ମାଓବାଦୀ ଓ ଏସଓଜି ଯବାନ ମଧ୍ୟରେ ଗୁଳି ବିନିମୟ

କନ୍ଧମାଳ ଏସ ପିଙ୍କ ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ -କନ୍ଧମାଳ ଜିଲ୍ଲାର କୋଟଗଡ଼ ଏବଂ ବେଲଗର ଥାନା ଅଧୀନରେ ଥିବା ଦୁର୍ଗାପଙ୍ଗା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଗୁଳି ବିନିମୟ, ହୋଇଥିବା ସୂଚନା ରହିଛି l ପୋଲିସ ସୂଚନା ଅନୁଯାୟୀ ୬/୩/୨୦୨୪ ତାରିଖରେ ରେ ଏକ ଆଣ୍ଟି ନକ୍ସାଲ୍ ଅପରେସନ୍ ଆରମ୍ଭ କରାଯାଇଥିଲା l ୯/୩ ୨୦୨୪ରେ ଏସ ଓ ଜି ଦଳ ଭାଲୁଗୃହ, ଶୂକରପଦର, ଡିମିଲି ଓ ଡେଙ୍ଗାଗୃହ ଅଞ୍ଚଳରେ କୁମ୍ବିଂ କରୁଥିବା ବେଳେ ପ୍ରାୟ ସକାଳ ୧୧:୩୦ ସମୟରେ
ମାଓବାଦୀ ମାନେ ସୁବିଧାଜନକ ସ୍ଥାନରୁ ପ୍ରବଳ ଗୁଳି ଚଳାଇ ଥିଲେ ପୋଲିସ ଦଳ ଉପରେ l ପୋଲିସ ଟିମ୍ ତୁରନ୍ତ କଭର୍ କରି ମାଓବାଦୀ ମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। ନିଜକୁ ବଞ୍ଚାଇବା ପାଇଁ ଏସ ଓ ଜି ଦଳ ଆତ୍ମରକ୍ଷା ପାଇଁ ନିୟନ୍ତ୍ରିତ ଶୈଳୀରେ ଗୁଳି ଚଳାଇ ଥିଲେ ।
କିଛି ସମୟ ଉଭୟ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ପରେ ଉପଯୁକ୍ତ ଘଞ୍ଛ ଜଙ୍ଗଲ ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ l
ପୋଲିସ ସେହି ଅଞ୍ଚଳରେ ଖୋଜାଖୋଜି ବେଳେ ଅନେକ ପୁରୁଷ ସଶସ୍ତ୍ର ସମେତ ମାଓବାଦୀ ସରଞ୍ଜାମ ଉଦ୍ଧାର କରାଯାଇଥିଲା।
ଉକ୍ତ ମାଓବାଦୀ ମାନେ ରାୟଗଡା ଅଞ୍ଚଳର ବି ଜି ଏନ ଏବଂ କେ କେ ବି ଏନ ଦଳର ମାଓ କ୍ୟାଡର ନିଖିଲ ଓ ବିକାଶ ନେତୃତ୍ବରେ ୧୫ ରୁ ୨୦ ଜଣ ମାଓବାଦୀ ଥିବା ଅନୁମାନ କରାଯାଉଛି ବୋଲି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ପୋଲିସ୍ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି l ସୁରକ୍ଷା କର୍ମୀମାନେ ମାଓ କ୍ୟାମ୍ପ ଧ୍ବସ୍ତ କରିବା ସହ ବହୁ ମାଓ ସାମଗ୍ରୀ ମଧ୍ୟ ଜବତ କରିଛନ୍ତି । ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ ସେଥ୍‌ରେ ସାତଟି ହ୍ୟାଣ୍ଡ ଗ୍ରାନେଡ,ତିନୋଟି ଜିଲୋଟି ନ ଷ୍ଟିକ, ବିଦ୍ୟୁତ ତାର, ସୋଲାର ପ୍ଲେଟ୍, ବ୍ଳାଷ୍ଟିଙ୍ଗ ମେସିନ୍, ହାଭର୍ ଅଖା, ଔଷଧ, ମେଲେରିଆ ଟେଷ୍ଟିଂ କିଟ୍, ପ୍ଲାଷ୍ଟିକ୍ ବାଲ୍ଟି, କମ୍ବଳ, ଦର୍ପଣ ପାନିଆ, ପାର୍ଲେଜି ବିସ୍କୁଟ, ସ୍କୃ ଡ୍ରାଇଭର ଜବତ କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l

nis-ad
Leave A Reply

Your email address will not be published.