ସୁଗୁଡାରେ ବିଜେପି ପକ୍ଷରୁ ନାରୀଶକ୍ତି ବନ୍ଦନ କାର୍ଯ୍ୟକ୍ରମ

ଦେବଗଡ଼ : ତିଲେଇବଣି ବ୍ଲକ ଅନ୍ତର୍ଗତ ସୁଗୁଡା ଗ୍ରାମ ପଂଚାୟତ ସଦର ମହକୁମା ଆମ୍ବତୋଟାରେ ତିଲେଇବଣି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମର ମହିଳା ମାନଙ୍କୁ ନେଇ ବିଜେପି ପକ୍ଷରୁ ଆଜି ଏକ ମଣ୍ଡଳ ସ୍ତରୀୟ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେପି ମଣ୍ଡଳ ସଭାପତି ଯୋଗେଶ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱ ଓ ଧରଣୀଧର ସାହୁଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜିଲା ବିଜେପି ସଭାପତି ଅରୁଣ କୁମାର ସାହୁ, ତିଲେଇବଣି ବ୍ଲକ ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ,ଉପାଧ୍ୟକ୍ଷା ଆରତୀ ପ୍ରଧାନ,ଜିଲା ବିଜେପି ସାଧାରଣ ସମ୍ପାଦକ ସଚ୍ଚିକାନ୍ତ ଦାଶ, ରଞ୍ଜିତ କୁମାର ପଟେଲ, ଦେବଗଡ ପୌର ପରିଷଦ ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ, ଆର୍‌ସିଏମ୍‌ଏସ୍ ସଭାପତି ଈଶ୍ୱର ଚନ୍ଦ୍ର ସାହୁ , ବିଜେପି ପୂର୍ବତନ ଜିଲା ସଭାପତି ମୀନକେତନ ପ୍ରଧାନ, ସୁଗୁଡା ଗ୍ରାମ ପଂଚାୟତ ସମିତି ସଦସ୍ୟ ଡମ୍ବରୁଧର ସାହୁ, ଦୁଧିଆନାଳୀ ଗ୍ରାମ ପଂଚାୟତର ସମିତି ସଦସ୍ୟା ଚିନୁପ୍ରିୟା ନାୟକ, ତାଳକୁଣ୍ଡି ଗ୍ରାମ ପଂଚାୟତର ସମିତି ସଦସ୍ୟା ଏଲଏନ କାକ୍ରା , ସସ୍ମିନୀ ପଣ୍ଡା, ବଡଛାପଲ ଗ୍ରାମ ପଂଚାୟତର ସମିତି ସଦସ୍ୟା ପୁଷ୍ପାଞ୍ଜଳୀ ବାଗ , ବିଜେପି ତିଲେଇବଣି ମଣ୍ଡଳ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ନନ୍ଦ ଓ ଯୁବ ବିଜେପି ନେତା ଭୋଳେଶ୍ୱର ପ୍ରଧାନ ପ୍ରମୁଖ ଯୋଗଦେଇ ମହିଳା ମାନଙ୍କୁ ଦୀପ ବନ୍ଦନ କରିବାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା ମାନଙ୍କୁ ପ୍ରାଥମିକତା ଦେଇ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ପ୍ରକାଶ କରିଥିଲେ ।

ଏଥିସହ ଜନଧନ ବ୍ୟାଙ୍କ ଖାତା, ଉଜ୍ୱଳା ଯୋଜନା, ହରଘର ଜଳ ଯୋଜନା, ପାଇଖାନା ନିର୍ମାଣ ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଲକ୍ଷପତି ଦିଦି ଆଦି ଯୋଜନା ଉପରେ ଉପସ୍ଥିତ ମହିଳା ମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ତାନୀୟ ସରପଂଚ ଓ ସମିତି ସଦସ୍ୟଙ୍କ ସମେତ ଉଭୟ ଲଇମୁରା ଓ କଂସର ମଣ୍ଡଳ ଅଂଚଳର ହଜାର ହଜାର ମହିଳା କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ବନ୍ଧିତ ସ୍ଳୋଗାନ ସହିତ ଗ୍ରାମ ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ବିଜେପିର ଦେବଗଡ ଜିଲା ପ୍ରଭାରୀ ଲିଙ୍ଗରାଜ ଦାଶ, ବିଧାନସବା ମଣ୍ଡଳୀ ପ୍ରଭାରୀ ଅଜିତ ବାଘ ଓ ଜିଲା ବିଜେପି ଉପ ସଭାପତି ଭାରତ ଭୂଷଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.