ଚାଷୀମାନଙ୍କୁ ଲଗାଣବର୍ଷାରେ ହୋଇଥିବା କ୍ଷୟକ୍ଷତିର କ୍ଷତିପୁରଣ ଦାବୀ

ଦେବଗଡ : ଅଦିନିଆ ତଥା ଲଗାଣ ବର୍ଷାରେ ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ଅର୍ଥକାରୀ ତରଭୁଜ, ସୂର୍ଯ୍ୟମୁଖି, ପିଆଜ ଓ ଓ ଡାଲି ଜାତୀୟ ଫସଲ ନଷ୍ଟ ହୋଇଛି । ଏଣୁ ଗରିବ ଚାଷୀଙ୍କୁ ଏହାର କ୍ଷତିପୁରଣ ପ୍ରଦାନ ଦାବୀରେ ଦେବଗଡ ଜିଲା କଂଗ୍ରେସ କମିଟୀ ପକ୍ଷରୁ ଜିଲା ମୂଖ୍ୟ କୃଷି ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଜି ପୂର୍ବାାହ୍ନରେ ଜିଲା କଂଗ୍ରେସ କମିଟୀ ସଭାପତି ସେମ ହେମ୍ରମଙ୍କ ନେତୃତ୍ୱରେ ଜିଲା କଂଗ୍ରେସ ଗଣମାଧ୍ୟମ ଓ ୍େ‌ାଗାଯୋଗ ସେଲ ଅଧ୍ୟକ୍ଷ ସିଦ୍ଧେଶ୍ୱର ଗୁରୁ, ସାଧାରଣ ସମ୍ପାଦକ ଲୁଲୁ ପ୍ରଦାନ ଓ ଶ୍ରୀତମ ସାହୁ ପ୍ରମୁଖ ଜିଲା ମୂକ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକଲୁ ଯାଇ ଜିଲା ମୂଖ୍ୟ କୃଷି ଅଧିକାରୀଙ୍କୁ ଏମର୍ମରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

nis-ad
Leave A Reply

Your email address will not be published.