ଚିଠାରେ ରାସ୍ତାକାମ, ଵିନା କାର୍ପେଟିଂରେ ପିଚୁ ଘସି ଠିକାଦାର ଯନ୍ତ୍ରୀ ଶୋଷି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା…


ରାଜନଗର : ପାଖେଇ ଆସୁଛି ସାଧାରଣ ନିର୍ବାଚନ, ତାସହିତ ଏବେ ଚାଲିଛି ରାସ୍ତାରେ ପିଚୁଘସା ସାଙ୍ଗକୁ ଗଛ, ପୋଲ,କଲଭେଟ,ବିଭିନ୍ନ କାର୍ଯ୍ୟାଳୟ ଓ ଵାଉଣ୍ଡରିରେ ଚୁନ ଓ ରଙ୍ଗ ମରା ମିଶନ କାର୍ଯ୍ୟ ।ଏହି କାର୍ଯ୍ୟ ପାଇଁ ଆଗରୁ ଡିଲ ହେଵା ପରେ ,ବିଭାଗିୟ ଅଧିକାରୀ ମାନେ ଚିଠା ପ୍ରକାରେ ନେତାଙ୍କ ଅନୁଗତ୍ୟ ମାନଙ୍କୁ ଖଣ୍ଡେ ଖଣ୍ଡେ କାର୍ଯ୍ୟ ଯୋଗାଇ ଦେଇଛନ୍ତି । ମିଳିଥିବା ଏହି ସଵୁ କାର୍ଯ୍ୟକୁ ହିତାଧିକାରୀମାନେ ଶତକଡା ପନ୍ଦର ପର୍ସେଣ୍ଟେଜ୍ ହିସାବରେ ଠିକାଦାରଙ୍କୁ କାମ ବିକ୍ରିକରି ଅର୍ଥ ଆଦାୟ କରି ନେଇଯାଇଛନ୍ତି । ଯାହାଫଳରେ ଯନ୍ତ୍ରୀ ଠିକାଦାରଙ୍କୁ କଚେବାର ସୁଯୋଗମିଳଳିଯାଇଛି। ପଥପ୍ରାନ୍ତ ଗଛରେ ଧଳାଚୁନ ବାଜେକି ନଵାଜେ, ରାସ୍ତାରେ ପିଚୁକୁ ଘଷି ବିଲ ନେବା ମସୁଧାକୁ ସାଧାରଣ ଜନତା ନା ପସନ୍ଦ କରିଛନ୍ତି । ଏଠାରେ ଵାହୁବଳୀ ନେତାଙ୍କ ପାଟି ବନ୍ଦ କରାଯାଇଛି, ପ୍ରତିବାଦ କରିବାକୁ କେହି ରହିଲେ ନାହିଁ। ଜଙ୍ଗଲୀଆ ରାସ୍ତାରେ ପିଚୁ କାର୍ଯ୍ୟ କରାନଯାଇ ଫଲସ୍ ଵିଲ୍ ଲୁଟୁଥିବା ଵେଳେ କାର୍ପେଟିଂ ନ ହୋଇ ରାସ୍ତାରେ ପିଚୁ ଘସି ଵିଲ୍ କରୁଥିବାରୂ ପୁରୁଣା ରାସ୍ତାର ଧଳା ରଙ୍ଗ ପିଚୁକୁ ଫଟେଇ ଦିଶୁଛି।

