ଭାରସାମ୍ୟ ହରାଇ ବାଇକ ଚଳାକ ଗୁରୁତର…

ବୀରମିତ୍ରପୁର :ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ତଳସେରା ଷ୍ଟାଡିୟମ ସମ୍ମୁଖରେ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥ ଉପରେ ଜଣେ ଯୁବକ ନିଜର ଭାରସାମ୍ୟ ହରାଇ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ହେଇଥିଲା | ରଘୁନାଥ ପାଲି ଥାନା ଅନ୍ତର୍ଗତ ଛେଡ ଅଞ୍ଚଳ ଟୋଙ୍ଗ୍ରିଟୋଲାର ରାହୁଲ ରାଏଙ୍କ ପୁଅ ଆଦିତ୍ୟ ରାଏ ୨୨ ବର୍ଷ ବାଲି ଜଣା ପଡିଛି | ଏହି ଯୁବକ ଲାସେ ନିଜ ସାଙ୍ଗର ବାହାଘରକୁ ଆସିଥିଲା | କିଛି କାମରୁ ବାଇକ ଯାହାର ନମ୍ବର ଓଡି ୧୪ ଏସି ୧୦୫୬ ବୀରମିତ୍ରପୁର ପଟକୁ ଆସୁଥିବା ବେଳେ ନିଜର ଭାରସାମ୍ୟ ହରାଇ ରାସ୍ତା ପାସ୍ଵାରେ ଥିବା ଡିଭାଇଡରକୁ ପିଟି ଛିଟିକି ପଡ଼ି ଗୁରୁତର ହେଇଥିଲା | ଏହା ଦେଖି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଆମ୍ବୁଲାନ୍ସ ଯୋଗେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ ! ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇଥିଲେ ! କୌଣସି ସୂତ୍ରରୁ ଖବର ପାଇ ବୀରମିତ୍ରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି |

nis-ad
Leave A Reply

Your email address will not be published.