ସ୍କୁଟି ବାଇକ ମୁହାଁମୁହିଁ ଧକ୍କା, ୫ ଗୁରୁତର

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥର କୁମଝାରିଆ ନିକଟରେ ଆଜି ସନ୍ଧ୍ୟାରେ ଏକ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ଗୁରୁତର ହୋଇଥିବା ଜଣାପଡିଛି | ସୂଚନା ମୁତାବକ ଆପାଚି ବାଇକ ନଂ ଓଡ଼ି ୧୬ ଏଚ ୨୨୮୭ ରେ ଦୁଇ ଜଣ ରାଉରକେଲା ପଟୁ ବୀରମିତ୍ରପୁର ଆଡ଼କୁ ଆସୁଥିବା ବେଳେ ଅପର ପକ୍ଷରୁ ଏକ ସ୍କୁଟି ରେ ତିନି ଜଣ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା ! ଯାହା ଫଳରେ ୫ ଜଣ ରାସ୍ତା କଡ଼ରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ | ସ୍ଥାନୀୟ ଲୋକଙ୍କ ସହାୟତାରେ ପାଞ୍ଚ ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଛି | ଖବର ପାଇ ବୀରମିତ୍ରପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ! ଗୁରୁତର ପାଞ୍ଚ ଜଣ ପ୍ରଫୁଲ କୁମାର ଏକ୍କା ୨୭ ବର୍ଷ, ନୂତନ ଏକ୍କା ୩୨ ବର୍ଷ , ଦୀପକ ଟପ୍ନୋ ୨୮ ବର୍ଷ, ବିସରାମ ମିଞ୍ଜ ୨୨ ବର୍ଷ, ସନ୍ତୋଷ ୧୮ ବର୍ଷ ବୋଲି ଜଣାପଡିଛି |

nis-ad
Leave A Reply

Your email address will not be published.