ପିମିଟି କଲେଜ ଓ ଆମ ଓଡ଼ିଶା ଆନୁକୁଲ୍ୟରେ ରକ୍ତଦାନ ଶିବିର ଆୟୋଜନ : ୬୨ୟୁନିଟ ରକ୍ତ ସଂଗ୍ରହ

ନୟାଗଡ଼ : ଆମ ଓଡ଼ିଶା ଓ ପିମିଟି କଲେଜ ମିଳିତ ଉଦ୍ୟମରେ ପିମିଟି କଲେଜ ପରିସରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ରକ୍ତଦାନ ଶିବିର ରେ ୬୨ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି କାର୍ଯ୍ୟକ୍ରମରେ ତହସିଲଦାର ମାନସ ରଂଜନ ଭୋଇ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ଓ ଓଡ଼ଗାଁ ସମବାୟ ସଭାପତି ବିଭୁ ପ୍ରସାଦ ସାହୁ ଯୋଗଦେଇଥିଲେ । ରକ୍ତଦାନ ଦ୍ବାରା ଅସହାୟ ଲୋକେ ଅନେକ ଉପକୃତ ହେଉଛନ୍ତି ବୋଲି ମୁଖ୍ୟ ଅତିଥି କହିଥିବା ବେଳେ ନିୟମିତ ରକ୍ତଦାନ କରିବା ଓ ଅନ୍ୟ ମାନଙ୍କୁ ଏହି ସ୍ରୋତରେ ସାମିଲ କରିବା କଥା ସମ୍ମାନିତ ଅତିଥି କହିଥିଲେ । କୋମଣ୍ଡ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ନରେଶ କୁମାର ନାୟକ , କାଉନସେଲର ଅଜୟ କୁମାର ପଟ୍ଟନାୟକ, ଏଲଟି ସରୋଜ କୁମାର ସାହୁ, କୈଳାସ ଚନ୍ଦ୍ର ଲେଙ୍କା, ଆଲୋକ କୁମାର ନାୟକ, ଆଟେନଡ଼ାଣ୍ଟ ପଞ୍ଚୁ ଦଳେଇ,ଡ୍ରାଇଭର ସବଦର୍ ମଲ୍ଲିକ ଏହି ରକ୍ତଦାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.