ଗୋପାଳପୁର ରାଜନୀତି : ଲେଖା ଛିଣ୍ଡିବ ନା ଯୋଡି ହେବ :”କଭି ଖୁସି କଭି ଗମ ” ରେ ମେଣ୍ଟ ଦ୍ୱନ୍ଦ୍ୱ….

ସ୍ୱାମୀ ପଛେ ମରୁ ସଉତୁଣୀ ରାଣ୍ଡ ହେଉ…!!

ବ୍ରହ୍ମପୁର ରେ ମହିଳା କାର୍ଡ ଖେଳିବା କୁ ନେଇ ଚର୍ଚ୍ଚା …..!!


ବ୍ରହ୍ମପୁର:୨୧-୩ ଗଞ୍ଜାମ ଜିଲ୍ଲାରେ ଏବେ ମେଣ୍ଟ କୁ ନେଇ ଉଭୟ ଦଳର ନେତା ଦ୍ୱନ୍ଦ୍ୱ ରେ ରହିଛନ୍ତି। ମେଣ୍ଟ ହେଲେ ପ୍ରଦୀପ କୁଆଡ଼େ ଯିବେ ନା ପୁଣି ବ୍ରହ୍ମପୁର ମୁହାଁ ହେବେ ବୋଲି ଚର୍ଚ୍ଚା ହେଲାଣି। ମେଣ୍ଟ ନ ହେଲେ ଗୋପାଳପୁର ରେ ପ୍ରଦୀପ ବିଭୁତି ହାତ ମିଶାଇଲେ ବିକ୍ରମ ବଳି ପଡିବେ ବୋଲି ମଧ୍ୟ ରାଜନୈତିକ ମହଲ ରେ ଆଲୋଚନା ହେଉଛି। ଏପଟେ ଗୋପାଳପୁର ସିଟ ଶାସକ ଦଳ ହାତରୁ ଖସିବା ସମ୍ଭାବନା ରହିଛି।ବ୍ରହ୍ମପୁର ରେ ମହିଳା କାର୍ଡ ଖେଳିବାକୁ ନେଇ ବିଜେଡ଼ି ପ୍ରସ୍ତୁତ ହେବା ଫଳରେ ନୂଆଁ ମୁହଁ କୁ ସୁଯୋଗ ମିଳିବା ଆଶା ରେ ଆଶାୟୀ ଙ୍କ ସଂଖ୍ୟା ମଧ୍ୟ ବଢ଼ିବା ରେ ଲାଗିଛି। ମେଣ୍ଟ ଦ୍ୱନ୍ଦ୍ୱ ଯୋଗୁଁ “ସାପ ସିଡ଼ି” ଖେଳ ଭଳି ଗୋପାଳପୁର ନିର୍ବାଚନ ମଣ୍ଡଳୀ ଏବେ ଉଠୁଛି ପଡୁଛି। ଗତ ସାଧାରଣ ନିର୍ବାଚନ ରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ରେ ଶାସକ ଦଳ ହାତକୁ ଯିବାକୁ ନାକେ ଦମ ହେବାକୁ ପଡିଥିଲା, ଗୋପାଳପୁର ନିର୍ବାଚନ ମଣ୍ଡଳୀ ରେ ବିଜେପି ର ଦବ ଦବା ରହିଛି ଯାହାକି ଅନୁସନ୍ଧାନ ରୁ ଜଣା ପଡିଛି । ବିଜେପି ର ପକେଟ ଭୋଟ ଥିବା ଗତ ନିର୍ବାଚନ ରେ ବିଭୁତି ସ୍ପଷ୍ଟ କରି ଦେଇ ଥିଲେ l ଗଞ୍ଜାମ ଜିଲ୍ଲାରେ ନବୀନ ଙ୍କ ନାଁ ରେ ନେତା ମାନେ ନିର୍ବାଚନ ବୈତରଣୀ ପାର ହେବାର ନଜିର ରହିଛି। ଦଳ ଯାହାକୁ ଟିକେଟ ଦେଲେ ପ୍ରଶାସନ ଠାରୁ ଆରମ୍ଭ କରି ସବୁ ନେତା ଭୋଟ ବେଳେ ପ୍ରାର୍ଥୀ କୁ ସହଯୋଗ କରୁଥୁବା ନେଇ ଚର୍ଚ୍ଚା ହେଉଛି। ମେଣ୍ଟ ହେଲେ ଗୋପାଳପୁର ରେ ଏଥର ପ୍ରଦୀପ ବଳି ପଡ଼ିବେ ଟିକେଟ ପାଇବାରୁ ବଞ୍ଚିତ ହେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ବ୍ରହ୍ମପୁର ରେ ଶାସକ ଦଳରେ ଗୋଷ୍ଟି କନ୍ଦଳ ଥିଲେ ବି ଚୌକି ଭୟରେ ଯିଏ ଯାହା ସୁବିଧାରେ ନେତା ଲାଙ୍ଗୁଡ଼ ଜାକି ରହିଥିବା ଦେଖିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲାରେ କୌଣସି ରାଜନେତାଙ୍କ ନିଜର ସଂଗଠନ ନାହିଁ। କେବେଳ ନବୀନ କ୍ରେଜରେ ନିର୍ବାଚନ ବୈତରଣୀ ପାର ହେଉଥିବା ନେଇ ଆଲୋଚନା ହେଉଛି। ଆଗାମୀ ସାଧାରଣରେ ନିର୍ବାଚନ ରେ ଗୋପାଳପୁର ଓ ବ୍ରହ୍ମପୁର ରେ ଶାସକ ଦଳକୁ ଝାଳନାଳ ବୁହାଇବାକୁ ପଡ଼ିବ ବୋଲି ଲୋକେ କହିଲେଣି ଏବେ ଠାରୁ। ମେଣ୍ଟ ହେଲେ ବହୁ ବିଜେପି ବିଜେଡ଼ି ନେତା ମାନଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧକାର ହେବ ବୋଲି ରାଜନୈତକ ପଣ୍ଡିତ ମାନେ କହୁଛନ୍ତି। କଥା ରେ ଅଛି ସ୍ୱାମୀ ପଛେ ମରୁ ସଉତୁଣୀ ରାଣ୍ଡ ହେଉ ଏବେ ଏହା ଦେଖିବାକୁ ମିଳୁଛି ଯାହାବି ହେଉ ପ୍ରଦୀପ ପାଣିଗ୍ରାହୀ ଙ୍କୁ କିପରି ଟିକଟ ନମିଳେ ଏହି ଗୋଟି ଚଳାଉଛି ବି ଜେ ଡି ଯାହାକି ସାଧାରଣ ରେ ଚର୍ଚ୍ଚା ହେଉଛି ଏବଂ ଦିନକୁ ଦିନ ପ୍ରଦୀପ ଙ୍କ ଲୋକ ପ୍ରିୟତା ବି ବଢିବା ଦେଖି ବିଜେଡି ଛାନିଆ l ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ଯଦି ବିକ୍ରମ ପଣ୍ଡା ହାତରୁ ଚାଲିଯିବି ତେବେ ବି ଶାସକ ଦଳ ପ୍ରତି ଭାରି ପଡିପାରେ, ତେଣୁ ବିଜେଡି ନୁଆଁ ମୁହଁ ସନ୍ଧାନ ରେ ରହିଛି ଏବଂ ମହିଳା କାର୍ଡ ଖେଳି ପାରେ ବୋଲି ଆଲୋଚନା ହେଉଛି l ଚନ୍ଦ୍ରଶେଖର ସାହୁ କିମ୍ବା ସୁବାଷ ମହାରଣା କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି l ବର୍ତମାନ ଭଞ୍ଜନଗର, ଓ ଚିକିଟି ନିର୍ବାଚନ ମଣ୍ଡଳୀ କୁ ଛାଡିଦେଲେ ବିଜେଡି ର ସ୍ଥିତି ଆଗ ଭଳି ନାହିଁ ଏହି ପରି ପେକ୍ଷୀରେ ବିରୋଧୀ ଙ୍କ ପଲ୍ଲା ଭାରି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ଦେଖା ଯାଉ ମେଣ୍ଟ ହେଲା ପରେ ସମ୍ମିକରଣ କେଉଁ ଦିଗକୁ ଯାଉଛି, କିନ୍ତୁ ସ୍ପଷ୍ଟ ଭିତିରିଆ ମେଣ୍ଟ ସରିଛି କେବଳ ଉଭୟ ବିଜେପି ଓ ବିଜେଡି ଭୋଟର ଙ୍କୁ ଦିନରେ ତାରା ଦେଖାଉଛନ୍ତି ବୋଲି ଚର୍ଚ୍ଚା ହେଉଛି l

nis-ad
Leave A Reply

Your email address will not be published.