ହରସିଂପୁରରେ ସାଇମନ୍ଦିର ପ୍ରତିଷ୍ଠା ମହୋତ୍ସବ


ଝଙ୍କଡ଼ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ, ମୂଳିସିଂହ ପଞ୍ଚାୟତ ଅଧୀନ ହରସିଂପୁର୍ ଗ୍ରାମର, ପୂଣ୍ୟତୋୟା ହଂଶୁଆ ନଦୀ ର ତଟଦେଶରେ ବାବା ସାଇନାଥ ଙ୍କ ମନ୍ଦିରପ୍ରତିଷ୍ଠା ଓ ବିଗ୍ରହ ପ୍ରତିଷ୍ଠା ଉପଲକ୍ଷେ ଗତ ମାର୍ଚ୍ଚ ୧୮ ତାରିଖରୁ ଶୁଭାରମ୍ଭ ହୋଇଥିବା, ମହାନ୍ ଆଧ୍ୟାତ୍ମିକ ସାରସ୍ଵତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ୨୨ ତାରିଖ ଶୁକ୍ରବାର ଦିନ ବିଳମ୍ବିତ ରାତ୍ରୀରେ ଉଦଯାପିତ ହୋଇଯାଇଛି। ଏଥିନିମନ୍ତେ ଅଂକୁରା ରୋପଣ, କଳସ ଶୋଭାଯାତ୍ରା , ବିଶ୍ଵଶାନ୍ତି ମହାଯଜ୍ଞ ରେ ଆହୂତି ପ୍ରଦାନ, ଷୋଡଶ ଉପଚାର ପୂଜାର୍ଚ୍ଚନା , ଭଜନ ସମାରୋହ , ଆଧ୍ୟାତ୍ମିକ ନୃତ୍ୟ ସଙ୍ଗୀତ ପ୍ରଦର୍ଶନ ଓ ସମୂହ ପ୍ରାସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ନିତ୍ୟ ପୂଜକ ବସନ୍ତ କୁମାର ରାଉଳ ଓ ଯୋଗେନ୍ଦ୍ର ପଣ୍ଡା, ବିଶ୍ଵକର୍ମା ଦୀପକ ମଲ୍ଲିକ ଙ୍କ ସହଯୋଗରେ, ପଣ୍ଡିତ ରଘୁନାଥ ପଣ୍ଡା, ସନ୍ତୋଷ କୁମାର ତ୍ରିପାଠୀ, ଆଚାର୍ଯ୍ୟ ଗୋପୀନାଥ ଦାଶ, ସନତ କୁମାର ନନ୍ଦ , ସୌମ୍ୟ ରଞ୍ଜନ ପଣ୍ଡା , ବିମକପ୍ରାସାଦ ଦାଶ ଓ ସୌମ୍ୟ ରଞ୍ଜନ ଦାଶ ପ୍ରମୁଖ ଯଜ୍ଞ ପୂଜାର୍ଚ୍ଚନା କରିଥିବା ବେଳେ , ସନ୍ତୋଷ ବାରିକ ଏଥିରେ ସହଯୋଗ କରିଥିଲେ।

ସାଇନାଥ ମନ୍ଦିର ଓ ଯଜ୍ଞକମିଟି ର ସଭାପତି କୈଳାଶ ଚନ୍ଦ୍ର ମଲ୍ଲିକ , ଉପସଭାପତି ସୁଧାଂଶୁ ଶେଖର ମଲ୍ଲିକ , ସମ୍ପାଦକ ଦିଲ୍ଲୀପ କୁମାର ମଲ୍ଲିକ , ସହସମ୍ପାଦକ ସୁରେନ୍ଦ୍ର ମଲ୍ଲିକ ଓ କୋଷାଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ମଲ୍ଲିକ ଙ୍କ ସମେତ ଅନୀଲ କୁମାର ଦାସ, ପ୍ରମୋଦ ମଲ୍ଲିକ, ବିଦ୍ୟାଧର ମଲ୍ଲିକ, ଅଜିତ ମଲ୍ଲିକ, ଶେଖର ମଲ୍ଲିକ, ଦେବେନ୍ଦ୍ର ମଲ୍ଲିକ , ବିଶ୍ଵନାଥ ମଲ୍ଲିକ, ଗୋବିନ୍ଦ ମଲ୍ଲିକ , ରବି ମଲ୍ଲିକ, ସୁଶିଲ ଦାସ , ଜଗୁ ମଲ୍ଲିକ , ସନ୍ତୋଷ ମଲ୍ଲିକ, ବିକାଶ ମଲ୍ଲିକ , ଶେଷଜିତ ମଲ୍ଲିକ , ସାଗରିକା ମଲ୍ଲିକ , କାହ୍ନୁ ଚରଣ ମଲ୍ଲିକ , ଓ ଶିଶିର କୁମାର ମହାନ୍ତି ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା । କୈଳାଶ ଚନ୍ଦ୍ର ମଲ୍ଲିକ , ସଂଯୁକ୍ତା ମଲ୍ଲିକ, ସାରଦା ପ୍ରାସାଦ ମହାରଣା ଓ ପଙ୍କଜିନି ମହାରଣା କର୍ତ୍ତା କର୍ତ୍ତ୍ରୀ ଭାବେ ଅଂଶ ଗ୍ରହଣ କରିଥିବା ବେଳେ, ଆଖ ପାଖ ୧୫/୨୦ ଟି ପଞ୍ଚାୟତ ର ଅଧିବାସୀ ମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଭକ୍ତି ଭାବମୟ ପରିବେଶ ଶୃଷ୍ଟି କରିଥିବାର ଦେଖିବାକୁ ମିଳିଥିଲା।

nis-ad
Leave A Reply

Your email address will not be published.