ଚନ୍ଦନପୁରୁ ବାଲିରେ ୫ବାର୍ଷିକ “ବାଲି ମହୋତ୍ସବ” ଉଦଘାଟିତ

ରାଜନଗର -କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ବାଲି ଚନ୍ଦନପୁର ଠାରେ ଅଷ୍ଟଶମ୍ଭୁ ବାଲୁଙ୍କେଶ୍ୱର ପୂଜା କମିଟି ଓ ଗ୍ରାମର ଯୁବକ ମାନଙ୍କ ପ୍ରୟାସ ରେ ପଞ୍ଚମ ବାର୍ଷିକ “ବାଲି ମହୋତ୍ସବ” ଉଦଘାଟିତ ହୋଇଯାଇଛି l ପବିତ୍ର ଶିବରାତ୍ରି ଉପଲକ୍ଷେ ଆୟୋଜିତ ହୋଇଥିବା ଉତ୍ସବ ଆରମ୍ଭରେ ଗ୍ରାମର ସମାଜସେଵୀ ଶ୍ରୀନିବାସ ପାତ୍ରଙ୍କ ପୌରହିତ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଧ୍ରୁବ ସାହୁ ଓ ସମ୍ମାନିତ ଅତିଥି ଭାବେ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ଅତୁଲ ବଳ, ଗୀତିକାର ଓ କବି କୁମାର ଲିଟନ, ସମାଜ ଖବରକାଗଜ ର ବରିଷ୍ଠ ପତ୍ରକାର ଶ୍ରୀଯୁକ୍ତ ଜଗନ୍ନାଥ ଦାସ,ରାଜନଗର ପ୍ରେସ କ୍ଲବ ର ସଭାପତି ଶ୍ରୀଯୁକ୍ତ ଭାସ୍କର ରାଉତରାୟ, ଯୁବ ସମାଜସେବୀ ବିଜୟ ନାୟକ ବାଲିସାହିପାଟଣା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ପରିଡା, ରାଜପୁର ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ରାଣୀ ମଞ୍ଜରୀ, ସମାଜସେବୀ ନିମାଇଁ ଚରଣ ରାଉତ ଓ କପିଳାସ ରାଉତ ଯୋଗ ଦେଇ ଆୟୋଜିତ ମହୋତ୍ସବଟିର ସଫଳତା କାମନା କରିଥିଲେ l ସଭା ଆରମ୍ଭରେ ଗ୍ରାମର ବହୁ ପୁରାତନ ପରମ୍ପରା ସହିତ ପୂଜ୍ୟପୂଜା କାର୍ଯ୍ୟକ୍ରମ ଗ୍ରାମର ଆଠ ମୁରବିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଗ୍ରାମର ବୟୋଜ୍ୟୋଷ୍ଠ ବ୍ୟକ୍ତି ମାନଙ୍କୁ କମିଟି ତରଫରୁ ବିଧାୟକଙ୍କ ଦ୍ୱାରା ବସ୍ତ୍ର ପ୍ରଦାନ କରାଯାଇଥିଲା l

ଉଦଘାଟନ ସନ୍ଧ୍ୟାରେ ସେଠାରେ ଜିଲ୍ଲା ସ୍ଥରୀୟ ନୃତ୍ୟ ଓ ସଙ୍ଗୀତର ମହାସମର ରଙ୍ଗାରଙ୍ଗ ଆସର ସହିତ ଅନୁଷ୍ଠିତ ହୋଇଥିଲା l ନୃତ୍ୟ ପ୍ରତିଯୋଗିତା ର ବିଚାରକ ଭାବେ ରାଜନଗରର ନୃତ୍ୟ ପ୍ରତିଭା ପ୍ରଜ୍ଞା ଓ ଚକ୍ରଧରପୁର ଜୁଇ ଯୋଗ ଦେଇଥିଲେ I ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ପ୍ରତିଯୋଗୀ ମାନେ ଭାଗ ନେଇଥିଲେ l ଏହି ରଙ୍ଗାରଙ୍ଗ ଉତ୍ସବ ଟିକୁ ବରିଷ୍ଠ ପାଲା ଗାୟକ ତଥା ଶିକ୍ଷାବିତ ଶ୍ରୀଯୁକ୍ତ ବରୋଦା କାନ୍ତ ଜେନା ଉପସ୍ଥାପନା କରିଥିଲେ l କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଦିଆ ଯାଇଥିଲା l ମହୋତ୍ସବ ଟିକୁ ଅଷ୍ଟଶମ୍ଭୁ ବାଲୁଙ୍କେଶ୍ୱର ଯୁବ କମିଟିର ସମସ୍ତ ସଭ୍ୟ ମାନେ ପରିଚାଳନା କରିଥିବା ବେଳେ ଗ୍ରାମବାସୀ ମାନେ ସମ୍ପୂର୍ଣ ସହଯୋଗ କରିଥିଲେ l ଏହି ମହୋତ୍ସବ ଉପଲକ୍ଷେ ଗ୍ରାମର ଉଦୀୟମାନ ଯୁବକ ମାନଙ୍କ ଦ୍ୱାରା ତିନି ଦିନ ଧରି ଡ୍ରାମା ଏମିତି ଭୁଲ କେବେ ହେବନି, ଅଗଣା ମଝିରେ ଶାଗୁଣା ବସା,ଅକୁହା କାହାଣୀ ଶୁଣିବ କିଏ ପରିବେଷିତ ହେବ ବୋଲି କମିଟି ତରଫରୁ ସୂଚନା ମିଳିଛି l

nis-ad
Leave A Reply

Your email address will not be published.