ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମୃତ ଦୁଇ ଆହତ

ଚିକିଟୀ : କେ ନୂଆଗାଁ ଥାନା ଅଧିନସ୍ତ ଶ୍ରlଗୁଣା ଖୋଲ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କାରେ ଜଣେ ମୃତ ହୋଇଥବା ବେଳେ ଅନ୍ୟ ଦୁଇ ଜଣ ଗୁରୁତ୍ତର ଆହତ ହୋଇଛନ୍ତି। ସୂଚନା ମୁତାବକ ଆଜି ସନ୍ଧ୍ୟା ସାତଟା ବେଳେ ଚିକିଟୀ ପଟରୁ ଦିଗପହଣ୍ଡି ଥାନା ବମକେଇ ଗ୍ରାମର ଅମନ ନାଇକ ନାମକ ବ୍ୟକ୍ତି ଏକ ବାଇକ ଯୋଗେ ଯାଉଥିବା ବେଳେ ଅପର ପଟରୁ ସୁନାଦେଇ ଗ୍ରାମର ବାଳ କୃଷ୍ଣ ଦାସ, ରଣ୍ଡl ଗ୍ରାମର ଗଗନ ଦାସ ଜକର ପଟରୁ ଆସୁଥିବା ବେଳେ ଶ୍ରlଗୁଣା ଖୋଲ ନିକଟରେ ପରସ୍ୱର ମଧ୍ୟରେ ଧକ୍କା ହୋଇଥିଲା।

ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଆହତ ମାନଙ୍କୁ ଚିକିଟୀ ମେଡିକାଲ ଆଣିଥିଲେ ସେଠାରେ ଅମନ ନାଇକକକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଗୁରୁତର ଆହତ ମାନଙ୍କୁ ୧୦୮ଯୋଗେ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।

nis-ad
Leave A Reply

Your email address will not be published.