଉଁ ନେତା ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା। ଗଞ୍ଜାମ ଜିଲ୍ଲା ରେ କଂଗ୍ରେସ ର ସ୍ଥିତି ମୋଟେ ଭଲ ନାହିଁ, କଂଗ୍ରେସ ର ଗୋଟିଏ ମାତ୍ର ତାରା ରମେଶ ଜେନା ମଧ୍ୟ ନିରବ କାରଣ ତାଙ୍କୁ ନିର୍ବାଚନ ପୂର୍ବରୁ ଜିଲ୍ଲା ସଭାପତି ପଦରୁ ହଟାଇ ଦିଆଯିବ ସମସ୍ତଙ୍କୁ ଚକିତ କରିଛି ପୁଣି କଂଗ୍ରେସ ର ତୁଙ୍ଗ ନେତା ପୀତବାସ ପଣ୍ଡା ମଧ୍ୟ କଂଗ୍ରେସ ରୁ ଇସ୍ତଫା ଦେଇଛନ୍ତି ତେଣୁ ଏପରି ସ୍ଥଳେ ପୂର୍ବ ଭଳି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରେ ହିଁ କଂଗ୍ରେସ ଖାତା ଖୋଲିବ ବୋଲି ଚର୍ଚ୍ଚା ହେଉଛି l ଗଞ୍ଜାମ ରେ ଅନେକ ନିର୍ବାଚନ ମଣ୍ଡଳୀ ରେ ଗୋଷ୍ଠି କନ୍ଦଳ ଲାଗି ରହିଛି ଏହି ପରିପେକ୍ଷୀ ରେ କଂଗ୍ରେସ ଫାଇଦା ଉଠାଇବା କଥା କିନ୍ତୁ ସେ ଆଜି ନିରବ l କେବଳ ଆସିକା ନୁହଁ ପୋଲସରା, ଖଲ୍ଲିକୋଟ, ଦିଗପହଣ୍ଡି, ଚିକିଟି ରେ ବି ଲାଗିରହିଛି ଗୋଷ୍ଠୀ କନ୍ଦଳ ଦେଖାଯାଉ ସ୍ଥିତି କେଉଁ ଦିଗକୁ ଯାଉଛି l

nis-ad
Leave A Reply

Your email address will not be published.