ଡାକ୍ତର ନଥିବା ଯୋଗୁଁ ଘଟିଲା ଅଘଟଣ…!
ସରକାରଙ୍କ ଯୋଜନା କାହା ପାଇଁ……
ଵ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ର ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ପ୍ରସବ ବେଦନା ସହି ନପାରି ମହିଳା ଆଖି ବୁଜିଥିବା ଅଭିଯୋଗ ଆସିଛି। ମୃତଜଣ ହେଲେ ଆସିକା ବ୍ଲକ ପାଣ୍ଡିଆପଥର ପଞ୍ଚାୟତ ଅନ୍ତର୍ଗତ ସୁନାପଲ୍ଲୀ ଗ୍ରାମର ସନ୍ତୋଷ ବେହେରାଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ବେହେରା। ଗତ ବୁଧବାର ରାତ୍ର ସମୟରେ ଆସିକା ଉପଖଣ୍ଡ ଚିକିତ୍ସାଳୟ ଠାରେ ପ୍ରସବ ପାଇଁ ଆସିଥିଲେ। ସ୍ତ୍ରୀ ପ୍ରସୂତୀ ଡାକ୍ତର ନଥିବାରୁ ସନ୍ଧ୍ୟା ସମୟରୁ ରାତ୍ର ପର୍ଯ୍ୟନ୍ତ ଅସହ୍ୟ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଛଟପଟ ହେବା ପରେ ଡାକ୍ତର କୁଆଡେ ରେଫେର ଟୁ ବ୍ଶେଵ୍ରହ୍ମପୁର ବୋଲି ଚିଠା ହାତକୁ ଧରେଇବା ବେଳେ ମହିଳା ଜଣଙ୍କ ଆଜି ସକାଳ ସମୟରେ ମୃତ୍ଯୁ ବରଣ କରିଥିଲେ ବୋଲି ପରିବାର ଲୋକେ କହିଛନ୍ତି। ଗର୍ଭବତୀ ମହିଳା ଓ ଶିଶୁ ମୃତ୍ଯୁ ହାର ରୋକିବା ପାଇଁ ସରକାର ବହୁ ଯୋଜନା ଓ ନିୟମ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।
ଗର୍ଭବତୀ ମହିଳା ଙ୍କ ସୁରକ୍ଷା ପାଇଁ ଜନନୀ ସୁରକ୍ଷା ଯୋଜନାରେ ନିୟମିତ ପରୀକ୍ଷା, ଚିକିତ୍ସା, ଔଷଧ,ମାଗଣା ରକ୍ତ ପୃଷ୍ଟିକର ଖାଦ୍ୟ, ପ୍ରଦାନ କରିବା ସତ୍ତ୍ୱେ ଆଜି ଜଣେ ଗର୍ଭବତୀ ମହିଳା ଯନ୍ତ୍ରଣା ରେ ଛଟପଟ ହୋଇ ଆଖି ବୁଜିଲେ। ଆସିକା ଉପଖଣ୍ଡ ଚିକିତ୍ସାଲୟ ଉପରେ ଚାରୋଟି ବ୍ଲକର ସ୍ତ୍ରୀ ଓ ପ୍ରସୂତି ବିଭାଗ ର ଡାକ୍ତର ନଥିବା ପ୍ରତେକ ମାସରେ ମୃତାହତଙ୍କ ସଂଖ୍ୟା ବୃଦ୍ଧି ହେଉଛି। ଆସିକା ରେ ରାଜନୀତି ପ୍ରବଳ ନେତା ମାଳ ମାଳ ହେଲେ ସ୍ୱାସ୍ଥ୍ୟ ବିଭାଗ ର ସ୍ୱାସ୍ଥ୍ୟ ଖରାପ ହେଲେ ବୁଝିବାକୁ କିଏ ନାହିଁ ବୋଲି ଲୋକେ ଅଭିଯୋଗ କରୁଛନ୍ତି l