ଜେଏମ୍ଏଫ୍ସି କୋର୍ଟ ମୁଖ୍ୟ ଵିଚାରପତିଙ୍କ ଦ୍ବାରା ଲୋକାର୍ପିତ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କୁରୁଣ୍ଟି ପଂଚାୟତ ଚକ୍ରଧରପୁର ଠାରେ ଗ୍ରାମ୍ୟ ନ୍ୟାୟାଳୟ ତଥା ଜେଏମଏଫସି ନୂତନ କୋର୍ଟକୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ଚକ୍ରଧାରୀ ଶରଣସିଂଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି ! ତାଙ୍କ ସହିତ ହାଇକୋର୍ଟର ମାନ୍ୟବର ବିଚାରପତି ଡାକ୍ତର ବିଦ୍ୟୁତ ରଞ୍ଜନ ଷଢଙ୍ଗୀ ଓ ଅନ୍ୟତମ ବିଚାରପତି ଡାକ୍ତର ସଂଜିବ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ ! ମୁଖ୍ୟ ବିଚାରପତି ତାଙ୍କ ବକ୍ତବ୍ୟରେ କହିଥିଲେ ମୁଁ ଓଡିଆ ଭାଷା କୁ ଭଲ ପାଏ,ଏହା କହିବା ସହ ଓଡ଼ିଆରେ ବକ୍ତବ୍ୟ ରଖିଥିଲେ ! ଆପଣ ମାନଙ୍କର ବହୁତ ଦିନର ସ୍ବପ୍ନ ସାକାର ହୋଇଛି! ଏହି କୋର୍ଟର କାଯ୍ୟକ୍ରମରେ କାଗଜ ବଦଳରେ ଆଧୁନିକ କମ୍ପୁଟର ଜ୍ଞାନ କୌଶଳର ବ୍ୟବହାର କରିବାକୁ କହିଥିଲେ ! ଯେଉଁ ନୂତନ କୋର୍ଟର ଉଦଘାଟନ କରାଗଲା ଏହାର ପରିବେଶକୁ ଓକିଲ ବନ୍ଧୁ ମାନେ ଏପରି ରଖିବେ ଯାହା ଫଳରେ ସାଧାରଣ ଲୋକଟି ଏହି ନ୍ୟାୟାଳୟରୁ ଭଲ ଭାବନା ନେଇ ଫେରିବ ! ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ତୁମେ ମାନେ ଦେଶର ଭବିଷ୍ୟତ, ଆଜି ଆମେମାନେ ଯେଉଁଠି ବସିଛୁ ସେହି ସ୍ଥାନରେ ତୁମେ ମାନେ ଭବିଷ୍ୟତରେ ବସିବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ ! ବିଚାରପତି ଡାକ୍ତର ଷଢଙ୍ଗୀ ଛାତ୍ରଛାତ୍ରୀ ମାନଙ୍କ ଉଦେଶ୍ୟରେ ଏହି କୋର୍ଟର ନୂତନ ବିଲଡିଂ କୁ ଦେଖ ! ନିଜର ଭବିଷ୍ୟତ ଗଢିବା ପାଇଁ ଚେଷ୍ଟା କର ! ଓକିଲ ବନ୍ଧୁମାନେ ଏହାର ସୁରକ୍ଷା ଓ ଏହାର ପରିବେଶ ସକାରାତ୍ମକ ରଖିବା ପାଇଁ ଆହ୍ୱାନ ଦେଇଥିଲେ ! ବିଚାରପତି ଡାକ୍ତର ପାଣିଗ୍ରାହୀ ପେପର ଲେସ କରି ଓକିଲ ବନ୍ଧୁମାନେ ଟ୍ୟାଵଲେଟ ବ୍ୟବହାର କରିବା ପାଇଁ ଆହ୍ୱାନ ଦେଇଥିଲେ ! କେନ୍ଦ୍ରାପଡ଼ା ଜିଲ୍ଲା ଜଜ ବିଶ୍ୱଜିତ ମହାନ୍ତି ଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି କାଯ୍ୟକ୍ରମରେ ରାଜନଗର ବ୍ଲକ ଆଇନଜୀବି ସଭାପତି ଉମେଶ ଚନ୍ଦ୍ର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ମାନଙ୍କୁ ଭିତରକନିକାର ଜୈବ ବିବିଧତା ଜୀବଜନ୍ତୁଙ୍କ ଫଟୋ ଚିତ୍ର ପ୍ରଦାନ କରିଥିଲେ ! ସଂଘର ସମ୍ପାଦକ ଭଜ କୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ! ରାଜନଗର ଜେଏମଏଫସି ଜ୍ୟୋତିର୍ମୟୀ ଷଢଙ୍ଗୀ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ଙ୍କ ସହ ଜିଲ୍ଲା ତଥା ବ୍ଲକର ବିଭିନ୍ନ ସରକାରୀ ଅଧିକାରୀ ଓ ହାଇକୋର୍ଟର ରେଜିଷ୍ଟର ଯୋଗ ଦେଇଥିଲେ !ଏହି ଅବସରରେ ମୁଖ୍ୟ ବିଚାରପତିଙ୍କୁ ଗାର୍ଡ ଅପ ହନର ଦିଆଯାଇଥିଲା !

nis-ad
Leave A Reply

Your email address will not be published.