ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଧୋବାତୁଠ ଠାରେ ପ୍ରତିଷ୍ଠିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୨୦୨୪ ବର୍ଷର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ଅଧ୍ୟକ୍ଷ ଆଲୋକ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସହକାରୀ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନେ କଠିନ ପରିଶ୍ରମ କରି ସ୍ବାବଲମ୍ବୀ ହେବାକୁ ପରାମର୍ଶ ଦେଇ ଥିଲେ।ସେ ନିଜେ ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ରେ ଅଧ୍ୟୟନ କରି ଆଜି ଜଣେ ବିଶିଷ୍ଟ ଚିକିତ୍ସାଧିକାରୀ ହୋଇ ପାରିଛନ୍ତି ।
ଛାତ୍ରଛାତ୍ରୀ ମାନଙ୍କୁ ବର୍ତ୍ତମାନ ଯେଉଁ ସୁବିଧା ମିଳୁଛି ସେତେ ବେଳେ ଏତେ ସୁବିଧା ନ ଥିଲା, ହେଲେ ମଧ୍ୟ କଠିନ ପରିଶ୍ରମ ଓ ଶିକ୍ଷକ ମାନଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଥିଲା ବୋଲି ଡକ୍ଟର ପଣ୍ଡା କହିଥିଲେ।ଏଥିରେ ସମ୍ମାନିତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ସୁବାସ ଚନ୍ଦ୍ର ପ୍ରଧାନ ଯୋଗ ଦେଇ କହିଥିଲେ ଯେ ଶିକ୍ଷା କ୍ଷେତ୍ରରେ ବହୁ ବୈପ୍ଲବିକ ପରିବର୍ତ୍ତନ ଘଟିଛି ,ଛାତ୍ର ଛାତ୍ରୀ ମାନଙ୍କୁ ବର୍ତ୍ତମାନ ସବୁ ସୁବିଧା ମିଳି ପାରୁଛି ଛି,ଯେମିତିକିଛାତ୍ରାବାସ, କମ୍ପ୍ୟୁଟର ,ପ୍ରୋଜେକ୍ଟର ଓ ବିଜ୍ଞାନଉପକରଣ ,ଏହା ଦ୍ବାରା ସେମାନେ ସବୁକିଛି ଶିଖି ପାରିବେ ।
ଏବେ ଆମେ ଜିଲ୍ଲାରେ ଶ୍ରେଷ୍ଟ ବିଦ୍ୟାଳୟ ଟିଏ ମଧ୍ୟ ପ୍ରତିଷ୍ଠା କରି ପାରିଛୁ ,ଯେଉଁ ଠାରୁ ରେଭେନ୍ସା ବିଶ୍ବବିଦ୍ୟାଳୟକୁ ମଧ୍ୟ ମେଧାବୀ ପିଲା ପଠାଇ ପାରିଛୁ । ଏଣୁ ଛାତ୍ର ଛାତ୍ରୀମାନେ କଠିନ ପରିଶ୍ରମ କରିବା ସହିତ ମୋବାଇଲ୍ ବ୍ୟବହାର କମ୍ କରି ଭଲ ମଣିଷଟିଏ ହେବାକୁ ମଧ୍ଯ ଶ୍ରୀ ପ୍ରଧାନ କହିଥିଲେ । ବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଏହି ଅବସରରେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି କୃତିତ୍ଵ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।