ବ୍ରହ୍ମପୁର:୩-୪ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଓ ଆସିକା ରେ ପୁଣି ବିଜେଡ଼ି ଦଳ ରିପିଟ କରିଛି। ଖଲ୍ଲିକୋଟ ରେ ସୂର୍ଯ୍ୟମଣି ବୈଦ୍ୟ ଆସିକା ରୁ ମଞ୍ଜୁଳା ସ୍ୱାଇଁ ଙ୍କୁ ବିଜେଡ଼ି ଭରସା କରି ପୁଣି ଟିକେଟ ଦେଇଛି। ଉଭୟ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଲାଗି ରହିଥିବା ଗୋଷ୍ଟି କନ୍ଦଳ ଯୋଗୁଁ ଆଶାୟୀ ଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିଲା। ଖଲ୍ଲିକୋଟ ଓ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଦୀର୍ଘ ବର୍ଷ ହେଲା ବିଜେଡ଼ି ର ଗଡ଼ ଭାବେ ରହିଆସିଛି। ଚଳିତ ନିର୍ବାଚନ ରେ ଉଭୟ ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ର ଅଙ୍କ ଫେଲ ମାରିବ ବୋଲି ରାଜନୈତିକ ମୋହଲ ରେ ଚର୍ଚ୍ଚା ହେଉଛି। ଏଥର ଏହି ଦୁଇଟି ନିର୍ବାଚନ ମଣ୍ଡଳୀ ରେ ଶାସକ ଦଳକୁ ନାକେ ଦମ ହେବାର ଆଭାସ ମିଳିଲାନି। ଆସିକା ରେ ତୃତୀୟ ସାମୁଖ୍ୟ ଭାବେ ଗୋଟିଏ ଗୋଷ୍ଟି କାର୍ଯ୍ୟ କରିବେ ବୋଲି ଆସିକା ର ବିଭିନ୍ନ ଚା ଖଟିରେ ଟିକେଟ ଘୋଷଣା ପରେ ଚର୍ଚ୍ଚା ହେଲାଣି। ଏଥର ପ୍ରକୃତ ରେ ଶାସକ ଦଳ କୁ ନାକେଦମ ହେବାର ଜଳ ଜଳ ଦିଶୁଛି ବୋଲି ଲୋକେ କହିଲେଣି। ଏଠାରେ ଯଦି ତୃତୀୟ ଗୋଷ୍ଟି ଭାବେ ସ୍ୱାଧୀନ ଭାବେ ମଇଦାନ ରେ କାହାକୁ ଓହ୍ଲାଉଛି, ତାହାକୁ ଦେଖିବାକୁ ବାକି ରହିଲା। ସେପଟେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ରେ ଗୋଷ୍ଠି କନ୍ଦଳ ବାଟରୁ ଯାଇ ହାଟରେ ଗଡୁଛି ଏହି ପରିପେକ୍ଷୀ ରେ ପୁଣି ସୂର୍ଯ୍ୟମଣି ବୈଦ୍ୟ କୁ ରିପିଟ କରିବା ହୁଏତ ଶାସକ ଦଳ କୁ ଭାରି ପଡିବ ବୋଲି ଚର୍ଚ୍ଚା ହେଲାଣି l ଯାହାକୁ ନେଇ ବିଜେପି ଭଲ ସ୍ଥିତି ରେ ରହିଛି l ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଅତ୍ୟନ୍ତ ସ୍ପର୍ଶ କାତର ନିର୍ବାଚନ ଯେତେ ପାଖେଇ ଆସିବ ଆଇନ ଶୃଙ୍ଖଳା ବିଗିଡି ବାର ସମ୍ଭାବନା ଅଧିକ l ପୋଲିସ ଯଦି ସ୍ୱତନ୍ତ୍ର ଦୃଷ୍ଟି ନଦିଏ ତେବେ କିଛିବି ଅଘଟଣ ଘଟି ପାରେ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଆଲୋଚନା ହେଲାଣି l ଉଭୟ ଆସିକା ଓ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ରେ ବିଜେଡି ଗୋଷ୍ଠି କନ୍ଦଳ ପ୍ରବଳ ଦେଖାଯାଉ ଦଳ ର ମୁଖିଆ ଏହି ଦୁଇ ନିର୍ବାଚନ ମଣ୍ଡଳୀ କୁ କିପରି ଗୋଟି ଚଳାଇବେ ତାହା ସମୟ କହିବ…
Sign in
Sign in
Recover your password.
A password will be e-mailed to you.
Prev Post