କୁମ୍ଭକର୍ଣ୍ଣ ନିଦ୍ରାରେ ନୁଆଗଡ ତହସିଲ ଅଧିକାରୀ : ସାଧାରଣ ସେବା ରୁ ବଞ୍ଚିତ ଲୋକେ…

ମଠ ରେ ଖାଇ ଖଟରେ ଶୋଇ ବା ନୀତି…!

ଆର, ଉଦୟଗିରି: – ମାନ୍ୟବର ଜିଲ୍ଲା କୋର୍ଟ ଓ ଗଜପତି ଅତିରିକ୍ତ ଜିଲ୍ଲା ମାଜିଷ୍ଟେଟଙ୍କ ନିର୍ଦେଶକୁ ଦୀର୍ଘବର୍ଷ ହେବ କାର୍ଯ୍ୟକରୀ କରାଯାଉ ନାହିଁ କାହିଁକି ? ନିର୍ଦେଶକୁ ବିଭାଗୀୟ ଅଧିକାରୀ ମାନେ ଜାଣିଶୁଣି ଅବମାନନା କରୁଛନ୍ତି କାହିଁକି? ଗଜପତି ଜିଲ୍ଲାରେ ଥିବା ଏହି ତହସିଲ କାର୍ଯ୍ୟାଳୟଟି ଆଦିବାସୀ ଅଧ୍ୟୁଷିତ ବହୁଳ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ । ନୁଆଗଡ ତହସିଲ କାର୍ଯ୍ୟାଳୟକୁ ଜମି ପଟ୍ଟା ସହିତ ଅନନ୍ୟା କାଗଜ ପତ୍ର ପାଇବାରେ ଲୋକଙ୍କୁ ବହୁତ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି । ସରକାରୀ କାର୍ଯ୍ୟରେ ସ୍ବଛାତା ଆଣିବା ସହିତ ଶ୍ରୀଘ୍ର କାର୍ଯ୍ୟ ଗୁଡିକରେ ସମ୍ପାଦନରେ ସୁବିଧା ନିମନ୍ତେ ରାଜ୍ୟ ସରକାର ଅନଲାଇନ୍ ବ୍ୟବସ୍ଥାକୁ ଅତି ଗୁରୁତ୍ବ ଦେଉଥିବା ବେଳେ କେତେକ ସରକାର ବାବୁଙ୍କ ଅବହେଳା , ଦାୟିତ୍ବହୀନ ଯୋଗୁଁ ତାହା ଫଳପ୍ରଦ ହୋଇପାରୁନାହିଁ ଲୋକେ ଦୂରଦୂରାନ୍ତରୁ ଉକ୍ତ କାର୍ଯ୍ୟାଳୟକୁ ଆସି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରାପ ସୂଚନା ଅନୁସାରେ କେଉଁ କାମ ପାଇଁ କେତେ ଦିନ ମଧ୍ୟରେ କାର୍ଯ୍ୟ ସମ୍ପାଦକ କରାଯିବ, ତାହା ସରକାରୀ ସ୍ତରରେ ଧାର୍ଯ୍ୟା କରାଯାଇଛି। ସରକାରଙ୍କ ନିର୍ଦେଶାବଳୀ ଅନୁଯାୟୀ କିନ୍ତୁ, ନୁଆଗଡ ତହସିଲ କାର୍ଯ୍ୟାଳୟରେ ସେହିଭଳି କାମ ହେଉନାହିଁ । କେବଳ ସତିକି ନୂହେଁ, ଜମିର କିସମ ପରିବର୍ତନ, ଉତ୍ତରାଧିକାରୀ ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର, ବାସିନ୍ଦା ପ୍ରମାଣ ପତ୍ର, ଜାତି ପ୍ରମାଣ ପତ୍ର, ଭଳି ସାମାନ୍ୟ କାମ ନିମନ୍ତେ ଲୋକେ ହଇରାଣ ହେଉଛି । ତହସିଦାର କୁଆଡେ ଅନ୍ୟ ସରକାରୀ କାର୍ଯ୍ୟରେ ବ୍ୟସ୍ତତା ରହୁଛନ୍ତି, ଲୋକଙ୍କ କାମରେ କୌଣସି ପ୍ରକାର ଗୁରୁତ୍ବ ଦେଇ ନାହାନ୍ତି । ସେ ବିଭାଗୀୟ କାର୍ଯ୍ୟ ନିମନ୍ତେ ଆବଶ୍ୟକତା ମୁତାବକ ସମୟ ଦେଇ ପାରୁନଥିବା ଲୋକେ ଅଭିଯୋଗ କରୁଛନ୍ତି । ସୁଚନା ଥାଉକି କି ନୁଆଗଡ ତହସିଦାର ମାନ୍ୟବର ଜିଲ୍ଲା କୋର୍ଟ ଓ ଅତିରିକ୍ତ ଜିଲ୍ଲା ମାଜିଷ୍ଟେଟଙ୍କ ନିର୍ଦେଶକୁ ଅନୁପାଳନ ନକରି ନିର୍ଦେଶକୁ ଖୋଲା ଖୋଲି ଅବମାନନା କରୁଛନ୍ତି । ନୁଆଗଡ ତହସିଲଦାର ଆଇନର ଉଦ୍ଧ୍ବରେ କି? ଆଇନର ଉଲଂଘନ କରୁଛନ୍ତି କାହିଁକି ? ଅପରପକ୍ଷ ଯେଉଁ କାମ ମାସେ କି ଦୁଇ ମାସ ହୋଇଯିବା କଥା, ସେସବୁ କାମକୁ ଏଠାରେ ୩ ମାସରୁ ଉଦ୍ଧ୍ବରୁ ସମୟ ଲାଗି ଯାଉଥିବା ଅଭିଯୋଗ ହେଉଛି । ଏହି ସମସ୍ତ ସମସ୍ୟାକୁ ନୂତନ ତହସିଲଦାର ଜଣାଇଥିଲେ ମଧ୍ୟ ଏହି ସମସ୍ୟା ସମାଧାନ ହେବାର ଦେଖିବାକୁ ମିଳୁନି ଦିନ ଦିନ ବଢୁଥିବା କୁହାଯାଉଛି । ଉକ୍ତ କାର୍ଯ୍ୟିାଳୟରେ କର୍ମଚାରୀମାନଙ୍କ ଦାୟିତ୍ବହୀନତା ସହ ଟଙ୍କା ନଦେଲେ କୌଣସି କାମ ହେଉନାହିଁ ଅଭିଯୋଗ ହେଉଛି । ଏସଂକ୍ରାନ୍ତରେ ନୁଆଗଡ ତହସିଲଦାର ଚୁପ ରହୁଥିବା ବେଳେ କର୍ମଚାରୀମାନେ ନିଜ ଇଛା ମୁତାବକ କାମ କରୁଛନ୍ତି । ଯାହାଫଳରେ ସାଧାରଣରେ ଲୋକ ସରକାରଙ୍କ ସେବା ପାଇବାରୁ ଦୀର୍ଘଦିନ ହେବ ଅପେକ୍ଷା କରିବାକୁ ପଡୁଛି । ଆଗକୁ ଦେଖିବାକୁ ବାକି ରହିଲା ଉକ୍ତ ବିଭାଗୀୟ ଅଧିକାରୀ ମାନଙ୍କ କୁମ୍ଭକଣ୍ଣ ନିଦ୍ରା କେବେ ଭାଙ୍ଗିବ, ଏହି ତହସିଲ କାର୍ଯ୍ୟିାଳୟର ଅଧିକାରୀ ମାନଙ୍କ ଉପରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ କଣ ଦୃଢ ପଦକ୍ଷେପ ଗ୍ରହଣ କରାଯାଉଛି ଦେବାକୁ ବାକିରହିଲା ।

nis-ad
Leave A Reply

Your email address will not be published.