ରଘୁନାଥ ମନ୍ଦିର ମିଳିତ ସେବାସୀ ସଂଘର ୩ଦଫା ଦାବି ନେଇ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର

ନୟାଗଡ଼ : ଓଡ଼ଗାଁ ରେ ବିରାଜିତ ରଘୁନାଥ ଜୀଉ ଙ୍କ ସେବାସୀ ମାନଙ୍କ ଏକ ମିଳିତ ବୈଠକରେ ହୋଇଥିବା ନିଷ୍ପତି ଅନୁଯାୟୀ ୩ଦଫା ସମ୍ବଳିତ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଉପଜିଲ୍ଲାପାଳ ତଥା ଦେବୋତ୍ତର ବିଭାଗ ତରଫରୁ ପ୍ରକାଶିତ ନିର୍ଦ୍ଦେଶରେ ୯୭ଜଣଙ୍କୁ ଘରବାରି ପଟା ପ୍ରଦାନ ନିମନ୍ତେ ସୂଚନା ପ୍ରଦାନ କରାଯାଇଥିଲା । ଅବଶିଷ୍ଟ ଲୋକଙ୍କୁ ୭ ଦିନ ମଧ୍ୟରେ ବଣ୍ଟନ ପତ୍ର ଦେବା, ଦୈନିକ ମିଳୁଥିବା ଖେଇ ପ୍ରାପ୍ତ ପ୍ରାୟ ୧୪୦ରୁ୧୦୦୦ ଟଙ୍କାକୁ ବୃଦ୍ଧି କରିବା, ପୂଜକ, ସୁଆର ଓ ସମସ୍ତ ବ୍ରାହ୍ମଣ ନିଯୋଗକୁ ପୁରୁଣା ପାଟବସ୍ତ୍ର ପ୍ରଦାନ ପାଇଁ ଦାବି ରଖିଛନ୍ତି । ଏହି ଦାବି ପୂରଣ ନ ହେଲେ ଯାହା ଅସୁବିଧା ହେବା ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ପୂଜକ ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର, ସାଧାରଣ ସମ୍ପାଦକ ଅଶୋକ ନନ୍ଦ, ସୁଆର ସେବକ ସଭାପତି ସୁବ୍ରତ କୁମାର ପଣ୍ଡା, କାର୍ତ୍ତିକ ପଣ୍ଡା, ଓ ଅନ୍ୟ ପୂଜକ ମାନେ ଚେତାବନୀ ଦେଇଛନ୍ତି । ଏହି ଦାବି ଗୁଡ଼ିକ ନୟାଗଡ଼ ବିଧାୟକ, ଦେବୋତ୍ତର ମ୍ୟାନେଜର ତଥା ଉପଜିଲ୍ଲାପାଳ, ଓଡ଼ଗାଁ ତହସିଲଦାର, ବ୍ଲକ ଅଧ୍ୟକ୍ଷ, ଥାନା ଆଇଆଇସି , NAC କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅବଗତ ପାଇଁ ସୂଚନା ଦିଆଯାଇଛି ।

nis-ad
Leave A Reply

Your email address will not be published.