ଏକ ଦିବସୀୟ କ୍ୟାମ୍ପସ ସଫେଇ କାର୍ଯ୍ୟକ୍ରମ

ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ପ୍ରୟlସରେ ଉଭୟ ବାଳକ ଓ ବାଳିକା ୟୁନିଟର ସ୍ବେଛାସେବୀମାନେ ଏକ ଦିବସୀୟ କ୍ୟାମ୍ପସ ସଫେଇ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ l ଏହି କାର୍ଯ୍ୟକ୍ରମ ରବିବାର ସକାଳ ୭ଘଣ୍ଟିକା ସମୟରେ ଆରମ୍ଭ କରାଯାଇଥିଲା l ବାଳକ ଓ ବାଳିକା ୟୁନିଟର ପ୍ରାୟତଃ ୭୫ରୁ ଉର୍ଦ୍ଧ୍ୱ ସ୍ବେଛାସେବୀ ଅଂଶ ଗ୍ରହଣ କରି ମହାବିଦ୍ୟାଳୟ ପରିସରକୁ ସଫା କରିବାରେ ନିଜର ଶ୍ରମ ଦାନ କରିଥିଲେ l କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ଉପସ୍ଥିତ ରହି ସ୍ବେଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ l ଯୁବ ରେଡ଼କ୍ରସର ଆବାହକ ତଥା ସମ୍ପାଦକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ନିଜେ ସ୍ବେଛାସେବୀ ଭଳି କଲେଜ ପରିସର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ସଫା କରିବାରେ ସହାୟତା କରିଥିଲେ l ଶିକ୍ଷା ବିଭାଗର ମୁଖ୍ୟ ଗୌତମ ନାୟକ ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଅଧିକାରୀ ସୁଶାନ୍ତ ମାଝୀ ଉପସ୍ଥିତ ରହି ସଫେଇ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ l ସ୍ବେଛାସେବୀ ମାନେ ମହାବିଦ୍ୟାଳୟ ପରିସରରେ ଜମା ହୋଇଥିବା ଶୁଖିଲା ପତ୍ରକୁ ସଫା କରିବା ସହିତ, ପ୍ଲାଷ୍ଟିକ ବୋତଲ, ପଲିଥିନ, ବିଭିନ୍ନ ପ୍ରକାର କାଗଜ ଓ ଜରି ଜାତୀୟ ଆବର୍ଜନାକୁ ସଫା କରିଥିଲେ l ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ଅଧିକାରୀ ପ୍ରେମରେଖା ଭତ୍ରା ଏବଂ ପ୍ରମୀୟ କୁମାର ମହାନ୍ତି ପରିଚାଳନା କରିଥିଲେ l ସ୍ବେଛାସେବୀ ମାନେ ନିୟମିତ ବ୍ୟବଧାନରେ ମହାବିଦ୍ୟାଳୟର ପରିସର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ସଫା କରିବା ପାଇଁ ପ୍ରତିଜ୍ଞା ଦେଇଥିବା ବେଳେ ପରିବେଶ ପ୍ରଦୂଷଣ ଠାରୁ ଦୂରରେ ରହିବା ଏବଂ ନିଜ ପରିବେଶକୁ ସଫା ସୁତୁରା ରଖିବାକୁ ଅନ୍ୟମାନଙ୍କୁ ପରାମର୍ଶ ଦେଇଥିଲେ l ପରିବେଶ ପ୍ରଦୂଷଣରେ ମୁଖ୍ୟ କାରଣ ହେଉଥିବା ପ୍ଲାଷ୍ଟିକ ଜାତୀୟ ଆବର୍ଜନାର ସଫେଇ ଏବଂ ପଲିଥିନ ବ୍ୟାଗ ବଦଳରେ ଝୋଟ ଏବଂ କାଗଜ ବ୍ୟlଗର ବହୁଳ ବ୍ୟବହାର ଉପରେ ସ୍ବେଛାସେବୀ ମାନେ ଅନ୍ୟମାନଙ୍କୁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପରିବେଶ ସଫା ରଖିବା ପାଇଁ ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ ସଚେତନତାର ବାର୍ତ୍ତା ପହଞ୍ଚେଇବା l ଏହି ସ୍ୱଛତା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଧ୍ୟାପକ ଅଶୋକ କୁମାର ଷଡ଼ଙ୍ଗୀ, ଅଧ୍ୟାପକ ତପନ କୁମାର ବେହେରା,ଉମେଶ ଚନ୍ଦ୍ର ରାଉତ,ଆର କ୍ରାନ୍ତି ସାଗର ଏବଂ ଅଧ୍ୟାପିକା ଆରତୀ ଲୁଗୁନ, ଦିପ୍ତୀରେଖା ମିଶ୍ର,ସୀତାଂଶୁ ମାଳିନୀ ପରିଡା,ପ୍ରମୁଖ ଉପସ୍ଥିତ ରହି କ୍ୟାମ୍ପସ ସଫେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.