ସଦର ମହକୁମାରେ ହୋର୍ଡିଂ ଶୋଭାବର୍ଦ୍ଧନ କରୁଛି.. ! ନିର୍ବାଚନୀ ନିୟମ କୁ ଫୁ…

ଛତ୍ରପୁର ୧୮ / ୩ : ମଡେଲ କୋଡ୍ ଅଫ୍ କଣ୍ଡକ୍ଟ୍ ଲାଗୁ ହୋଇଯାଇଛି, ସତ କିନ୍ତୁ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରରେ ରବିବାର ପୂର୍ବାହ୍ନରେ ଫ୍ଲାଗ୍-ମାର୍ଚ୍ଚ ମଧ୍ୟ ହୋଇସାରିଛି, ଦଳୀୟ ପ୍ରାଚୀର ପତ୍ର, କାଗଜ ବାନା, ପତାକା ଆଦି ସହରାଞ୍ଚଳ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ସବୁ ସଫା କରିଦିଆଯାଇଛି । କିନ୍ତୁ ଶାସକ ଦଳର ବଡ଼ ବଡ଼ ସରକାରଙ୍କ ଯୋଜନା ଫଳକ, ସରକାରୀ ବିଜ୍ଞାପନ ଫଳକ ହୋର୍ଡିଂ ଛତ୍ରପୁର ସହରରେ ଶୋଭାବର୍ଦ୍ଧନ କରୁଥିବା ଦେଖାଦେଇଛି । ସେଗୁଡ଼ିକ ପ୍ରଶାସନ ତରଫରୁ ଉଚ୍ଛେଦ ପ୍ରକ୍ରିୟା କରିବାରେ ଆଞ୍ଚଳିକ ପ୍ରଶାସନ ବ୍ୟଗ୍ରତାରେ ପଛଘୁଞ୍ଚା ଦେଇଛନ୍ତି। ଏନେଇ ବିଭିନ୍ନ

ରାଜନୈତିକ ମହଲରେ ସଧାରଣରେ ଚର୍ଚ୍ଚା ର ବିଷୟ ହୋଇଛି । ଯାହାକି, ନିର୍ବାଚନ କ୍ଷେତ୍ରରେ କିପରି ଅବାଧ ଓ ନିରପେକ୍ଷ ଭାବେ ପରିଚାଳିତ ହେବ । ଭୋଟଗ୍ରହଣ ଯେମିତି ଗଣତାନ୍ତ୍ରିକମତେ ଶୃଙ୍ଖଳିତ ଭାବେ ପରିଚାଳିତ ହେବ। ମତଦାନ ସୁରୁଖୁରେ ସାମ୍ବିଧାନିକ ମତେ ହେବାକୁ ଜନସାଧାରଣ ଚାହିଁ ବସିଛନ୍ତି । ନିର୍ବାଚନ ଆଚରଣ ବିଧି ଲାଗୁ ହେଇଛି । ସହରରେ ମାଳ ମାଳ ହୋର୍ଡ଼ିଂ କୁ ଦେଖିଲେ ଆଚରଣ ବିଧି କୁ ଉଲଂଘନ କଲା ସଦୃଶ ହୋଇଛି ବୋଲି ସାଧାରଣରେ ଆଲୋଚନା ର ବିଷୟ ହୋଇଛି । ତେବେ ଏ ଦିଗରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଧ୍ୟାନ ଦେଇ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି ।।

nis-ad
Leave A Reply

Your email address will not be published.