ଏସଵୁକୁ ଵିଭାଗୀୟ ଅଧିକାରୀମାନେ କ୍ଷେତ୍ର ଉପରକୁ ନଯାଇ ଯନ୍ତ୍ରୀଙ୍କ ବ୍ୟକ୍ତିଗତ ଭାଵେ ନିଯୁକ୍ତି କର୍ମଚାରୀଙ୍କ ମର୍ସିରେ କାର୍ଯ୍ୟ ତଦାରଖ କରାଯାଉଛି ଏପରିକି ବିଭାଗୀୟ ଅଧିକାରୀମାନେ କାର୍ଯ୍ୟ କ୍ଷେତ୍ର ଉପରକୁ ନଯାଇ କାଗଜ କଲମରେ ସଵୁ ଠିକ୍ ଠାକ୍ ବୋଲି ବିଲ୍ କରି ସରକାରୀ ଅର୍ଥକୁ ହରିଲୁଟ କରାଯାଉଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ, ଓ ଇରିଗେସନ୍ ଵିଭାଗରେ। ଏହି ବିଭାଗରେ କାର୍ଯ୍ୟହେଉଥିବା କାର୍ଯ୍ୟକୁ ତଦାରଖ କରିବାକୁ ଅଧିକାରୀଙ୍କର ଆନ୍ତରୀକତା ନଥିବା ଦେଖିବାକୁ ମିଳିଛି ,ର ଠ କରି ଗଛ, ପୋଲ, ବ୍ରୀଜ, କୋଠାଘର, ବାଉଣ୍ଡରୀ ଆଦିରେ ନାମକୁ ମାତ୍ର ଚୁନ ଓ ରଙ୍ଗ ମାରି ଲୁଟି ନେଉଛନ୍ତି କୋଟି କୋଟି ଟଙ୍କା, ସେତିକିରେ ସୀମିତ ନ ରହି ପୁରୁଣା ରାସ୍ତାରେ ପିଚୁ କାର୍ଯ୍ୟ କରିବା ଆଳରେ ପୁରୁଣା ରାସ୍ତା ଦିଶୁଥିଲେ ମଧ୍ୟ ରାସ୍ତାକୁ ପିଚୁ ଘସି କଳା କରାଯାଉଛି। ସରକାରଙ୍କ ନିୟମ ଅନୁସାରେ କାର୍ପେଣ୍ଟିଂ ନକରି ସିଲକୋଟିଂରେ ଚାଲୁଛି ପିଚୁକାମ। ହେଲେ ଵାହୁଵଳ ନେତାଙ୍କ ଵାହୁ ଛାୟାତଳେ ରହି ଅଧିକାରୀମାନେ ତାଙ୍କ ନିର୍ବାଚନ ପାଇଁ ମାର୍ଚ୍ଚ ମାସରେ ହେଉଥିବା ହରିଲୁଟ ମିଶନର ସିଂହ ଭାଗ ଯୋଗାଉ ଥିବା ଅଭିଯୋଗ ହେଉଛି। ରାଜନଗର ଠାରୁ ଗୁପ୍ତି, ରାଜନଗର ଠାରୁ ତାଳଚୁଆ, ଡାଙ୍ଗମାଳ ପର୍ଯ୍ୟନ୍ତ,ସେହିପରି ଗୋପାଳପୁରୁଠାରୁ କେରଡାଗଡ, କେରଡାଗଡ ରୁ ମଦନପୁରୁ, କୁନ୍ଦୁପୁରୁରୁ ଠାରୁ ବାବର ପର୍ଯ୍ୟନ୍ତ ପଥପ୍ରାନ୍ତ ଗଛ ଓ ପୋଲମାନଙ୍କରେ ନିମ୍ନମାନର ର ଠ କରି ପୁରୁଣା ରଙ୍ଗ ଉପରେ ନାମକୁ ମାତ୍ର ରଙ୍ଗ ମାରି ଗତଵର୍ଷ ପରି ଅର୍ଥ ଲୁଟ କରୁଥିବା ଵେଳେ ସରକାରୀ ନୀୟମ ଅନୁସାରେ ରାସ୍ତାରେ କାର୍ଯ୍ୟ ନ କରି ପିଚୁ ଘସି ଅର୍ଥ ଲୁଟ ହେଉଥିବା ଅଭିଯୋଗ ହେଉଛି।

ଖୋଳାରୁ ଜୁନସୁନଗର ପର୍ଯ୍ୟନ୍ତ ପୁରୁଣା ରାସ୍ତାରେ ହେଉଥିବା ପିଚୁକାର୍ଯ୍ୟ ତାହା ନାମକୁ ମାତ୍ର ,କିନ୍ତୁ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଚାଲୁଛି, ସେଠାକୁ କୌଣସି ବିଭାଗୀୟ ଯନ୍ତ୍ରୀଙ୍କ ପାଦ ପଡୁନଥିବା ବେଳେ ରାସ୍ତାରେ ପିଚୁ କାର୍ଯ୍ୟ ଅନୀୟମିତ ଭାବେ ଚାଲିଛି, କାର୍ପେଟିଂର ନା ଗନ୍ଧ ନଥିବା ସ୍ଥାନୀୟ ବାସିନ୍ଦା ରହିତ ମଣ୍ଡଳ, ବେଣୁ ମିସ୍ତ୍ରୀ, ଭାନୁ ମଣ୍ଡଲ, ମିନର୍ଭା ଦେଵୀ ସର୍କାର, ଦେଵେଶ ମଣ୍ଡଳ ପ୍ରମୁଖ ଅଭିଯୋଗ କରି କହିଛନ୍ତି ଏଠାରେ ଆମର ରାସ୍ତାରେ ପିଚୁ କରିବା ଆଳରେ ଯେଉଁ ନିମ୍ନମାନର ନାମକୁ ମାତ୍ର ପିଚୁ କାର୍ଯ୍ୟ କରାଯାଉଛି। ତାହା ଆମର ସୁଵିଧା ପାଇଁ ଆମେ କ୍ବାଲିଟି କଣ୍ଟ୍ରୋଲ ବିଭାଗକୁ ଜଣାଇବା ସହ ଉଚ୍ଚ କର୍ତ୍ତୃପକ୍ଷକଙ୍କୁ ଜଣାଇବାକୁ ଵାଧ୍ୟହେଵେ ଵୋଲି ଚେତାବନୀ ଦେଇଛନ୍ତି।

nis-ad
Leave A Reply

Your email address will not be published.