ଆସିକା ରେ ବିଦ୍ରହ ର ସ୍ୱର ତେଜିଲା….!

ନୂଆଁ ମୁହଁ ନ ଦେଲେ ଜଣେ ଆଶାୟୀ ସ୍ୱାଧୀନ ପାର୍ଥୀ ହେବେ…..!


ବ୍ରହ୍ମପୁର: ୨୩-୩ ଗଞ୍ଜାମ ଜିଲ୍ଲାରେ ଶାସକ ଦଳ ଭିତରେ ଲାଗି ରହିଥିବା ଗୋଷ୍ଟି କନ୍ଦଳ ପୁଣି ଜୋର ଧରିଛି। ଗତ ଗୁରୁବାର ଦିନ ଦଳ ମୁଖିଆ ଙ୍କ ସମେତ ଜିଲ୍ଲାର ବହୁ ବିଧାୟକ, ସାଂସଦ, ପର୍ଯ୍ୟବେକ୍ଷକ ଓ କିଛି ବରିଷ୍ଟ ନେତା ମାନଙ୍କୁ ଧରି ଭୁବନେଶ୍ୱର ରେ ଗଞ୍ଜାମ ଜିଲ୍ଲା ସମ୍ପର୍କ ରେ ବୈଠକ ହୋଇଥିଲା। ତାପରେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନୂଆଁ ମୁହଁ ଦେବାକୁ ବହୁ ଦିନ ହେଲା ଦାବୀ ହୋଇଆସୁଛି।ଏଠାକାର ଗୋଷ୍ଟି କନ୍ଦଳ ନେଇ ଦଳ ମୁଖିଆଙ୍କ ନିକଟରେ ଟିକି ନିଖି ଖବର ରହିଛି। ଭୁବନେଶ୍ୱର ବୈଠକ ପରେ ଆସିକା ର ଆଶାୟୀ ଥିବା ବ୍ୟକ୍ତି ମାନେ ନିଜର ସମର୍ଥକ ମାନଙ୍କୁ ନେଇ ଗୁପ୍ତ ବୈଠକ ନିର୍ବାଚନ ର ରଣକୌଶଳ ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଲାଣି। ଯଦି ରିପିଟ ହୁଏ ତାହା ହେଲେ ୨୦୦୪ ର ପୁନରାବୃତ୍ତି କରିବା ସହ ଜଣେ ସମର୍ଥକ ଙ୍କୁ ସ୍ୱାଧୀନ ଭାବେ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ଆଲୋଚନା ହେଉଛି। ଏହା ଯଦି ସତ ତାହା ହେଲେ ଶାସକ ଦଳ ହାତରେ ଥିବା ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଖସିଯିବାର ସମ୍ଭାବନା କୁ ଏଡ଼େଇ ହେବ ନାହିଁ। ଯାହା ସମୀକରଣ କହୁଛି ଗତ ୨୦୦୪ ମସିହାରେ ଶାସକ ଦଳର ପ୍ରାର୍ଥୀ ରାଘବ ପରିଡ଼ାଙ୍କୁ ହରେଇ ସରୋଜ ପାଢ଼ୀ ସ୍ୱାଧୀନ ଭାବେ ବିଜୟ ହୋଇ ବିଜେଡ଼ି ର ହୋସ ଉଡାଇ ଦେଇଥିଲେ। ଦଳ ମୁଖିଆ ନୂଆଁ ମୁହଁ ଦେବେ ନା ପୁରୁଣା ମୁହଁ କୁ ରିପିଟ କରି ଭାଗ୍ୟ ପରୀକ୍ଷା କରିବେ ଦେଖିବାକୁ ବାକି ରହିଲା। ଆସିକା ଲୋକ ସଭା ହେଉକି ବିଧାନସଭା ହେଉ ସବୁବେଳେ ଚର୍ଚ୍ଚା ରେ ରହିବା ସହ ରାଜ ନୈତିକ ଚାଣକ୍ୟ ମାନଙ୍କ ନଜର ରହିଛି।

nis-ad
Leave A Reply

Your email address will not be published.